ପାଇଲଟ୍ ଅଭିନନ୍ଦନଙ୍କ ପିତାମାତାଙ୍କୁ ବିମାନରେ ଭବ୍ୟ ସ୍ୱାଗତ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଆଜି ସ୍ୱଦେଶ ଫେରିବେ ଭାରତର ବୀରପୁତ୍ର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ସାରା ଦେଶ ବାୟୁସେନାର ଏହି ସାହସୀ ପାଇଲଟଙ୍କ ଫେରିବା ବାଟକୁ ଅନେଇ ବସିଛି। ପାକିସ୍ତାନ ସମୟ ଅନୁସାରେ ଅଭିନନ୍ଦନ ୩ରୁ ୪ ଟା ମଧ୍ୟରେ ଭାରତୀୟ ସୀମାରେ ପ୍ରବେଶ କରିବାର ଅଛି ।
ପାକ୍ ସେନା ୱିଙ୍ଗ କମାଣ୍ଡରଙ୍କୁ ପଞ୍ଜାବର ଅମୃତସରଠାରେ ଥିବା ୱାଘା-ଅଟ୍ଟାରୀ ସୀମା ପର୍ଯ୍ୟନ୍ତ ନେଇକି ଆସିବ। ଏହାପରେ ବାୟୁସେନା ପ୍ରତିନିଧି ଦଳ ଅଭିନନ୍ଦନଙ୍କୁ ସ୍ୱାଗତ କରିବେ। ସେପଟେ ଅଭିନନ୍ଦନଙ୍କ ଆସିବା ଖବର ପାଇ ବିଳମ୍ବିତ ରାତ୍ରିରେ ମାତା ପିତା ମଧ୍ୟ ଅମୃତସର ଅଭିମୁଖେ ବାହାରିଥିଲେ। ତେବେ ଫ୍ଲାଇଟ୍ ଭିତରେ ଅଭିନନ୍ଦନଙ୍କ ମାତାପିତାଙ୍କର କରତାଳି ସହିତ ଲୋକେ ସ୍ୱାଗତ କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି।
ଅଭିନନ୍ଦନଙ୍କୁ ଆଣିବା ପାଇଁ ଯେତେବେଳେ ତାଙ୍କ ବାପା ଏବଂ ମା’ ଚେନ୍ନାଇରୁ ଦିଲ୍ଲୀ ଏୟାରପୋର୍ଟ ପହଞ୍ଚିଥିଲେ, ସେତେବେଳେ ଲୋକମାନେ ତାଙ୍କର କରତାଳିର ସହ ସ୍ୱାଗତ କରିଥିଲେ। ଏହା ପରେ ସେମାନେ ଦିଲ୍ଲୀରୁ ଅମୃତସର ଅଭିମୁଖେ ଉଡ଼ାଣ ଭରିଥିଲେ।
ତେବେ ଫ୍ଲାଇଟ୍ ଭିତରେ ମଧ୍ୟ ଯାତ୍ରୀମାନେ ବୀରପୁତ୍ର ଅଭିନନ୍ଦନଙ୍କ ମାତାପିତାଙ୍କୁ ଛିଡ଼ା ହୋଇ କରତାଳିର ସହ ସ୍ୱାଗତ କରିଥିଲେ। ଏହି ସମୟର ଏକ ଭିଡିଓରେ ଅଭିନନ୍ଦନଙ୍କ ମାତାପିତା ଓ ଅନ୍ୟ ଲୋକମାନେ ଅଭିନନ୍ଦନଙ୍କ ଘରବାହୁଡ଼ାକୁ ନେଇ କେତେ ଖୁସି ଅଛନ୍ତି ତାହା ବାରି ହୋଇପଡ଼ୁଛି।
जब अभिनंदन के माता पिता चेन्नई से दिल्ली पहुँचे तो फ्लाइट में मौजूद सभी लोगों ने उनका ताली बजाकर स्वागत किया,दिल्ली से वो सीधा फ्लाइट से अमृतसर के लिए निकल गए pic.twitter.com/jduYawz0Pr
— Mukesh singh sengar (@mukeshmukeshs) March 1, 2019
ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଟାର୍ଗେଟ୍ କରି ଅଭିନନ୍ଦନ ପାକ୍ ସୀମାରେ ପଡ଼ିଯାଇଥିଲେ। ସେଠାରେ ତାଙ୍କୁ ପାକ୍ ସେନା ଗିରଫ କରିଥିଲା। ପାକ୍ କବଜାରେ ଥିବା ଅଭିନନ୍ଦନଙ୍କର ଗିରଫଦାରୀ ସମୟରେ ସେ ଧୈର୍ଯ୍ୟର ପ୍ରମାଣ ଦେଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ତେବେ ଶେଷରେ ପ୍ରବଳ ଆନ୍ତର୍ଜାତିକ ଚାପ କାରଣରୁ ଏବଂ ଜେନେଭା ଚୁକ୍ତି ଆଧାରରେ ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ନିସର୍ତ୍ତରେ ଛାଡ଼ିବାକୁ ବାଧ୍ୟ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।