ମାନିଲେ ମମତା: ସରକାର ସବୁ ଦାବି ପୂରଣ କରିବାକୁ ଇଚ୍ଛୁକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ତାଙ୍କ ସରକାର ଆନ୍ଦୋଳନରତ ଡାକ୍ତରଙ୍କ ସମସ୍ତ ଦାବି ମାନିବାକୁ ପ୍ରସ୍ତୁତ ଅଛନ୍ତି। ଆଜି ଆନ୍ଦୋଳନର ପଞ୍ଚମ ଦିନରେ ସେ ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି, ସେମାନେ କାର୍ଯ୍ୟକ୍ଷେତ୍ରକୁ ଫେରିଆସନ୍ତୁ। ତେବେ ଡାକ୍ତରମାନେ ତାଙ୍କ ପ୍ରତିଶ୍ରୁତି ଯଥେଷ୍ଟ ନୁହେଁ କହିଛନ୍ତି। ଯେପର୍ଯ୍ୟନ୍ତ କିଛି ଠୋସ୍‌ ପଦକ୍ଷେପ ନିଆ ନଯାଇଛି ଆନ୍ଦୋଳନ ବନ୍ଦ ହେବନି ବୋଲି ସେମାନେ ସ୍ପଷ୍ଟ କରିଦେଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ମମତାଙ୍କ ଟିଏମ୍‌ସି […]

mamta-banerjee

mamta-banerjee

Subrat Kumar Nayak
  • Published: Saturday, 15 June 2019
  • Updated: 15 June 2019, 10:57 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ତାଙ୍କ ସରକାର ଆନ୍ଦୋଳନରତ ଡାକ୍ତରଙ୍କ ସମସ୍ତ ଦାବି ମାନିବାକୁ ପ୍ରସ୍ତୁତ ଅଛନ୍ତି। ଆଜି ଆନ୍ଦୋଳନର ପଞ୍ଚମ ଦିନରେ ସେ ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି, ସେମାନେ କାର୍ଯ୍ୟକ୍ଷେତ୍ରକୁ ଫେରିଆସନ୍ତୁ। ତେବେ ଡାକ୍ତରମାନେ ତାଙ୍କ ପ୍ରତିଶ୍ରୁତି ଯଥେଷ୍ଟ ନୁହେଁ କହିଛନ୍ତି। ଯେପର୍ଯ୍ୟନ୍ତ କିଛି ଠୋସ୍‌ ପଦକ୍ଷେପ ନିଆ ନଯାଇଛି ଆନ୍ଦୋଳନ ବନ୍ଦ ହେବନି ବୋଲି ସେମାନେ ସ୍ପଷ୍ଟ କରିଦେଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ମମତାଙ୍କ ଟିଏମ୍‌ସି ସରକାରଙ୍କୁ ଆଡଭାଇଜରୀ ଜାରି କରି ଏହି ଘଟଣା ନେଇ ରିପୋର୍ଟ ମାଗିଛନ୍ତି।

ଆଜି ମମତା ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣକୁ ଦୁର୍ଭାଗ୍ୟଜନକ କହିବା ସହ କହିଛନ୍ତି ରାଜ୍ୟରେ ଯଥାଶୀଘ୍ର ସ୍ୱାସ୍ଥ୍ୟସେବା ସ୍ୱାଭାବିକ ସ୍ଥିତିକୁ ଫେରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି, ଆମେ ଜଣେ ବି କାହାକୁ ଗିରଫ କରିନୁ। ଆମେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବୁନି। ସ୍ୱାସ୍ଥ୍ୟସେବା ଏପରି ଚାଲିପାରିବନି। ମୁଁ କୌଣସି କାର୍ଯ୍ୟାନୁଷ୍ଠାନ ନେବିନି। ସ୍ଥିତି ସ୍ୱାଭାବିକ ହେବା ଦରକାର।

ତେବେ ଡାକ୍ତରମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ଯାହାକିଛି ସାମ୍ବାଦିକ ସମ୍ମିଳନରେ କହିଲେ ତାହା ସମ୍ପୂର୍ଣ୍ଣ ମିଛ। ଆମେ ସମାଧାନ ଏବଂ ଆଲୋଚନା ସପକ୍ଷରେ ନାହିଁ ବୋଲି ସେ ମିଛ କହିଛନ୍ତି। ଆମେ ଚାହୁଁଛୁ ସେ ନିଲ୍‌ ନୀତୀନ୍‌ ସରକାର ହସ୍ପିଟାଲ ଆସନ୍ତୁ, ଆମକୁ ଶୁଣନ୍ତୁ ଏବଂ ରୋଗୀଙ୍କ ସେବାରେ ଆମେ ଫେରିବା ପାଇଁ ଠୋସ୍‌ ପଦକ୍ଷେପ ଗ୍ରହଣ କରନ୍ତୁ।

ମମତା ଆହୁରି ମଧ୍ୟ କହିଥିଲେ ତାଙ୍କ ସରକାର ସମାଧାନ ପାଇଁ ଲଗାତାର ପ୍ରୟାସ କରିଆସୁଛନ୍ତି, କିନ୍ତୁ ଆନ୍ଦୋଳନରତ ଡାକ୍ତରମାନେ ଆଲୋଚନାକୁ ଆସୁନାହାନ୍ତି। ସେ କହିଛନ୍ତି, ଆମେ ସବୁ ଦାବି ମାନି ନେଇଛୁ। ମୁଁ ମୋ ମନ୍ତ୍ରୀମାନଙ୍କୁ ପଠାଇଛି, ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଡାକ୍ତରମାନଙ୍କୁ ଭେଟିବାକୁ ପଠାଇଛି। ଡାକ୍ତରଙ୍କ ପ୍ରତିନିଧିଙ୍କୁ ଭେଟିବାକୁ ୫ ଘଣ୍ଟା ଅପେକ୍ଷା ମଧ୍ୟ କରିଛି। କିନ୍ତୁ ସେମାନେ ଆସୁନାହାନ୍ତି। ଆପଣମାନଙ୍କୁ ସାମ୍ବିଧାନିକ ଅନୁଷ୍ଠାନକୁ ସମ୍ମାନ ଦେବାକୁ ହେବ।

ସେ ଆହୁରି ମଧ୍ୟ କହିଛନ୍ତି, ଯଦିଓ ୫ ଦିନ ହେଲା ଆନ୍ଦୋଳନ ଚାଲିଛି କାର୍ଯ୍ୟକ୍ଷେତ୍ରରେ ଅବହେଳା ପାଇଁ ଉଦ୍ଦିଷ୍ଟ ଏସ୍‌ମା ଆଇନ ମଧ୍ୟ ସରକାର ଏପର୍ଯ୍ୟନ୍ତ ଲାଗୁ ହୋଇନି। ତାଙ୍କର ଏହି ପ୍ରତିଶ୍ରୁତି କିନ୍ତୁ ଡାକ୍ତରମାନଙ୍କୁ ସନ୍ତୁଷ୍ଟ କରିପାରିନି।

ଏହା ପୂର୍ବରୁ ମମତା ଡାକ୍ତରଙ୍କ ସହ ରୁଦ୍ଧଦ୍ୱାର ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ ହେଁ ସେମାନେ ଖଣ୍ଡନ କରିଥିଲେ। ସେମାନେ କହିଥିଲେ ବରଂ ମମତା ଏନ୍‌ଆରଏସ୍‌ ମେଡିକାଲ କଲେଜ୍‌ ଯାଆନ୍ତୁ ଏବଂ ଖୋଲାରେ ଆଲୋଚନା କରନ୍ତୁ। ଜୁନିଅର ଡାକ୍ତରଙ୍କ ମୁଖପାତ୍ର କହିଥିଲେ, ଆମେ ଖୁବ୍‌ ଅସୁରକ୍ଷିତ ମନେ କରୁଛୁ। ଆମ ପ୍ରତିନିଧି ସେମାନଙ୍କୁ ଏକୁଟିଆରେ ଭେଟିବା ଆମେ ଠିକ୍‌ ମନେ କରୁନାହୁଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରତିନିଧି ମଣ୍ଡଳୀ ପଠାଇବୁ ନାହିଁ। ଅନ୍ୟପକ୍ଷରେ ଦିଲ୍ଲୀ ଏମ୍ସ ଡାକ୍ତରମାନେ ମମତାଙ୍କୁ ୪୮ ଘଣ୍ଟାର ଚରମ ପତ୍ର ଦେଇଛନ୍ତି। ଅର୍ଥାତ ଏହି ଅବଧି ମଧ୍ୟରେ ରାଜ୍ୟ ସରକାର ଦାବି ପୂରଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନେ ଆନ୍ଦୋଳନ ଜାରି ରଖିବେ। ସେମାନେ ବର୍ତ୍ତମାନ ମୁଣ୍ଡରେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ସହ ରୋଗୀସେବା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story