ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ୱ, ପରସ୍ପରକୁ ଦୋଷ ଦେଲେ ଆପ୍-ବିଜେପି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ୱ ହୋଇଛି। ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଛି। ଜାନୁଆରୀ ୨୨ରେ ୪ ଦୋଷୀଙ୍କ ବିରୋଧରେ ଜାରି ହୋଇଥିବା ଡେଥ୍ ଓ୍ୱାରେଣ୍ଟ ଉପରେ ଏବେ ରୋକ୍ ଲାଗିବା ପରେ ବିଜେପି-ଆମ୍ ଆଦମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ସକାଳେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ବିଳମ୍ୱକୁ ନେଇ ବିଜେପି ଆପକୁ ଦୋଷ ଦେଇଥିଲା। ଅପରାହ୍ନରେ କିନ୍ତୁ ଆପ୍ […]

aap sanjay singh

Subhransu Sekhar
  • Published: Thursday, 16 January 2020
  • , Updated: 16 January 2020, 08:27 PM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ୱ ହୋଇଛି। ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଛି। ଜାନୁଆରୀ ୨୨ରେ ୪ ଦୋଷୀଙ୍କ ବିରୋଧରେ ଜାରି ହୋଇଥିବା ଡେଥ୍ ଓ୍ୱାରେଣ୍ଟ ଉପରେ ଏବେ ରୋକ୍ ଲାଗିବା ପରେ ବିଜେପି-ଆମ୍ ଆଦମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ସକାଳେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ବିଳମ୍ୱକୁ ନେଇ ବିଜେପି ଆପକୁ ଦୋଷ ଦେଇଥିଲା। ଅପରାହ୍ନରେ କିନ୍ତୁ ଆପ୍ ବିଜେପି ବିରୋଧରେ ପାଲଟା ଅଭିଯୋଗ କରିଛି। ଦିଲ୍ଲୀର ନ୍ୟାୟ ବ୍ୟବସ୍ଥା କେନ୍ଦ୍ର ହାତରେ। ତେଣୁ ବିଜେପି ହିଁ ଦାୟୀ ବୋଲି ଆପ୍ କହିଛି।

ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, ବିଜେପିର ନିର୍ବାଚନୀ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାରେ ବିଳମ୍ୱ ପାଇଁ ଆମ୍ ଆଦମୀ ପାର୍ଟି ସରକାର ଦାୟୀ। ଏଭଳି ମନ୍ତବ୍ୟ କୌଣସି ହାସ୍ୟାସ୍ପଦ ଘଟଣାଠୁ କମ୍ ନୁହେଁ। କାରଣ ଦିଲ୍ଲୀର ପୁଲିସ ବ୍ୟବସ୍ଥା ଆପ୍ ହାତରେ ନୁହେଁ ବରଂ କେନ୍ଦ୍ର ସରକାର ତଥା ଶାସକ ଦଳ ବିଜେପି ହାତରେ ରହିଛି। ହେଲେ ପ୍ରକାଶ ଜାଭଡେକର ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିବାରୁ ସେ କ୍ଷମା ମାଗିବା ଦରକାର।

ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ, “ଦିଲ୍ଲୀ ସରକାରଙ୍କ ଅବହେଳା ଯୋଗୁ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀରେ ବିଳମ୍ବ ହୋଇଛି। ବିଳମ୍ବିତ ନ୍ୟାୟ ପାଇଁ ଦିଲ୍ଲୀର ଆପ ସରକାର ହିଁ ଦାୟୀ।

କାହିଁକି କେଜ୍ରିୱାଲ ସରକାର ଗତ ୨.୫ ବର୍ଷ ମଧ୍ୟରେ ଦୋଷୀଙ୍କୁ କ୍ଷମା ଆବେଦନ କରିବାକୁ ନୋଟିସ ପଠାଇ ନଥିଲେ। ଯଦି ସୁପ୍ରିମକୋର୍ଟ ରାୟ ଦେବାର ଗୋଟିଏ ସପ୍ତାହ ମଧ୍ୟରେ ଆପ୍ ସରକାର ଦୋଷୀଙ୍କୁ କ୍ଷମା ଆବେଦନ ପାଇଁ ନୋଟିସ କରିଥାଆନ୍ତେ, ତା’ହେଲେ ଆଜି ସମସ୍ତ ଦୋଷୀ ଫାଶୀ ଖୁଣ୍ଟରେ ଝୁଲି ଥାଆନ୍ତେ। ସେମାନେ ଫାଶୀରେ ଝୁଲିଲେ ଦେଶବାସୀ ନ୍ୟାୟ ପାଇବେ।”

Related story