ରାହୁଲଙ୍କ ବିବାହକୁ ନେଇ ଗୁଜବ :ଅଦିତି କହିଲେ ସେ ମୋ ଭାଇ ଭଳି

ନୂଆଦିଲ୍ଲୀ: ରାଇବରେଲି ବିଧାୟକ ଅଖିଳେଶ ସିଂହଙ୍କ ଝିଅ ଅଦିତି ସିଂହ ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିବାହକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ହେଲେ ଗତକାଲି ଅଦିତି ଏକ ଟ୍ୱିଟ୍‌ କରି ରାହୁଲ ଗାନ୍ଧିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ରାହୁଲ ମୋ ଭାଇ ପରି। ମୁଁ ତାଙ୍କୁ ରାକ୍ଷୀ ବାନ୍ଧେ। ରାହୁଲଙ୍କ ସହ ମୋ ବାହାଘର ଖବର ଏକ ଗୁଜବ। […]

Rahul copy

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 11:32 AM IST

ନୂଆଦିଲ୍ଲୀ: ରାଇବରେଲି ବିଧାୟକ ଅଖିଳେଶ ସିଂହଙ୍କ ଝିଅ ଅଦିତି ସିଂହ ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିବାହକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ହେଲେ ଗତକାଲି ଅଦିତି ଏକ ଟ୍ୱିଟ୍‌ କରି ରାହୁଲ ଗାନ୍ଧିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିଛନ୍ତି।

ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ରାହୁଲ ମୋ ଭାଇ ପରି। ମୁଁ ତାଙ୍କୁ ରାକ୍ଷୀ ବାନ୍ଧେ। ରାହୁଲଙ୍କ ସହ ମୋ ବାହାଘର ଖବର ଏକ ଗୁଜବ। ଏହା କିଛି ଲୋକଙ୍କ ବଦମାସି କାମ। ଏପରି ଗୁଜବ ପ୍ରସାରଣ କରୁଥିବା ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସେ ଆହୁରି ଲେଖିଛନ୍ତି,“ କର୍ଣ୍ଣାଟକ ନିର୍ବାଚନ ଦୃଷ୍ଟିକୁ ରଖି ମୋ ସମ୍ପର୍କରେ ଏହି ଗୁଜବ ପ୍ରଚାର କରାଯାଉଛି। ଯାହାଦ୍ୱାରା ଦଳ ଓ ଆମ ନେତାଙ୍କୁ ବଦନାମ୍ କରିବାକୁ ଚେଷ୍ଟା କରାଯାଉଛି।”

ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଅଦିତି ସିଂହଙ୍କ ପରିବାର ଓ ସୋନିଆ ଗାନ୍ଧି ଏବଂ ରାହୁଲଙ୍କ ସହ କିଛି ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଲେଖାଯାଇଛି ଯେ, ଅଦିତି  ରାହୁଲଙ୍କ ବିବାହ ସ୍ଥିର ହେବା ପରର ଏହି ଫଟୋ। ନିକଟରେ ଅଦିତି ସିଂହଙ୍କ ପରିବାର ସୋନିଆ ଓ ରାହଲ ଗାନ୍ଧିଙ୍କୁ ଭେଟିବାକୁ  ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ରାହୁଲ ଓ ସୋନିଆଙ୍କ ସହ ଅଦିତିଙ୍କ ପରିବାର ଫଟୋ ସାମ୍ନାକୁ ଆସିଥିଲା। ଏହି ଫଟୋକୁ ସୋସିଆଲ ମିଡିଆରେ  ରାହୁଲ ଗାନ୍ଧିଙ୍କ ବାହାଘର ଫଟୋ କହି ପ୍ରଚାର କରାଯାଉଛି। ଅଦିତି ସିଂହଙ୍କ ଏହି ଟ୍ୱିଟ୍ ପରେ ବାହାଘରକୁ ନେଇ ହୋଇଥିବା ଚର୍ଚ୍ଚା ଥମିବ ବୋଲି ଆଶା କରାଯାଉଛି।

Related story