ରାହୁଲ ଗାନ୍ଧିଙ୍କୁ ମିଳିଲା ଜାମିନ୍‌

ଅହମଦାବାଦ: ପୁଣି ଏକ ମାନହାନି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ରାହୁଲଙ୍କ ନାଁରେ ଅହମଦାବାଦ ଡିଷ୍ଟ୍ରିକ୍ଟ କୋପରେଟିଭ ବ୍ୟାଙ୍କ ଓ ଏହାର ଅଧ୍ୟକ୍ଷ ଅଜୟ ପଟେଲ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ। ଆଜି ଅହମଦାବାଦ ମେଟ୍ରୋପଲିଟାନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ଏଠାରେ ହାଜର ମଧ୍ୟ ହୋଇଥିଲେ। ଶୁଣାଣି ସମୟରେ ମାଜିଷ୍ଟ୍ରେଟ ରାହୁଲ ଗାନ୍ଧିଙ୍କୁ କ’ଣ ଆପଣ ନିଜ ଅପରାଧ ସ୍ୱୀକାର କରୁଛନ୍ତି […]

sa

Hemant Lenka
  • Published: Friday, 12 July 2019
  • , Updated: 12 July 2019, 05:13 PM IST

ଅହମଦାବାଦ: ପୁଣି ଏକ ମାନହାନି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି। ରାହୁଲଙ୍କ ନାଁରେ ଅହମଦାବାଦ ଡିଷ୍ଟ୍ରିକ୍ଟ କୋପରେଟିଭ ବ୍ୟାଙ୍କ ଓ ଏହାର ଅଧ୍ୟକ୍ଷ ଅଜୟ ପଟେଲ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ।

ଆଜି ଅହମଦାବାଦ ମେଟ୍ରୋପଲିଟାନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ଏଠାରେ ହାଜର ମଧ୍ୟ ହୋଇଥିଲେ। ଶୁଣାଣି ସମୟରେ ମାଜିଷ୍ଟ୍ରେଟ ରାହୁଲ ଗାନ୍ଧିଙ୍କୁ କ’ଣ ଆପଣ ନିଜ ଅପରାଧ ସ୍ୱୀକାର କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ରାହୁଲ କହିଥିଲେ, “ମୁଁ ଜଣେ ଅପରାଧୀ ନୁହେଁ।” ଏହାପରେ କୋର୍ଟ ୧୫ ହାଜର ଟଙ୍କାର ବଣ୍ଡ ଦ୍ୱାରା ରାହୁଲଙ୍କୁ ଜାମିନ ପ୍ରଦାନ କରିଥିଲେ।

ରାହୁଲ ଗାନ୍ଧି ଏବଂ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଅହମଦାବାଦ କୋପରେଟିଭ୍‌ ବ୍ୟାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ୨୦୧୬ ନଭେମ୍ବର ୮ ବିମୁଦ୍ରାକରଣ ଘୋଷଣା ହେବା ପୂର୍ବରୁ ଉକ୍ତ ବ୍ୟାଙ୍କ ୭୪୫.୫୯ କୋଟି ଟଙ୍କାର ଅଦଳ ବଦଳ କରିଥିବା କହିଥିଲେ। ଏହି ବ୍ୟାଙ୍କର ଅନ୍ୟତମ ନିର୍ଦ୍ଦେଶକ ହେଉଛନ୍ତି ଅମିତ ଶାହ।

ରାହୁଲ ଓ ରଣଦୀପଙ୍କ ଏଭଳି ବୟାନ ପରେ ବ୍ୟାଙ୍କ ପକ୍ଷରୁ ଗତବର୍ଷ ରାହୁଲଙ୍କ ନାଁରେ ଅପରାଧିକ ମାନହାନି ମାମଲା ରୁଜୁ କରାଯାଇଥିଲା।

ଚଳିତମାସରେ ୩ଟି ମାନହାନି ମକଦ୍ଦମାର ସାମ୍ନା କରିସାରେଲଣି ରାହୁଲ ଗାନ୍ଧି। ପ୍ରଥମ ଦୁଇଟିରେ ସେ ଜାମିନ ପାଇସାରିଥିବା ବେଳେ ତୃତୀୟ ମାମଲାରେ ସେ ଅହମଦାବାଦ କୋର୍ଟରେ ହାଜର ହୋଇନଥିଲେ।

Related story