ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଆଡ଼ଭାନୀଙ୍କ ବୟାନ ରେକର୍ଡ

ଲକ୍ଷ୍ନୌ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ବୟାନ ରେକର୍ଡ କରିଛି ସିବିଆଇ ସ୍ୱତନ୍ତ୍ର କୋର୍ଟ। ବାବ୍ରି ମସଜିଦ ଭଙ୍ଗା ମାମଲାରେ ଆଡ଼ଭାନୀ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ। ଆଜି ଲାଲକୃଷ୍ଣ ଆଡ଼ଭାନୀ ଭିଡ଼ିଓ କନଫରେନସ ଜରିଆରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଗରେ ହାଜର ହୋଇ ବୟାନ ରେକର୍ଡ କରାଇଛନ୍ତି। ରାଜନୀତିକ ଉଦ୍ଦେଶ୍ୟ ରଖି ଆଡ଼ଭାନୀ ବାବ୍ରି ମସଜିଦ ଭଙ୍ଗା ମାମଲାରେ ସାମିଲ ଥିବା ତଦନ୍ତକାରୀ ସଂସ୍ଥା ସିବିଆଇ କୋର୍ଟରେ ଦର୍ଶାଇଥିଲା। ଏହା ପୂର୍ବରୁ ବିଜେପିର ବରିଷ୍ଠ ନେତା […]

LAL KRUSHNA ADVANI

Subhransu Sekhar
  • Published: Friday, 24 July 2020
  • , Updated: 24 July 2020, 06:12 PM IST

ଲକ୍ଷ୍ନୌ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ବୟାନ ରେକର୍ଡ କରିଛି ସିବିଆଇ ସ୍ୱତନ୍ତ୍ର କୋର୍ଟ। ବାବ୍ରି ମସଜିଦ ଭଙ୍ଗା ମାମଲାରେ ଆଡ଼ଭାନୀ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ। ଆଜି ଲାଲକୃଷ୍ଣ ଆଡ଼ଭାନୀ ଭିଡ଼ିଓ କନଫରେନସ ଜରିଆରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଗରେ ହାଜର ହୋଇ ବୟାନ ରେକର୍ଡ କରାଇଛନ୍ତି। ରାଜନୀତିକ ଉଦ୍ଦେଶ୍ୟ ରଖି ଆଡ଼ଭାନୀ ବାବ୍ରି ମସଜିଦ ଭଙ୍ଗା ମାମଲାରେ ସାମିଲ ଥିବା ତଦନ୍ତକାରୀ ସଂସ୍ଥା ସିବିଆଇ କୋର୍ଟରେ ଦର୍ଶାଇଥିଲା।

ଏହା ପୂର୍ବରୁ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହଙ୍କ ବୟାନ ମଧ୍ୟ ସିବିଆଇ କୋର୍ଟ ରେକର୍ଡ କରିଛି।

ରାଜନୀତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ମୁରଲୀ ମନୋହର ଯୋଶୀ ବୟାନ ରେକର୍ଡ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ। କୋର୍ଟ ଏହି ମାମଲାରେ ସାକ୍ଷୀ ସହିତ ମୋଟ୍ ୩୨ ଜଣ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରି ସାରିଛି। ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ଏହି ପୁରୁଣା ମାମଲାର ତଦନ୍ତ ଶେଷ କରିବାକୁ ସିବିଆଇ ସ୍ୱତନ୍ତ୍ର କୋର୍ଟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related story