ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି: ଭାରତ ଆସୁଛନ୍ତି ଷଡ଼ଯନ୍ତ୍ରର ମଧ୍ୟସ୍ଥି

ଦୁବାଇ: ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିରେ ମଧ୍ୟସ୍ଥି ସାଜିଥିବା ବ୍ରିଟିଶ ନାଗରିକ ଖ୍ରୀଷ୍ଟିୟାନ୍‌ ମାଇକେଲ୍‌ ଭାରତକୁ ଆସିବେ। ଏହି ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣାରେ ୩୬୦୦ କୋଟି ଟଙ୍କାର ହେରଫେର ହୋଇଥିବାରୁ ବିଭିନ୍ନ ତଦନ୍ତକାରୀ ଏଜେନ୍ସି ମାଇକେଲ୍‌ଙ୍କୁ ଖୋଜୁଥିଲେ। ତାଙ୍କୁ ବର୍ତ୍ତମାନ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରଖାଯାଇଛି। ସେଠାରୁ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ ବୋଲି ଜଣାପଡ଼ିଛି। ୨୦୧୭ରେ ଦୁବାଇ ସରକାରଙ୍କୁ ଭାରତ ସରକାର ୫୪ ବର୍ଷୀୟ ମାଇକେଲ୍‌ଙ୍କୁ ପ୍ରତ୍ୟର୍ପଣ […]

m

Hemant Lenka
  • Published: Tuesday, 04 December 2018
  • , Updated: 04 December 2018, 08:16 PM IST

ଦୁବାଇ: ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିରେ ମଧ୍ୟସ୍ଥି ସାଜିଥିବା ବ୍ରିଟିଶ ନାଗରିକ ଖ୍ରୀଷ୍ଟିୟାନ୍‌ ମାଇକେଲ୍‌ ଭାରତକୁ ଆସିବେ। ଏହି ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣାରେ ୩୬୦୦ କୋଟି ଟଙ୍କାର ହେରଫେର ହୋଇଥିବାରୁ ବିଭିନ୍ନ ତଦନ୍ତକାରୀ ଏଜେନ୍ସି ମାଇକେଲ୍‌ଙ୍କୁ ଖୋଜୁଥିଲେ। ତାଙ୍କୁ ବର୍ତ୍ତମାନ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରଖାଯାଇଛି। ସେଠାରୁ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ ବୋଲି ଜଣାପଡ଼ିଛି।

୨୦୧୭ରେ ଦୁବାଇ ସରକାରଙ୍କୁ ଭାରତ ସରକାର ୫୪ ବର୍ଷୀୟ ମାଇକେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବାକୁ ଅନୁରୋଧ କରିଥିଲେ। ଉଭୟ ସିବିଆଇ ଏବଂ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଇକେଲ୍‌ଙ୍କୁ ଏହି ଘଟଣାର ମୁଖ୍ୟ ଖଳନାୟକ ଭାବେ ଦର୍ଶାଇ ଚାର୍ଜଶିଟ୍‌ ଦାଖଲ କରିଛି। ଭାରତ ସରକାର ୧୨ଟି ଭିଭିଆଇପି ହେଲିକପ୍ଟର ଅଗୁସ୍ତା ୱେଷ୍ଟଲ୍ୟାଣ୍ଡଠାରୁ କିଣିଥିଲେ। ତେବେ ଏଥିପାଇଁ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ମାଇକେଲ୍‌ଙ୍କୁ ୨୨୫ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା।

ଏହି ବିମାନଗୁଡ଼ିକ ୟୁପିଏ ସରକାରଙ୍କ ଅମଳରେ କିଣା ଯାଇଥିଲା। ଏହାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବ୍ୟବାହାରରେ ନିୟୋଜନ କରାଯାଇଥିଲା।

Related story