୯ରେ ଆକାଶଙ୍କ ରାଜକୀୟ ବାହାଘର

ମୁମ୍ବାଇ: ଦେଶର ସର୍ବଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶଙ୍କ ବାହାଘରକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କେତେବେଳେ ମ୍ୟୁଜିକାଲ ୱେଡ଼ିଙ୍ଗ କାର୍ଡକୁ ନେଇ ତ କେତେବେଳେ ପ୍ରି ୱେଡିଂ ସେରିମନିର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଆକାଶ ଓ ଶ୍ଲୋକା ମେହେଟ୍ଟା ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ବାହାଘରକୁ ଆଉ ମାତ୍ର ୪ ଦିନ ଥିବା ବେଳେ ଏଥିନିମନ୍ତେ କାର୍ଡ ଅତିଥିଙ୍କ ନିକଟରେ ପହଞ୍ଚି ସାରିଛି। କାର୍ଡରେ ଥିବା […]

1

Niharika Rout
  • Published: Tuesday, 05 March 2019
  • , Updated: 05 March 2019, 09:26 AM IST

ମୁମ୍ବାଇ: ଦେଶର ସର୍ବଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶଙ୍କ ବାହାଘରକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କେତେବେଳେ ମ୍ୟୁଜିକାଲ ୱେଡ଼ିଙ୍ଗ କାର୍ଡକୁ ନେଇ ତ କେତେବେଳେ ପ୍ରି ୱେଡିଂ ସେରିମନିର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଆକାଶ ଓ ଶ୍ଲୋକା ମେହେଟ୍ଟା ଆସନ୍ତା ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ବାହାଘରକୁ ଆଉ ମାତ୍ର ୪ ଦିନ ଥିବା ବେଳେ ଏଥିନିମନ୍ତେ କାର୍ଡ ଅତିଥିଙ୍କ ନିକଟରେ ପହଞ୍ଚି ସାରିଛି।

କାର୍ଡରେ ଥିବା ଭେନ୍ୟୁ ମୁତାବକ, ୭ ମାର୍ଚ୍ଚରେ ନ୍ୟାସନାଲ ସ୍ପୋର୍ଟ୍ସ କ୍ଲବ ଅଫ ଇଣ୍ଡିଆରେ ମେହେନ୍ଦୀ ସେରିମନି ହେବ ଏବଂ ସନ୍ଧ୍ୟାରେ ହେବ ଗ୍ରାଣ୍ଡ ପାର୍ଟି। ଏହାପରେ ୯ ମାର୍ଚ୍ଚରେ ଜିଓ ୱାର୍ଲ୍ଡ ସେଣ୍ଟରରେ ହେବ ବାହାଘର। ଉକ୍ତ ଦିନ ଅପରାହ୍ନ ୩ଟା୩୦ରେ ଟ୍ରିଡେଣ୍ଟ ହୋଟେଲରୁ ରାଜକୀୟ ଅନ୍ଦାଜରେ ଆକାଶ ବର ବେଶରେ ସଜ୍ଜିତ ହୋଇ ଧୂମଧାମରେ ବାହାରିବେ । ୬ଟା୩୦ରେ ବର ଓ ବର ଯାତ୍ରୀଙ୍କ ଭବ୍ୟ ସ୍ୱାଗତ କରାଯିବ। ଏହାପରେ ଆରମ୍ଭ ହେବ ବାହାଘର। ୧୧ ମାର୍ଚ୍ଚରେ ଉକ୍ତ ଜିଓ ୱାର୍ଲ୍ଡ ସେଣ୍ଟରରେ ହିଁ ହେବ ଗ୍ରାଣ୍ଡ ରିସେପସନ ପାର୍ଟି।


ଆକାଶ ଓ ଶ୍ଲୋକାଙ୍କ ଏନଗେଜମେଣ୍ଟ ସେରିମନି ଗତ ବର୍ଷ ଗୋଆରେ ଅନୁଷ୍ଠିତ ହୋଇଯାଇଥିଲା। ଏହାପରେ କିଛି ଦିନ ପୂର୍ବରୁ ସ୍ୱିଜରଲାଣ୍ଡରେ ୩ ଦିନ ଧରି ପ୍ରି ୱେଡିଂ ସେଲିବ୍ରେସନ ଚାଲିଥିବା ବେଳେ ଏଥିରେ ବଲିଓଡ଼ର ବହୁ ଷ୍ଟାର, ହେଭିୱେଟ ପଲଟିସିଆନ , କ୍ରିକେଟିଅର ଏଥିରେ ଯୋଗ ଦେଇଥିଲେ। ପ୍ରି ୱେଡିଂ ପାର୍ଟିରେ ଶାହାରୁଖ ଖାନ, ଆମୀର ଖାନ, ରଣବୀର କପୁର-ଆଲିଆ ଭଟ୍ଟ, ମଲାଇକା ଅରୋରା-ଅର୍ଜ୍ଜୁନ କପୁର, ମନିଷ ମଲହୋତ୍ରା, ହରଭଜନ ସିଂ, ବିଦ୍ୟା ବାଲାନ, କରିସ୍ମା କପୁରଙ୍କ ପରି ବଲିଉଡ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା। ଅମିର ନିଜର ହିଟ ଟ୍ରାକ୍‌ ‘ଆତି କ୍ୟା ଖଣ୍ଡାଲା’ରେ ଶ୍ଲୋକାଙ୍କ ସହ କରିଥିବା ଡ୍ୟାନ୍ସ ଏବେ ସୋଶାଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାକୁ ଲାଗିଛି।

ଗତ ବର୍ଷ ଇଷା ଅମ୍ବାନୀଙ୍କ ବାହାଘର ଦେଶର ସବୁଠୁ ଦାମୀ ବାହାଘର ହୋଇଥିବା ବେଳେ ଦେଶ, ବିଦେଶରୁ ବହୁ ହାଇ ପ୍ରୋଫାଇଲ ଗେଷ୍ଟ ଏଥିରେ ଯୋଗ ଦେଇଥିଲେ। ଆକାଶଙ୍କ ବାହାଘରରେ ମଧ୍ୟ ବିଭିନ୍ନ କ୍ଷେତ୍ରର ନାମିଦାମୀ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ନିମନ୍ତ୍ରୀତ କରାଯାଇଛି।

Related story