ସଚିନ ପାଇଲଟଙ୍କ ପରେ ଦଳରେ ଆଉ କିଏ ଅସନ୍ତୁଷ୍ଟ?

ନୂଆଦିଲ୍ଲୀ: ଏକଦା ମଧ୍ୟପ୍ରଦେଶ କଂଗ୍ରେସର ଚେହେରା କୁହାଯାଉଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏବେ ସେ ଦଳ ଉପରେ ଅସନ୍ତୋଷ ଜାହିର କରି ବିଜେପିରେ ସାମିଲ୍ ହୋଇ ରାଜ୍ୟସଭା ସାଂସଦ ହୋଇଛନ୍ତି। ଏହି ଧାରାରେ ରାଜସ୍ଥାନର ସଚିନ୍ ପାଇଲଟ ଏବେ ଦଳ ଭିତରେ କୋଣଠେସା ହୋଇଛନ୍ତି। ସ୍ଥିତି ଏମିତି ଯେ ଦଳକୁ ବାଏ ବାଏ କରିବା ସ୍ଥିତିରେ ପାଇଲଟ। ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ଥିବା ବେଳେ ଏହି ଦୁଇ ନେତା ତାଙ୍କର ଛାଇ ହୋଇ ରହୁଥିବାର ନଜିର ରହିଛି। […]

Jyotiraditya-Scindia-and-Sachin-Pilot

Subhransu Sekhar
  • Published: Sunday, 26 July 2020
  • , Updated: 26 July 2020, 10:51 PM IST

ନୂଆଦିଲ୍ଲୀ: ଏକଦା ମଧ୍ୟପ୍ରଦେଶ କଂଗ୍ରେସର ଚେହେରା କୁହାଯାଉଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏବେ ସେ ଦଳ ଉପରେ ଅସନ୍ତୋଷ ଜାହିର କରି ବିଜେପିରେ ସାମିଲ୍ ହୋଇ ରାଜ୍ୟସଭା ସାଂସଦ ହୋଇଛନ୍ତି। ଏହି ଧାରାରେ ରାଜସ୍ଥାନର ସଚିନ୍ ପାଇଲଟ ଏବେ ଦଳ ଭିତରେ କୋଣଠେସା ହୋଇଛନ୍ତି। ସ୍ଥିତି ଏମିତି ଯେ ଦଳକୁ ବାଏ ବାଏ କରିବା ସ୍ଥିତିରେ ପାଇଲଟ। ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ଥିବା ବେଳେ ଏହି ଦୁଇ ନେତା ତାଙ୍କର ଛାଇ ହୋଇ ରହୁଥିବାର ନଜିର ରହିଛି। ଦଳରେ ଯୁବ ବର୍ଗଙ୍କୁ ଆଗକୁ ନେବା ପାଇଁ ସିନ୍ଧିଆଙ୍କୁ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ୱ ଦେଇଥିଲେ ରାହୁଲ। ହେଲେ ନିର୍ବାଚନ ପରେ ରାହୁଲ ଗାନ୍ଧୀ ସଭାପତି ପଦବୀରୁ ଇସ୍ତଫା ଦେବା ପରେ ସୋନିଆ ହୋଇଛନ୍ତି ଦଳର ସଭାପତି। ଆଉ ଦଳର ନେତୃତ୍ୱ ପରିବର୍ତ୍ତନ ହେବା ପରେ ରାହୁଲଙ୍କ ଯୁବ ବ୍ରିଗେଡ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

ସିନ୍ଧିଆ ପରେ ଏବେ ପାଇଲଟ ଦଳର ଏକଜିଟ୍ ଦ୍ୱାରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ତେବେ କଂଗ୍ରେସର ଆଉ କେହି ନେତା ଅଛନ୍ତି କି? ଯିଏକି ସିନ୍ଧିଆ ଏବଂ ସଚିନଙ୍କ ପରି କୋଣଠେସା ହୋଇଛନ୍ତି? ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

କଂଗ୍ରେସ ୱାର୍କିଂ କମିଟିର ଜଣେ ନେତା କହିଛନ୍ତି ଯେଉଁ ନେତା ଦଳ ସହ ପରିଚିତ, ଯେଉଁମାନଙ୍କୁ କମ୍ ସମୟ ମଧ୍ୟରେ ଅଧିକ ଦାୟିତ୍ୱ ଦିଆଯାଇଥିଲା ସେମାନଙ୍କର ଦକ୍ଷତା ଏବଂ ପ୍ରଭାବ ବଢ଼ିଛି। ଏପରି ପରିସ୍ଥିତିରେ, ଯଦି ସେହି ନେତାମାନେ ବର୍ତ୍ତମାନ ସନ୍ତୁଷ୍ଟ ରହିଛନ୍ତି ତା’ହେଲେ ଦଳରେ ନିଶ୍ଚିତ କିଛି ଗୋଳମାଳିଆ ସ୍ଥିତି ରହିଛି। କଂଗ୍ରେସ ସାଧାରଣତଃ ସମସ୍ତ ନିଷ୍ପତ୍ତି କଂଗ୍ରେସ ୱାର୍କିଂ କମିଟି ମାଧ୍ୟମରେ ନେଇଥାଏ।

ସୂଚନାଯୋଗ୍ୟ, କଂଗ୍ରେସରେ ଥିବାବେଳେ ପାଇଲଟ ଏବଂ ସିନ୍ଧିଆ ରାହୁଲ ବ୍ରିଗେଡର ପ୍ରମୁଖ ଚେହେରା ଥିଲେ। ରାହୁଲ ଦଳର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବା ପରେ ଦୁଇ ନେତା ଦଳ ଭିତରେ ବିଦ୍ରୋହୀ ସାବ୍ୟସ୍ତ ହୋଇଛନ୍ତି।

ତେଣୁ ରାହୁଲ ବ୍ରିଗେଡ କଥା ସାମ୍ନାକୁ ଆସିଲେ ଏବେ ହରିଆଣାର ଅଶୋକ ତନୱାର, ମଧ୍ୟପ୍ରଦେଶ ୟୁନିଟର ପୂର୍ବତନ ମୁଖ୍ୟ ଅରୁଣ ଯାଦବ, ମୁମ୍ବାଇର ପୂର୍ବତନ ମୁଖ୍ୟ ମିଲିନ୍ଦ ଦେଓରା ଏବଂ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ପ୍ରତାପ ସିଂ ବାଜଓ୍ୱା,ଝାଡଖଣ୍ଡ କଂଗ୍ରେସର ପୂର୍ବତନ ସଭାପତି ଅଜୟ କୁମାର ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟ ଦୀନେଶ ଗୁଣ୍ଡୁଙ୍କ ନାମ ଚର୍ଚ୍ଚାକୁ ଆସୁଛି। ସେହିପରି ରାହୁଲ ଗାନ୍ଧୀ ନେତୃତ୍ୱ ନେଉଥିବା ବେଳେ ଦଳର ମୁଖପାତ୍ର ହୋଇଥିଲେ ସଞ୍ଜୟ ଝା’। ଏବେ ତାଙ୍କୁ କଂଗ୍ରେସ ବହିଷ୍କାର କରିଛି।

Related story