ଓ୍ଵାଶିଂଟନ୍: ଆମେରିକାର ବୈଦେଶିକ ସଚିବ ତଥା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ଚଳିତମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ନୂଆ ବୈଦେଶିକ ମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ସଚିବ ଏସ. ଜୟଶଙ୍କରଙ୍କୁ ଭେଟିବେ। ହେଲେ ଭାରତ ଆସିବା ପୂର୍ବରୁ ଚଳିତ ନିର୍ବାଚନ ବେଳେ ବିଜେପି ଦେଇଥିବା ନାରା ‘ମୋଦି ହୈ ତୋ ମୁମ୍କିନ୍ ହୈ’କୁ ପୋମ୍ପିୟୋ ଏକ ବୈଠକରେ ଉଦବୋଧନ ଦେବା ବେଳେ କହିଛନ୍ତି।
ଗତକାଲି ଆମେରିକାରେ ୟୁଏସ-ଇଣ୍ଡିଆ ବିଜନେସ କାଉନସିଲର ବୈଠକ ବସିଥିଲା। ଏହି ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ଉଦବୋଧନ ଦେବା ବେଳେ ପୋମ୍ପିୟୋ କହିଥିଲେ ଯେମିତି ଭାରତର ପ୍ରଧାନମନ୍ତ୍ରୀ ନିର୍ବାଚନ ବେଳେ ନାରା ଦେଇଥିଲେ ‘ମୋଦି ହୈ ତୋ ମୁମ୍କିନ୍ ହୈ’ ଅର୍ଥାତ୍ ମୋଦି ଅଛନ୍ତି ତ ସବୁ ସମ୍ଭବ। ସେହିଭଳି ଭାବରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆଗକୁ ବଢ଼ୁ ବୋଲି ସେ ଚାହୁଁଛନ୍ତି ବୋଲି କହିଥିଲେ।
#WATCH: US Secretary of State Mike Pompeo, at the India Ideas Summit, in the US says, "...as Prime Minister Modi said in his latest campaign, he said 'Modi hai to mumkin hai', Modi makes it possible. I'm looking forward to exploring what's possible between our people." pic.twitter.com/jgta6OhhQd
— ANI (@ANI) June 12, 2019
ଭାରତ ଗସ୍ତରେ ପୋମ୍ପିୟୋ ଆସିଲେ ଉଭୟ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ। ଏହି ଅବସରରେ ସେ ଆମେରିକା ଓ ମଧ୍ୟ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ବାବଦରେ ଆଲୋଚନା କରିବେ। ଯାହାକି ଉଭୟ ଭାରତ ଓ ଆମେରିକାର ସମ୍ପର୍କକୁ ଆଗକୁ ନେବ। ଏବଂ ଏହି ବୈଠକ ତାଙ୍କର ସଫଳ ହେବ ବୋଲି ସେ ଆଶା ରଖିଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ମୋଦି ହୈ ତୋ ମୁମ୍କିନ୍ ହୈ’ର ନାରାକୁ ସେ ଭାରତ ଆମେରିକା ବିଜନେସ ଆଇଡିଆ ବୈଠକରେ ଦୋହରାଇଛନ୍ତି।
ଏହାପୂର୍ବରୁ ଆମେରିକାର ଅନ୍ତିମ ସାଧାରଣ ନିର୍ବାଚନ ବେଳେ ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତଥା ରିପବ୍ଲିକିଆନ ପାର୍ଟି ତରଫରୁ ଅବି କି ବାର ଟ୍ରମ୍ପ ସରକାରର ନାରା ଦେଇଥିଲେ। ଯାହାକି ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ନାରା ‘ଅବ୍ କି ବାର ମୋଦି ସରକାର’ର ଅବିକଳ ଥିଲା।