କାଳି ମାଡ଼ ପରେ ଗିରଫ ହୋଇ ଜେଲ ଗଲେ ବିଧାୟକ ସୋମନାଥ

ଆମେଠି: ବିବାଦୀୟ ବୟାନ ଦେବା ଦିଲ୍ଲୀର କ୍ଷମତାସୀନ ‌ଆମ୍‌ ଆଦମୀ ପାର୍ଟି(ଆପ)ର ବିଧାୟକ ସୋମନାଥ ଭାରତୀଙ୍କୁ ମହଙ୍ଗା ପଡ଼ିଛି। ପ୍ରଥମେ ତାଙ୍କୁ ଉତ୍ତର ପ୍ରଦେଶର ରାଏ ବରେଲୀରେ କାଳି ମାଡ଼ କରାଯାଇଥିଲା। ଏହାପରେ ନିଜର ବିବାଦୀୟ ବୟାନ ପାଇଁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ସେ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଏହାର ଶୁଣାଣି ୧୩ ତାରିଖରେ କରାଯିବ। ଏହି କାରଣରୁ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। […]

fr

Hemant Lenka
  • Published: Monday, 11 January 2021
  • , Updated: 11 January 2021, 08:38 PM IST

ଆମେଠି: ବିବାଦୀୟ ବୟାନ ଦେବା ଦିଲ୍ଲୀର କ୍ଷମତାସୀନ ‌ଆମ୍‌ ଆଦମୀ ପାର୍ଟି(ଆପ)ର ବିଧାୟକ ସୋମନାଥ ଭାରତୀଙ୍କୁ ମହଙ୍ଗା ପଡ଼ିଛି। ପ୍ରଥମେ ତାଙ୍କୁ ଉତ୍ତର ପ୍ରଦେଶର ରାଏ ବରେଲୀରେ କାଳି ମାଡ଼ କରାଯାଇଥିଲା। ଏହାପରେ ନିଜର ବିବାଦୀୟ ବୟାନ ପାଇଁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ସେ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଏହାର ଶୁଣାଣି ୧୩ ତାରିଖରେ କରାଯିବ। ଏହି କାରଣରୁ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସୋମନାଥ ଭାରତୀ ରାଏବରେଲୀର ଗୋଟିଏ ଗେଷ୍ଟ ହାଉସରେ ଥିବା ବେଳେ ଦକ୍ଷିଣ ପନ୍ଥୀ ଗ୍ରୁପର କିଛି ନେତା ପହଞ୍ଚିଥିଲେ। ପ୍ରଥମେ ବିଧାୟକଙ୍କ ସହ ଏମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଜଣେ ଯୁବକ ତାଙ୍କ ମୁହଁକୁ କାଳି ମାଡ଼ କରିଥିଲେ। ଗତ ସପ୍ତାହରେ ସୋମନାଥ ଉତ୍ତର ପ୍ରଦେଶର ହସ୍ପିଟାଲ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବାରୁ ତାଙ୍କ ଉପରକୁ କାଳି ମାଡ଼ କରାଯାଇଥିବା ଜଣାପଡ଼ିଛି।

ଯୋଗୀ ଓ ହସ୍ପିଟାଲ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବାରୁ ସୋମନାଥଙ୍କ ନାଁରେ ଆମେଠିର ଜଗଦୀଶପୁର ପୁଲିସ୍‌ ଷ୍ଟେସନରେ ମାମଲା ମଧ୍ୟ ହୋଇଥିଲା। କାଳି ମାଡ଼ ପରେ ପୁଲିସ୍‌ ଗେଷ୍ଟ ହାଉସରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଏହି ସମୟରେ ପୁଲିସ୍‌ ସହ ମଧ୍ୟ ଭାରତୀ ଯୁକ୍ତିତର୍କ କରିଥିଲେ ଓ ତାଙ୍କ ପୋଷାକ ଚିରି ଦେବେ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ସହ କଥା ହେବା ବେଳେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅଶବ୍ଦ ପ୍ରୟୋଗ କରିଥିବା ମଧ୍ୟ ଜଣାପଡ଼ିଛି।

ଗିରଫ ପରେ ତାଙ୍କର ମେଡିକାଲ ଚେକ ଅପ୍‌ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନର ଶୁଣାଣି ୧୩ ତାରିଖକୁ ଘୁଞ୍ଚି ଯାଇଥିବାରୁ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୁଲିସ୍‌ କହିଛି ଯେ ଭାରତୀ ନିକଟରେ ଉତ୍ତର ପ୍ରଦେଶ ହସ୍ପିଟାଲରେ କୁକୁରଙ୍କ ପିଲାମାନେ ଜନ୍ମ ହେଉଛନ୍ତି ବୋଲି କହିଥିଲେ। ଏଥିସହ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଭଳି ବୟାନ ମଧ୍ୟ ଦେଇଥିଲେ। ଏଥିପାଇଁ ତାଙ୍କ ନାଁରେ ୫୦୭ ଓ ୧୫୩-ଏରେ ମାମଲା ରୁଜୁ କରାଯାଇଥିଲା।

Related story