ଧନୀଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ନିର୍ମଳାଙ୍କ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ: ମୋଦି ସରକାର ୨.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିବା ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ଏବଂ ଆୟକର କ୍ଷେତ୍ରରେ ସଂସ୍କାର ଆଣିଛନ୍ତି। ତାଙ୍କ ଟିକସ ବ୍ୟବସ୍ଥା ମଧ୍ୟବିତ୍ତଙ୍କ ପାଇଁ ଆଶୀର୍ବାଦ ହୋଇଥିବାବେଳେ ଧନୀଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ ସଦୃଶ ହୋଇଛି। ବର୍ତ୍ତମାନ ସେମାନଙ୍କ ପାଇଁ ସ୍ଥିର କରାଯାଇଥିବା ଆୟକର ସେମାନଙ୍କ ମୋଟ ଆୟର ପ୍ରାୟ ଅଧା ହେବ। ଆୟକର କ୍ଷେତ୍ରରେ ଆହୁରି କିଛି ପରିବର୍ତ୍ତନ ମଧ୍ୟ ହୋଇଛି। ନୂଆ […]

nirmala

Subrat Kumar Nayak
  • Published: Friday, 05 July 2019
  • , Updated: 05 July 2019, 04:31 PM IST

ନୂଆଦିଲ୍ଲୀ: ମୋଦି ସରକାର ୨.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିବା ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ଏବଂ ଆୟକର କ୍ଷେତ୍ରରେ ସଂସ୍କାର ଆଣିଛନ୍ତି। ତାଙ୍କ ଟିକସ ବ୍ୟବସ୍ଥା ମଧ୍ୟବିତ୍ତଙ୍କ ପାଇଁ ଆଶୀର୍ବାଦ ହୋଇଥିବାବେଳେ ଧନୀଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ ସଦୃଶ ହୋଇଛି। ବର୍ତ୍ତମାନ ସେମାନଙ୍କ ପାଇଁ ସ୍ଥିର କରାଯାଇଥିବା ଆୟକର ସେମାନଙ୍କ ମୋଟ ଆୟର ପ୍ରାୟ ଅଧା ହେବ।

ଆୟକର କ୍ଷେତ୍ରରେ ଆହୁରି କିଛି ପରିବର୍ତ୍ତନ ମଧ୍ୟ ହୋଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ବାର୍ଷିକ୨ କୋଟିରୁ ଅଧିକ ଆୟ କରୁଥିବା ବଡ଼ ଧନୀଙ୍କ ଆୟ ଉପରେ ଅତିରିକ୍ତ ଟିକସ ପରିମାଣ ବୃଦ୍ଧି ହୋଇଛି। ୨ରୁ ୫ କୋଟି ଟଙ୍କା ଆୟ କରୁଥିବା ଲୋକଙ୍କ ପାଇଁ ଏବଂ ୫ କୋଟି ଟଙ୍କା ବା ତଦୁର୍ଦ୍ଧ୍ୱ ଆୟ କରୁଥିବା ଲୋକଙ୍କ ପାଇଁ ଯଥାକ୍ରମେ ୩% ଏବଂ ୭% ଅଧିକ ଆୟ କର ଲାଗୁ କରାଯାଇଛି। ତେବେ ୨ କୋଟିରୁ ୫ କୋଟି ଉପାର୍ଜ୍ଜନ ଉପରେ ଲାଗୁ ହେବାକୁ ଆୟ କର ୩୯% ରହିବ ଏବଂ ୫ କୋଟି ବା ତା’ଠାରୁ ଅଧିକ ହେଲେ ଆୟ କର ୪୨.୭୪% ହେବ।

ଏହି ଅତିରିକ୍ତ ଟିକସ ବ୍ୟବସ୍ଥା ଘୋଷଣା ଷ୍ଟକ୍‌ ମାର୍କେଟ୍‌କୁ ପ୍ରଭାବିତ କରିଛି। ସେନ୍‌ସେକ୍ସରେ ୪୫୦ ପଏଣ୍ଟ ହ୍ରାସ ହୋଇଥିବାବେଳେ ଓଏନ୍‌ଜିସି, ଟିସିଏସ୍‌, ୟେସ୍‌ ବ୍ୟାଙ୍କ, ସନ୍‌ ଫାର୍ମା ଏବଂ ଏନ୍‌ଟିପିସି ଆଦିର ଶେୟାରରେ ୨% ମୂଲ୍ୟ ହ୍ରାସ ହୋଇଛି। ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ବାର୍ଷିକ ୧ କୋଟିରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨% ଅତିରିକ୍ତ ଟିକସ ଲଗାଇବେ ବୋଲି ଘୋଷଣା କରିଛନ୍ତି। ଏହା ଡିଜିଟାଲ ଇକୋନମିକୁ ପ୍ରୋତ୍ସାହନ ଦେବ ବୋଲି କୁହାଯାଉଛି। ଏଥିରେ ୨%ର ଟିଡିଏସ୍ ମଧ୍ୟ ଲାଗୁ ହେବ।

ଅର୍ଥମନ୍ତ୍ରୀ ବିଭିନ୍ନ ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିବାବେଳେ ଟିକସ ସ୍ଲାବ୍‌ ରେଟ୍‌ ସ୍ଥିର ରଖିଛନ୍ତି। ସେହିପରି ଟିକସ ଫାଇଲିଂ ସମୟରେ ଯେ କୌଣସି ବ୍ୟକ୍ତି ଆଧାର କିମ୍ବା ପ୍ୟାନ୍‌ କାର୍ଡ ବ୍ୟବହାର କରିହେବ। ଅର୍ଥାତ ପ୍ୟାନ୍‌ ନଥିଲେ ତା ବଦଳରେ ଆଧାର କାର୍ଡ ବ୍ୟବହାର କରିହେବ। ଟିକସ କ୍ଷେତ୍ରରେ ଅଣାଯାଇଥିବା ଅନ୍ୟ କିଛି ପରିବର୍ତ୍ତନ ମଧ୍ୟରେ ପ୍ରମୁଖ ହେଉଛି ବିଦ୍ୟୁତ/ବ୍ୟାଟେରୀ ଚାଳିତ ଯାନର ବ୍ୟବହାରକୁ ପ୍ରୋତ୍ସାହନ ଦେବା। ଏହାକୁ ୧୨% ଜିଏସଟି ସ୍ଲାବ୍‌ରୁ ୫% ଟିକସ ସ୍ଲାବ୍‌କୁ ଅଣା ଯାଇଛି।

Related story