ହାଇକୋର୍ଟ ପରେ ରାଜଭବନରୁ ବି ନିରାଶ ହେଲେ ଗେହଲଟ

ଜୟପୁର: ରାଜସ୍ଥାନର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ସିପି ଜୋଶୀ ସୋମବାର ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ହାଇକୋର୍ଟ ଏ ନେଇ ରାୟ ଶୁଣାଇବା ପରେ ରାଜଭବନ ଯାଇଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ବିଧାନସଭା ଅଧିବେଶନ ଶୀଘ୍ର ଡାକିବା ପାଇଁ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସେ ନିବେଦନ କରିଥିଲେ। ତେବେ କରୋନା ମହାମାରୀ ବେଳେ ଗେହଲଟଙ୍କ ନିବେଦନକୁ ନେଇ ହଠାତ୍ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ରାଜ୍ୟପାଳ କହିଛନ୍ତି। ଏହାକୁ ନେଇ […]

ashok-gehlot

Subhransu Sekhar
  • Published: Friday, 24 July 2020
  • , Updated: 24 July 2020, 05:51 PM IST

ଜୟପୁର: ରାଜସ୍ଥାନର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ସିପି ଜୋଶୀ ସୋମବାର ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ହାଇକୋର୍ଟ ଏ ନେଇ ରାୟ ଶୁଣାଇବା ପରେ ରାଜଭବନ ଯାଇଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ବିଧାନସଭା ଅଧିବେଶନ ଶୀଘ୍ର ଡାକିବା ପାଇଁ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସେ ନିବେଦନ କରିଥିଲେ। ତେବେ କରୋନା ମହାମାରୀ ବେଳେ ଗେହଲଟଙ୍କ ନିବେଦନକୁ ନେଇ ହଠାତ୍ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ରାଜ୍ୟପାଳ କହିଛନ୍ତି।

ଏହାକୁ ନେଇ କଂଗ୍ରେସ ନେତା ତଥା ଜାତୀୟ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଟ୍ୱିଟ କରିଛନ୍ତି, ବିଜେପି ଗୁଣ୍ଡାଗର୍ଦ୍ଦି କରୁଛି। ରାଜ୍ୟପାଳ ଧାରା 174ରେ ବିଧାନସଭା ଅଧିବେଶନ ଅଧିବେଶନ ଡାକିବାକୁ କିଭଳି ମନାକରିପାରିବେ? ଯେତେବେଳେ କଂଗ୍ରେସ ସରକାର ବିଧାନସଭା ଅଧିବେଶନ ଡାକିବାକୁ ଚିନ୍ତା କରୁଛି ସେତେବେଳେ ବିଜେପି ପଛଘୁଞ୍ଚା କାହିଁକି ଦଉଛି? ଜନମତକୁ ବିଜେପି କେତେ ଦିନ ପର୍ଯ୍ୟନ୍ତ ଦିଗହରା କରୁଥିବ?

ସେହିପରି ଆଉ ଏକ ଟ୍ୱିଟ୍ କରି କହିଛନ୍ତି, ସତ୍ୟ, ଜନତା ଏବଂ ସଂଖ୍ୟା ଆମ ସହିତ ରହିଛି। ବିଜେପି ଗଣତନ୍ତ୍ରକୁ ହତ୍ୟା କରିବାକୁ ଚେଷ୍ଟା କରୁଛି। ହେଲେ ଏହାକୁ ନେଇ କଂଗ୍ରେସ ବିରୋଧାଭାସ ଜାରି ରଖିବ।

ଏହା ପୂର୍ବରୁ ମଧ୍ୟ ସୁରଜେଓ୍ୱାଲା ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ସେ କହିଥିଲେ, ସମ୍ୱିଧାନକୁ ସର୍କସରେ ପରିଣତ କରିଛି ବିଜେପି। ଗଣତନ୍ତ୍ରକୁ ବିଜେପି ବନ୍ଧକ ରଖିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳଙ୍କୁ ଦେଖାକରିବାକୁ ଯାଇ ଥିବା ବେଳେ ବାହାରେ ମନ୍ତ୍ରୀ ଏବଂ ବିଧାୟକ ମାନେ ଉପସ୍ଥିତ ଥିଲେ। ରାଜ୍ୟାପାଳ ବିଧାନସଭା ଅଧିବେଶନ ଶୀଘ୍ର ଡାକିବାକୁ ନେଇ ରାଜି ହେବା ପରେ ରାଜଭବନ ବାହାରେ ଥିବା ବିଧାୟକମାନେ ବାହାରେ ନାରାବାଜି କରିଥିଲେ। ଏମିତିକି ଅଶୋକ ଗେହଲଟ ଜିନ୍ଦାବାଜ ନାରାବାଜି ଦେଇଥିଲେ।

Related story