ମହିଳା କର୍ମୀଙ୍କ ଆତ୍ମହତ୍ୟା ମାମଲା: ଆପ୍ ବିଧାୟକ ଶରଦ ଚୌହାନ ଗିରଫ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଜଣେ ମହିଳା କର୍ମୀ ସୋନିଙ୍କ ଆତ୍ମହତ୍ୟା  ଘଟଣାରେ  ଆଜି ପୋଲିସ୍‌ ଆପ୍ ବିଧାୟକ  ଶରଦ ଚୌହାନଙ୍କୁ ଗିରଫ କରିଛି।  ଶରଦଙ୍କୁ ମିଶାଇ ଆପ ନେତାଙ୍କ ଗିରଫ ସଂଖ୍ୟା ୧୨ ରେ ପହଞ୍ଚିଛି। ଏହି ଘଟଣାରେ ୪ ଦିନ ହେବ ଦିଲ୍ଲୀ ପୋଲିସର ଅପରାଧର ଶାଖା ଶରଦ ଓ ମୁଖ୍ୟ ଅଭିଯୁକ୍ତ ରମେଶ ଭରଦ୍ୱାଜଙ୍କୁ ପଚରାଉଚରା କରୁଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଚୌହାନ ଓ ଭରଦ୍ୱାଜଙ୍କ ବ୍ୟତୀତ ବିଧାୟକଙ୍କ ସହଯୋଗୀ […]

aap mla sarada

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 03:24 PM IST

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଜଣେ ମହିଳା କର୍ମୀ ସୋନିଙ୍କ ଆତ୍ମହତ୍ୟା  ଘଟଣାରେ  ଆଜି ପୋଲିସ୍‌ ଆପ୍ ବିଧାୟକ  ଶରଦ ଚୌହାନଙ୍କୁ ଗିରଫ କରିଛି।  ଶରଦଙ୍କୁ ମିଶାଇ ଆପ ନେତାଙ୍କ ଗିରଫ ସଂଖ୍ୟା ୧୨ ରେ ପହଞ୍ଚିଛି।

ଏହି ଘଟଣାରେ ୪ ଦିନ ହେବ ଦିଲ୍ଲୀ ପୋଲିସର ଅପରାଧର ଶାଖା ଶରଦ ଓ ମୁଖ୍ୟ ଅଭିଯୁକ୍ତ ରମେଶ ଭରଦ୍ୱାଜଙ୍କୁ ପଚରାଉଚରା କରୁଥିଲା।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଚୌହାନ ଓ ଭରଦ୍ୱାଜଙ୍କ ବ୍ୟତୀତ ବିଧାୟକଙ୍କ ସହଯୋଗୀ ଅମିତ ଓ ରଜନୀକାନ୍ତଙ୍କ ସହିତ ଅନ୍ୟ ପାଞ୍ଚ ଜଣଙ୍କୁ ଶନିବାର ରାତିରେ ଗିରଫ  କରାଯାଇଛି।”

ସୋନିଙ୍କୁ ଦୁର୍ବ୍ୟବାହାର  କରାଯାଇଥିବା ନେଇ  ସେ ବିଷ ଖାଇ ଦେଇଥିଲେ। ଜୁଲାଇ ୧୯ରେ ତାରିଖରେ ତାଙ୍କର  ମୃତ୍ୟୁ ହୋଇଥିଲା। ରମେଶ ଭରଦ୍ୱାଜ ତାଙ୍କୁ ଦୁର୍ବ୍ୟବାହାର କରିଥିବା ସୋନି ଅଭିଯୋଗ କରିଥିଲେ।

Related story