ଆୟକର ଚଢ଼ଉ ଦେଖି ଆତ୍ମହତ୍ୟା କଲେ କଂଗ୍ରେସ ନେତାଙ୍କ ସହଯୋଗୀ

ବେଙ୍ଗାଲୁରୁ: ପୂର୍ବତନ କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜି ପରମେଶ୍ୱରଙ୍କ ବ୍ୟକ୍ତିଗତ ସହାୟକ ରମେଶ ଆଜି ବେଙ୍ଗାଲୁରୁ ଠାରେ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ଓ ଶୁକ୍ରବାର ଆୟକର ବିଭାଗ ଜି ପରମେଶ୍ୱରଙ୍କ ସମେତ ତାଙ୍କର ଏକାଧିକ ସହଯୋଗୀଙ୍କ ଘରେ ଚଢ଼ଉ କରିଥିଲା। ହେଲେ ଏହି ଚଢ଼ଉ ରମେଶଙ୍କ ଘରେ ହୋଇ ନଥିଲା। ତଥାପି ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପରମେଶ୍ୱର କହିଛନ୍ତି, ଚଢ଼ଉ ବେଳେ ରମେଶ […]

cs

Hemant Lenka
  • Published: Saturday, 12 October 2019
  • , Updated: 12 October 2019, 05:17 PM IST

ବେଙ୍ଗାଲୁରୁ: ପୂର୍ବତନ କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜି ପରମେଶ୍ୱରଙ୍କ ବ୍ୟକ୍ତିଗତ ସହାୟକ ରମେଶ ଆଜି ବେଙ୍ଗାଲୁରୁ ଠାରେ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ଓ ଶୁକ୍ରବାର ଆୟକର ବିଭାଗ ଜି ପରମେଶ୍ୱରଙ୍କ ସମେତ ତାଙ୍କର ଏକାଧିକ ସହଯୋଗୀଙ୍କ ଘରେ ଚଢ଼ଉ କରିଥିଲା।

ହେଲେ ଏହି ଚଢ଼ଉ ରମେଶଙ୍କ ଘରେ ହୋଇ ନଥିଲା। ତଥାପି ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପରମେଶ୍ୱର କହିଛନ୍ତି, ଚଢ଼ଉ ବେଳେ ରମେଶ ମୋ ସହ ଥିଲେ। ଚଢ଼ଉ ଦେଖି ସେ ପୂରା ଡରି ଯାଇଥିଲେ।

କାରଣ ସେ ଭାରି ସ୍ୱାଭିମାନୀ ଓ ସ୍ୱଚ୍ଛ ବ୍ୟକ୍ତିଥିଲେ। ମୁଁ ତାଙ୍କୁ କିଛି ହେବନାହିଁ ବୋଲି ବୁଝାଇ ଥିଲି। ତଥାପି ସେ କ’ଣ ପାଇଁ ଆତ୍ମହତ୍ୟା କଲେ ମୁଁ ବୁଝି ପାରୁନାହିଁ।”

ରମେଶଙ୍କ ମୃତଦେହ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଥିବା ଏକ ଗଛରେ ଝୁଲୁଥିବା ବେଳେ ଠାବ କରାଯାଇଛି।

ଅନ୍ୟପକ୍ଷରେ ବେଙ୍ଗାଲୁରୁ ଓ ଟୁମାକୁରରେ ହୋଇଥିବା ଚଢ଼ଉ ବେଳେ ପ୍ରାୟ ୪.୨୫ କୋଟି ଟଙ୍କା ମିଳିଛି। ଏହି ଟଙ୍କା ପରମେଶ୍ୱର ଓ ତାଙ୍କ ସହଯୋଗୀଙ୍କର ବୋଲି ଜଣାପଡ଼ିଛି।

Related story