ତାଲିବାନ ଚୁକ୍ତି ପରେ ଭୟରେ ଆଫଗାନିସ୍ତାନର ମହିଳା

କାବୁଲ: ଶନିବାର ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି। ଏବେ ଆଫଗାନିସ୍ତାନରେ ନିୟୋଜିତ ଆମେରିକୀୟ ଯବାନ ସ୍ୱଦେଶ ଫେରିବେ। ଏ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଫଗାନିସ୍ତାନର ମହିଳାମାନେ ସ୍ୱାଧୀନତା ହରାଇବେ ବୋଲି ଆକଳନ କରିଛନ୍ତି। ୨୦୦୧ରେ ଆମେରିକା ସେନା ଆଫଗାନିସ୍ତାନରେ ନିୟୋଜିତ ହେବା ପୂର୍ବରୁ ତାଲିବାନମାନେ ଦୀର୍ଘ ପାଞ୍ଚ ବର୍ଷଧରି ଆଫଗାନିସ୍ତାନକୁ ଶାସନ କରୁଥିଲେ। ଶିରିଆ ଆଇନ ଅନୁଯାୟୀ ମହିଳାମାନଙ୍କୁ କଏଦୀ ଭଳି ରଖାଯାଉଥିଲା। ହେଲେ ଆମେରିକା ସେନା ନିୟୋଜିତ […]

afghan women

afghan women

Subhransu Sekhar
  • Published: Sunday, 01 March 2020
  • Updated: 01 March 2020, 02:05 PM IST

Sports

Latest News

କାବୁଲ: ଶନିବାର ଆମେରିକା ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି। ଏବେ ଆଫଗାନିସ୍ତାନରେ ନିୟୋଜିତ ଆମେରିକୀୟ ଯବାନ ସ୍ୱଦେଶ ଫେରିବେ। ଏ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଫଗାନିସ୍ତାନର ମହିଳାମାନେ ସ୍ୱାଧୀନତା ହରାଇବେ ବୋଲି ଆକଳନ କରିଛନ୍ତି।

୨୦୦୧ରେ ଆମେରିକା ସେନା ଆଫଗାନିସ୍ତାନରେ ନିୟୋଜିତ ହେବା ପୂର୍ବରୁ ତାଲିବାନମାନେ ଦୀର୍ଘ ପାଞ୍ଚ ବର୍ଷଧରି ଆଫଗାନିସ୍ତାନକୁ ଶାସନ କରୁଥିଲେ। ଶିରିଆ ଆଇନ ଅନୁଯାୟୀ ମହିଳାମାନଙ୍କୁ କଏଦୀ ଭଳି ରଖାଯାଉଥିଲା। ହେଲେ ଆମେରିକା ସେନା ନିୟୋଜିତ ହେବା ପରେ ତାଲିବାନର ପତନ ଆରମ୍ଭ ହୋଇଥିଲା। ଏହାପରେ ସ୍ଥାନୀୟ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା।

ତାଲିବାନ ଶାସନ ବେଳେ ମହିଳାମାନଙ୍କୁ ଶିକ୍ଷା କିମ୍ବା କୌଣସି କାମରେ ନିୟୋଜିତ ହେବାରେ ରୋକ୍ ଲଗାଯାଉଥିଲା। ହେଲେ ଏବେ ଆଫଗାନିସ୍ତାନ ମହିଳାମାନେ ବିଭିନ୍ନ ବୃତ୍ତିଗତପେଶାରେ ନିୟୋଜିତ ରହିଛନ୍ତି।

ଆଫଗାନିସ୍ତାର ପଶ୍ଚିମପ୍ରାନ୍ତର ଜଣେ ସେଲ୍ସ କର୍ମଚାରୀ ଭାବେ କାମ କରୁଥିବା ମହିଳା ସେଟାରା ଆକ୍ରିମି (୩୨) କହିଛନ୍ତି, ଯଦି ଶାନ୍ତି ଆସେ ଏବଂ ତାଲିବାନ ଆଫଗାନ ଲୋକଙ୍କୁ ହତ୍ୟା କରିବା ଉପରେ ରୋକ୍ ଲଗାଇବ ତାହେଲେ ମୁଁ ବହୁତ ଖୁସି ହେବି। ଯଦି ତାଲିବାନ କ୍ଷମତାକୁ ଫେରି ପୁରୁଣା ମାନସିକତାରେ ଶାସନ କରିବ ତା’ହେଲେ ମୋ ପାଇଁ ଚିନ୍ତାର ବିଷୟ ପାଲଟିବ। ମୁଁ କିଭଳି ମୋ ପରିବାର ଚଳାଇବି’? ସେ ଆହୁରି କହିଛନ୍ତି, ସେ ଏକୁଟିଆ ନୁହନ୍ତି ତାଙ୍କ ପରି ହଜାର ହଜାର ମହିଳା ରହିଛନ୍ତି ଯେଉଁମାନେ ତାଲିବାନ ଫେରିବା ନେଇ ଚିନ୍ତିତ ରହିଛନ୍ତି। ଆକ୍ରିମିଙ୍କର ତିନି ଜଣ ଛୁଆ ରହିଛନ୍ତି। ସେ ଛାଡପତ୍ର ପାଇସାରିଛନ୍ତି। ପରିବାର ଚଳାଇବା ପାଇଁ ତାଙ୍କୁ କାମ କରିବାକୁ ପଡ଼େ।

ଅନ୍ୟପଟେ ଆକ୍ରିମିଙ୍କ ମନ୍ତବ୍ୟକୁ ନେଇ କାବୁଲର ପ୍ରାଣୀ ଚିକିତ୍ସକ ତାହେରା ରେଜାଇ(୩୦) କହିଛନ୍ତି, ତାଲିବାନ ଆଫଗାନିସ୍ତାନକୁ ଫେରିବା ପରେ ମହିଳାଙ୍କ କାର୍ଯ୍ୟ, ସ୍ୱାଧୀନତା ଉପରେ ପ୍ରଭାବ ପକାଇବ। ତାଲିବାନଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story