ଲୋକେ ଜୀବନ ମରଣ ସ୍ଥିତି ଦେଇ ଗତି କରୁଛନ୍ତି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ ପ୍ରଦୂଷଣକୁ ନେଇ ଆଜି କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ କୋଟି କୋଟି ଲୋକ ଜୀବନ ମରଣ ସ୍ଥିତି ଦେଇ ଗତି କରୁଛନ୍ତି। ଅନ୍ୟପକ୍ଷରେ କର୍ତ୍ତୃପକ୍ଷ ଏହାର ମୁକାବିଲା ବିଫଳ ହୋଇଥିବା କାରଣରୁ ଏହାର ଉତ୍ତରଦାୟିତ୍ୱ ନିଅନ୍ତୁ। କୋର୍ଟ ପ୍ରଶ୍ନ କରିଛନ୍ତି, ଆପଣ କ’ଣ ଲୋକଙ୍କୁ ପ୍ରଦୂଷଣ କାରଣରୁ ମରିବାକୁ ଛାଡ଼ିଦେବା। ଆପଣ କ’ଣ ଦେଶକୁ ୧୦୦ ବର୍ଷ ପଛକୁ ଠେଲିଦେବାକୁ ଚାହୁଁଛନ୍ତି? କୋର୍ଟ ଆହୁରି […]

polution

polution

Subrat Kumar Nayak
  • Published: Wednesday, 06 November 2019
  • Updated: 06 November 2019, 09:08 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ ପ୍ରଦୂଷଣକୁ ନେଇ ଆଜି କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମ୍‌କୋର୍ଟ। ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ କୋଟି କୋଟି ଲୋକ ଜୀବନ ମରଣ ସ୍ଥିତି ଦେଇ ଗତି କରୁଛନ୍ତି। ଅନ୍ୟପକ୍ଷରେ କର୍ତ୍ତୃପକ୍ଷ ଏହାର ମୁକାବିଲା ବିଫଳ ହୋଇଥିବା କାରଣରୁ ଏହାର ଉତ୍ତରଦାୟିତ୍ୱ ନିଅନ୍ତୁ। କୋର୍ଟ ପ୍ରଶ୍ନ କରିଛନ୍ତି, ଆପଣ କ’ଣ ଲୋକଙ୍କୁ ପ୍ରଦୂଷଣ କାରଣରୁ ମରିବାକୁ ଛାଡ଼ିଦେବା। ଆପଣ କ’ଣ ଦେଶକୁ ୧୦୦ ବର୍ଷ ପଛକୁ ଠେଲିଦେବାକୁ ଚାହୁଁଛନ୍ତି? କୋର୍ଟ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି, ଏଥିପାଇଁ ସରକାରଙ୍କୁ କାହିଁକି ଦାୟୀ କରାଯିବ ନାହିଁ? ଏପରିକି ପ୍ରଦୂଷଣର ଅନ୍ୟତମ କାରଣ ଖୁଣ୍ଟା ପୋଡ଼ା କାହିଁକି ବନ୍ଦ କରାଯାଇ ପାରିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାରମାନଙ୍କ ଉପରେ ବର୍ଷିବାକୁ ଯାଇ କୋର୍ଟ କହିଥିଲେ, ଯଦି ଆପଣମାନେ ଲୋକଙ୍କ ବାବଦରେ ଚିନ୍ତା କରୁନାହାନ୍ତି, ଆପଣମାନଙ୍କର କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ଆପଣମାନେ ଜନମଙ୍ଗଳକାରୀ ସରକାରର ଉଦ୍ଦେଶ୍ୟ ହିଁ ଭୁଲିଯାଇଛନ୍ତି। ଏମାନେ ନୀରିହ ଲୋକଙ୍କ କଥା ଚିନ୍ତା କରୁନାହାନ୍ତି, ଏହା ଦୁର୍ଭାଗ୍ୟଜନକ। ସରକାର କ’ଣ ଶସ୍ୟ ଖୁଣ୍ଟା ଚାଷୀମାନଙ୍କଠାରୁ ସଂଗ୍ରହ କରିପାରିବେ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ଏଥିସହିତ କୋର୍ଟ ପଞ୍ଜାବ ହରିଆଣା ଏବଂ ଉତ୍ତର ପ୍ରଦେଶ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି ୭ ଦିନ ମଧ୍ୟରେ ଧାନ ଓ ଗହମ ଆଦିର ଖୁଣ୍ଟା ବା ଷ୍ଟବଲ୍‌ ପୋଡ଼ିନଥିବା ଚାଷୀମାନଙ୍କୁ କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ଯୋଗାଇଦିଆଯିବ।

କୋର୍ଟ ଏହି ଅବସରରେ କହିଛନ୍ତି, କୃଷି ଦେଶର ଅର୍ଥନୀତିର ମେରୁଦଣ୍ଡ। ତେଣୁ ରାଜ୍ୟଗୁଡ଼ିକ ଚାଷୀଙ୍କ ସ୍ୱାର୍ଥକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର। ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୃଷକମାନଙ୍କୁ ଆବଶ୍ୟକୀୟ ବ୍ୟବସ୍ଥା ଯୋଗାଇ ଦିଆଯାଉ ଯାହାଫଳରେ ସେମାନେ ଖୁଣ୍ଟା ପୋଡ଼ିବାରୁ ବିରତ ହୋଇପାରିବେ।

ଜଷ୍ଟିସ୍‌ ଦୀପକ ଗୁପ୍ତା ମଧ୍ୟ ସଦସ୍ୟ ରହିଥିବା ଏହି ଖଣ୍ଡପୀଠ ଆହୁରି ମଧ୍ୟ କେନ୍ଦ୍ର ଏବଂ ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ କହିଛନ୍ତି, ଏମାନେ ମିଶି ଆସନ୍ତା ୩ ମାସରେ ଏଭଳି କିଛି ଯୋଜନା ଆଣନ୍ତୁ ଯାହାକି ପରିବେଶ ସହ ସମ୍ପର୍କିତ ସମସ୍ୟାର ସମାଧାନ କରିପାରିବ। କୋର୍ଟ ଶୁଣାଣି ସମୟରେ କହିଛନ୍ତି, “ଦୁର୍ଭାଗ୍ୟଜନକ କଥା ହେଉଛି ଜାତୀୟ ରାଜଧାନୀରେ ଏଭଳି ଦୁଃସ୍ଥିତି ଜାରି ରହିଛି ଏବଂ ଏଯାଏ ଏହାର ସମାଧାନର ରାସ୍ତା ବାହାରି ପାରିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story