ଆଜି ସଂସଦର ଉଭୟ ଗୃହରେ ଉଠିପାରେ ଲଳିତ ମୋଦି ପ୍ରସଙ୍ଗ

ନୂଆଦିଲ୍ଲୀ: ଆଜି ସଂସଦର ଉଭୟ ଗୃହରେ ଲଳିତ ମୋଦି ପ୍ରସଙ୍ଗ ଉଠିପାରେ। ଏହାକୁ ନେଇ ଗୃହ କାର୍ଯ୍ୟ ସରଗରମ ହୋଇପାରେ। ଗତକାଲି ବିରୋଧୀ କଂଗ୍ରେସ୍ ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇବା ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଇସ୍ତଫ। ଦାବି କରିଥିଲା। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲା। ଆଉ ଏନେଇ ବିରୋଧୀମାନେ ହୋହାଲ୍ଲା କରିବାରୁ ବାରମ୍ବାର ଗୃହକୁ ମୁଲତବୀ ରଖାଯାଇଥିଲା। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟସଭାରେ କହିଥିଲେ ଯେ ସରକାର ଏ ପ୍ରସଙ୍ଗରେ ଆଲୋଚନା […]

parliament

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 02:23 AM IST

ନୂଆଦିଲ୍ଲୀ: ଆଜି ସଂସଦର ଉଭୟ ଗୃହରେ ଲଳିତ ମୋଦି ପ୍ରସଙ୍ଗ ଉଠିପାରେ। ଏହାକୁ ନେଇ ଗୃହ କାର୍ଯ୍ୟ ସରଗରମ ହୋଇପାରେ। ଗତକାଲି ବିରୋଧୀ କଂଗ୍ରେସ୍ ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇବା ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଇସ୍ତଫ। ଦାବି କରିଥିଲା। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲା। ଆଉ ଏନେଇ ବିରୋଧୀମାନେ ହୋହାଲ୍ଲା କରିବାରୁ ବାରମ୍ବାର ଗୃହକୁ ମୁଲତବୀ ରଖାଯାଇଥିଲା। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟସଭାରେ କହିଥିଲେ ଯେ ସରକାର ଏ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଏପରିକି ନିଜେ ସୁଷମା ଗୃହରେ ବୟାନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଏହାସତ୍ତ୍ୱେ ବିରୋଧୀ ଦଳଗୁଡ଼ିକ, ବିଶେଷ କରି କଂଗ୍ରେସ ସାଂସଦମାନେ ହଙ୍ଗାମା ଜାରି ରଖିଥିଲେ। ସୁଷମାଙ୍କ ଇସ୍ତଫା ଛଡ଼ା ଆଉ କିଛି ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଥିଲେ।  ହଟ୍ଟଗୋଳ ନ ଥମିବାରୁ ଗୃହକାର୍ଯ୍ୟକୁ ପ୍ରଥମେ ଦିନ ୧୨ଟା ଓ ପରେ ବାରମ୍ୱାର ମୁଲତବୀ ରଖାଯାଇଥିଲା।

ସେହପରି ଗତକାଲି ଲୋକସଭାରେ ପରଲୋକଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଗୃହକାର୍ଯ୍ୟ ମୁଲତବୀ କରି ଦିଆଯାଇଥିଲା। ତେଣୁ ଆଜି ଲୋକସଭାରେ ସୁଷମା ଝଡ଼ ଉଠିପାରେ ବୋଲି କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲଳିତ ମୋଦି ପ୍ରସଙ୍ଗରେ ସୁଷମାଙ୍କ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଇସ୍ତଫା ଦାବି କରି କଂଗ୍ରେସ ସାଂସଦମାନେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପ-ସଭାପତି ରାହୁଲଙ୍କ ଗାନ୍ଧୀଙ୍କ ନେତୃତ୍ୱରେ ନିରବ ପ୍ରତିବାଦ କରିପାରନ୍ତି।

Related story