ଡେଙ୍ଗୁ, ମ୍ୟାଲେରିଆ, କରୋନା ପରେ କାମୁଡ଼ିଲା ବିଷାକ୍ତ ସାପ, ତଥାପି ନୂଆ ଜୀବନ ପାଇଲେ ଯୁବକ

ଜୟପୁର: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଜଣେ ଯୁବକଙ୍କ ସହ ଏତେ ସବୁ ଘଟଣା ଘଟିବା ପରେ ବି ସେ ସବୁ କିଛିକୁ ମାତ୍‌ ଦେଇ ପୁଣିଥରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ଏଭଳି ଏକ ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି। ଏଠାରେ ଚ୍ୟାରିଟି ଖୋଲିଥିବା ବ୍ରିଟିଶ ନାଗରିକ ଇଆନ ଜୋନ୍ସଙ୍କ ସହ ଏଭଳି ଘଟଣା ଘଟିଛି। ପ୍ରଥମେ ତାଙ୍କୁ ଡେଙ୍ଗୁ ହୋଇଥିଲା। ଏହାପରେ ମ୍ୟାଲେରିଆ ଓ କିଛି ଦିନ ତଳେ ସେ ମହାମାରୀ […]

fxd

Hemant Lenka
  • Published: Saturday, 21 November 2020
  • , Updated: 21 November 2020, 10:56 PM IST

ଜୟପୁର: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଜଣେ ଯୁବକଙ୍କ ସହ ଏତେ ସବୁ ଘଟଣା ଘଟିବା ପରେ ବି ସେ ସବୁ କିଛିକୁ ମାତ୍‌ ଦେଇ ପୁଣିଥରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ଏଭଳି ଏକ ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି। ଏଠାରେ ଚ୍ୟାରିଟି ଖୋଲିଥିବା ବ୍ରିଟିଶ ନାଗରିକ ଇଆନ ଜୋନ୍ସଙ୍କ ସହ ଏଭଳି ଘଟଣା ଘଟିଛି।

ପ୍ରଥମେ ତାଙ୍କୁ ଡେଙ୍ଗୁ ହୋଇଥିଲା। ଏହାପରେ ମ୍ୟାଲେରିଆ ଓ କିଛି ଦିନ ତଳେ ସେ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ତେବେ ସବୁ ରୋଗକୁ ମାତ୍‌ ଦେଇ ସେ ସୁସ୍ଥ ହୋଇଥିଲେ। ନିକଟରେ ତାଙ୍କୁ ଗୋଟିଏ ଇଣ୍ଡିଆନ ବିଷାକ୍ତ କୋବ୍ରା କାମୁଡ଼ି ଦେଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ମଧ୍ୟ ରହିଥିଲା। ହେଲେ ସେ ସବୁଥର ପରି ଏଥର ମଧ୍ୟ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରି ବିଜୟୀ ହୋଇଛନ୍ତି।

ସ୍ଥାନୀୟ ମେଡିପ୍ଲସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜୋନ୍ସଙ୍କ ସମ୍ପର୍କରେ ଡାକ୍ତର ଅଭିଷେକ ଟାଟେର କହିଛନ୍ତି, ଗତ ସପ୍ତାହରେ ଯୋଧପୁରର ଏକ ଗାଁରେ ବୁଲୁଥିବା ବେଳେ ଜୋନ୍ସଙ୍କୁ ବିଷାକ୍ତ ସାପ କାମୁଡ଼ି ଥିଲା। ଏହାପରେ ସେ ଏଠାକୁ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ଲାଗୁଥିଲା ଯେ ଜୋନ୍ସ ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା।

ସେ ଆମ ପାଖରେ ଥିବା ବେଳେ ଅଚେତ ହୋଇଯାଇଥିଲେ ଓ ତାଙ୍କ ଶରୀରରେ ସାପ କାମୁଡ଼ାର ଲକ୍ଷଣ ସବୁ ଦେଖା ଯାଇଥିଲା। ଏପରି କି ସେ ଚାଲିବାକୁ ମଧ୍ୟ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ଚଳିତ ସପ୍ତାହରେ ସେ ସାପ କାମୁଡ଼ାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।

Related story