ଅବଦୁଲ କଲାମଙ୍କ ଶେଷକୃତ୍ୟ ଶେଷ

ରାମେଶ୍ୱରମ (ତାମିଲନାଡୁ): ପରଲୋକଗତ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଶେଷକୃତ୍ୟ ଆଜି ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହିତ ଶେଷ ହୋଇଛି। ତାଙ୍କ ଜନ୍ମସ୍ଥାନ ତାମିଲନାଡୁର ରାମେଶ୍ୱରମରେ ଅନ୍ତିମସଂସ୍କାର ସଂପନ୍ନ ହୋଇଛି। ସକାଳ ସାଢ଼େ ୧୦ଟାରୁ ତାଙ୍କ ଶେଷକୃତ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାଙ୍କର ଶେଷ ଦର୍ଶନ କରିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମି ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ସଂସଦଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କିଆ ନାଇଡୁ, ତାମିଲନାଡୁ […]

kalam

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 08:09 AM IST

ରାମେଶ୍ୱରମ (ତାମିଲନାଡୁ): ପରଲୋକଗତ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଶେଷକୃତ୍ୟ ଆଜି ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହିତ ଶେଷ ହୋଇଛି। ତାଙ୍କ ଜନ୍ମସ୍ଥାନ ତାମିଲନାଡୁର ରାମେଶ୍ୱରମରେ ଅନ୍ତିମସଂସ୍କାର ସଂପନ୍ନ ହୋଇଛି। ସକାଳ ସାଢ଼େ ୧୦ଟାରୁ ତାଙ୍କ ଶେଷକୃତ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାଙ୍କର ଶେଷ ଦର୍ଶନ କରିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମି ଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ସଂସଦଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କିଆ ନାଇଡୁ, ତାମିଲନାଡୁ ରାଜ୍ୟପାଳ କେ. ରୋଷେୟା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେରଳ ରାଜ୍ୟପାଳ, କେରଳ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍, ବିଜେପି ନେତା ଶାହନବାଜ ହୁସେନ ଓ ବିଭିନ୍ନ ରାଜ୍ୟର ସରକାରମାନଙ୍କ ପ୍ରତିନିଧିମାନେ ତାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ। ନେପାଳ ଓ ଭୁଟାନ ଆଦି ଦେଶର ସରକାରଙ୍କ ପ୍ରତିନିଧିମାନେ ମଧ୍ୟ ଏଥିରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଗତକାଲି ଜାତୀୟ ପତାକାରେ ସଜ୍ଜିତ କଲାମଙ୍କ ମର ଶରୀରକୁ ତାଙ୍କ ନୂଆଦିଲ୍ଲୀର ୧୦-ରାଜାଜୀ ମାର୍ଗ ବାସଭବନରୁ ପାଲାମ୍ ବିମାନ ବନ୍ଦରକୁ ନିଆଯାଇଥିଲା। ସେଠାରୁ ସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମଦୁରାଇ ନିଆଯାଇଥିଲା ଓ ପରେ ସେନାର ଏକ ହେଲିକପ୍ଟର ଯୋଗେ ତାଙ୍କ ପାର୍ଥିବଶରୀରକୁ ରାମେଶ୍ୱରମ ନିଆଯାଇଥିଲା। ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ତାଙ୍କ ମରଶୀରରକୁ ଏକ ମଣ୍ଡପରେ ରଖାଯାଇଥିଲା ଓ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସୋମବାର ସିଲଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ଛାତ୍ରମାନଙ୍କୁ ଅଭିଭାଷଣ ଦେଉଥିବା ବେଳେ ହୃଦଘାତରେ ଡକ୍ଟର କଲାମଙ୍କର ପରଲୋକ ଘଟିଥିଲା।

Related story