କୋଭିଡ ହସ୍ପିଟାଲ ଆଇସିୟୁରେ ଲାଗିଗଲା ନିଆଁ

ଅହମଦାବାଦ: ଗୁଜୁରାଟ ଅହମଦାବାଦର ନଭରଙ୍ଗପୁରାସ୍ଥିତ ଶ୍ରେୟ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ମହିଳା ଥିବା ଜଣାଯାଇଛି। ହସ୍ପିଟାଲରେ ଥିବା ୪୦ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗୁରୁବାର ଭୋର ପ୍ରାୟ ୩ଟା ୩୦ ସମୟରେ ହସ୍ପିଟାଲର ଆଇସିୟୁରୁ ପ୍ରଥମେ ଏହି ଅଗ୍ନିକାଣ୍ଡ ବ୍ୟାପିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଙ୍ଗେ ସଙ୍ଗେ ହସ୍ପିଟାଲରେ ଫସିଥିବା […]

gujurat

Niharika Rout
  • Published: Thursday, 06 August 2020
  • , Updated: 06 August 2020, 10:55 AM IST

ଅହମଦାବାଦ: ଗୁଜୁରାଟ ଅହମଦାବାଦର ନଭରଙ୍ଗପୁରାସ୍ଥିତ ଶ୍ରେୟ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ମହିଳା ଥିବା ଜଣାଯାଇଛି। ହସ୍ପିଟାଲରେ ଥିବା ୪୦ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ଗୁରୁବାର ଭୋର ପ୍ରାୟ ୩ଟା ୩୦ ସମୟରେ ହସ୍ପିଟାଲର ଆଇସିୟୁରୁ ପ୍ରଥମେ ଏହି ଅଗ୍ନିକାଣ୍ଡ ବ୍ୟାପିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଙ୍ଗେ ସଙ୍ଗେ ହସ୍ପିଟାଲରେ ଫସିଥିବା ରୋଗୀଙ୍କୁ ସେମାନେ ବାହାର କରି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।ଅଗ୍ନିକାଣ୍ଡର କାରଣ ଜଣାପଡ଼ିନ ଥିଲେ ମଧ୍ୟ ସର୍ଟ ସର୍କିଟ୍‌ ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି।

କୋଭିଡ ହସ୍ପିଟାଲରେ ଘଟିଥିବା ଏପରି ଭୟାବହ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ତଦନ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୃୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାରର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗ୍ନିକାଣ୍ଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ମେୟର ବିଜଲ ପଟେଲଙ୍କ ସହ କଥା ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାମନ୍ତ୍ରୀ । ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହଯୋଗ ପ୍ରଦାନ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

Related story