ସିନ୍ଧିଆଙ୍କୁ ନେଇ ଶାହଙ୍କ ଟ୍ୱିଟ୍
ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ଏଥିପାଇଁ ମଧ୍ୟପ୍ରଦେଶରୁ ଧରି ଦିଲ୍ଲୀ ପର୍ଯ୍ୟନ୍ତ ବିଜେପିର ସବୁ ନେତା ଖୁସି ଅଛନ୍ତି। ଦଳର ସମସ୍ତ ନେତା ତାଙ୍କୁ ସ୍ୱାଗତ କରିଛନ୍ତି। ବିଜେପିରେ ଯୋଗ ଦେବା ପରେ ଜ୍ୟୋତିରାଦିତ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଆଉ ଏହି ଭେଟଘାଟର ଏକ ଫଟୋକୁ ଶ୍ରୀ ଶାହ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର୍ କରିଛନ୍ତି।
Met Shri @JM_Scindia ji.
I am sure his induction into the party will further strengthen BJP’s resolve to serve the people of Madhya Pradesh. pic.twitter.com/jrxAAWrjyl
— Amit Shah (@AmitShah) March 12, 2020
ଏହି ଫଟୋକୁ ପୋଷ୍ଟ କରି ସେ ଲେଖିଛନ୍ତି, ମୁଁ ନିଶ୍ଚିତ ଯେ ସିନ୍ଧିଆଙ୍କ ଯୋଗଦାନ ମଧ୍ୟପ୍ରଦେଶବାସୀଙ୍କ ସେବା କରିବା ପାଇଁ ବିଜେପିର ସଂକଳ୍ପକୁ ଆହୁରି ମଜବୁତ କରିବ।
ସୂଚନାଯୋଗ୍ୟ, ବୁଧବାର ସିନ୍ଧିଆ ବିଜେପିରେ ଯୋଗ ଦେଇଥିଲେ। ଦଳରେ ସାମିଲ ହେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।