ଆବଶ୍ୟକ ସ୍ଥଳେ ଆମେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବୁ: ପାକିସ୍ତାନ

ଇସଲାମବାଦ: ‘ଆବଶ୍ୟକ ସ୍ଥଳେ ଆମେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବୁ।’ ଏହି ଦମ୍ଭୋକ୍ତି ପ୍ରକାଶ କରିଛି ପାକିସ୍ତାନ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜ ଅସିଫ୍ କହିଛନ୍ତି, ଯେତେବେଳେ ଆମ ଅସ୍ଥିତ୍ୱ ଉପରେ ଆଞ୍ଚ୍ ଆସିବ ସେତେବେଳେ ଆମେ ପରମାଣୁ ବୋମା ବ୍ୟବହାର କରିପାରିବୁ। ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଥିଲେ। ସେ କହିଥିଲେ, ପରମାଣୁ ଅସ୍ତ୍ରଶସ୍ତ୍ରଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ବିକଳ୍ପ। ଏଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ନିର୍ମାଣ କରାଯାଇନାହିଁ। […]

khawaj

Rakesh Mallick
  • Published: Wednesday, 08 July 2015
  • , Updated: 04 May 2017, 03:45 PM IST

ଇସଲାମବାଦ: ‘ଆବଶ୍ୟକ ସ୍ଥଳେ ଆମେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବୁ।’ ଏହି ଦମ୍ଭୋକ୍ତି ପ୍ରକାଶ କରିଛି ପାକିସ୍ତାନ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜ ଅସିଫ୍ କହିଛନ୍ତି, ଯେତେବେଳେ ଆମ ଅସ୍ଥିତ୍ୱ ଉପରେ ଆଞ୍ଚ୍ ଆସିବ ସେତେବେଳେ ଆମେ ପରମାଣୁ ବୋମା ବ୍ୟବହାର କରିପାରିବୁ। ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଥିଲେ। ସେ କହିଥିଲେ, ପରମାଣୁ ଅସ୍ତ୍ରଶସ୍ତ୍ରଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ବିକଳ୍ପ। ଏଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ନିର୍ମାଣ କରାଯାଇନାହିଁ। ଆବଶ୍ୟକ ସ୍ଥଳେ ଆମେ ଏଗୁଡ଼ିକୁ ବ୍ୟବହାର କରିପାରିବୁ। ତେବେ ଆମେ ପ୍ରାର୍ଥନା କରିବା ଉଚିତ ଯେ ସେମିତି ସମୟ କେବେ ନଆସୁ।

ଅସିଫ୍ କହିଥିଲେ, ପାକିସ୍ତାନ ସହିତ ଛାୟା ଯୁଦ୍ଧ କରିବା ପାଇଁ ଆତଙ୍କବାଦକୁ ଭାରତ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ପ୍ରୋତ୍ସାହିତ କରୁଛି।

Related story