ପୃଥିବୀ ପୃଷ୍ଠକୁ ଓହ୍ଲାଇଥିଲେ ଏଲିଏନ୍‌, ହେଲେ...

ୱାଶିଂଟନ୍‌: ମନୁଷ୍ୟ ଭଳି ଦିଶୁଥିବା ଅନ୍ୟ ଗ୍ରହର ପ୍ରାଣୀ ବା ଏଲିଏନ୍‌ମାନେ ଏକଦା ପୃଥିବୀ ପୃଷ୍ଠରେ ଓହ୍ଲାଇଥିଲେ। କିନ୍ତୁ ସେମାନଙ୍କୁ ମନୁଷ୍ୟ ସମାଜ ଆଦୌ ଚିହ୍ନଟ କରିପାରି ନଥିଲା। ଏଲିଏନ୍‌ମାନଙ୍କ ସମ୍ପର୍କରେ ସମସ୍ତେ ଟିଭିରେ ଶୁଣିଥିବା ବା ଦେଖିଥିବା ବେଳେ ପ୍ରଥମଥର ପାଇଁ ସେମାନଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ ବିଶ୍ୱକୁ ଦେଇଛି ନାସା। ନାସା ଆମେସ୍‌ ରିସର୍ଚ୍ଚ ସେଣ୍ଟରର କମ୍ପ୍ୟୁଟର ବୈଜ୍ଞାନିକ ସିଲଭାନୋ ପି କଲୋମବାନୋଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିସର୍ଚ୍ଚ ପେପର୍‌ରେ ଏଭଳି ତଥ୍ୟର […]

a1

Hemant Lenka
  • Published: Friday, 07 December 2018
  • , Updated: 07 December 2018, 04:42 PM IST

ୱାଶିଂଟନ୍‌: ମନୁଷ୍ୟ ଭଳି ଦିଶୁଥିବା ଅନ୍ୟ ଗ୍ରହର ପ୍ରାଣୀ ବା ଏଲିଏନ୍‌ମାନେ ଏକଦା ପୃଥିବୀ ପୃଷ୍ଠରେ ଓହ୍ଲାଇଥିଲେ। କିନ୍ତୁ ସେମାନଙ୍କୁ ମନୁଷ୍ୟ ସମାଜ ଆଦୌ ଚିହ୍ନଟ କରିପାରି ନଥିଲା। ଏଲିଏନ୍‌ମାନଙ୍କ ସମ୍ପର୍କରେ ସମସ୍ତେ ଟିଭିରେ ଶୁଣିଥିବା ବା ଦେଖିଥିବା ବେଳେ ପ୍ରଥମଥର ପାଇଁ ସେମାନଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ ବିଶ୍ୱକୁ ଦେଇଛି ନାସା।

ନାସା ଆମେସ୍‌ ରିସର୍ଚ୍ଚ ସେଣ୍ଟରର କମ୍ପ୍ୟୁଟର ବୈଜ୍ଞାନିକ ସିଲଭାନୋ ପି କଲୋମବାନୋଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିସର୍ଚ୍ଚ ପେପର୍‌ରେ ଏଭଳି ତଥ୍ୟର ଉଲ୍ଲେଖ ରହିଛି। ସେ କହିଛନ୍ତି, ଲୋକମାନେ ଯେମିତି ଭାବୁଛନ୍ତି ଏଲିଏନ୍‌ମାନେ ଦେଖିବାକୁ ଆଦୌ ସେମିତି ନୁହନ୍ତି। ସେମାନେ ସାଧାରଣ ମଣିଷଙ୍କ ପରି ନୁହନ୍ତି। କାର୍ବନ ବେସ୍‌ ଅର୍ଗାନିଜମ ଯୋଗୁ ସେମାନଙ୍କୁ ସହଜରେ ଚିହ୍ନଟ କରାଯାଇ ପାରେନାହିଁ। ସେମାନଙ୍କ ଶରୀର ପୂରା ପତଳା। ଯଦି ଆମେ ନୂତନ ଜ୍ଞାନକୌଶଳର ବ୍ୟହାର କରିବା, ତା’ହେଲେ ନିଶ୍ଚିତ ଭାବେ ଏଲିଏନଙ୍କ ସମ୍ପର୍କରେ ତଥ୍ୟ ହାସଲ କରିପାରିବା।

ମଣିଷ ୧୦ ହଜାର ବର୍ଷ ତଳେ ସୃଷ୍ଟି ହୋଇଥିଲା। କିନ୍ତୁ ବିଜ୍ଞାନର ସୃଷ୍ଟି ମାତ୍ର ୫ଶହ ବର୍ଷ ତଳେ ହୋଇଛି। ତେଣୁ ନୂଆ ଜ୍ଞାନ କୌଶଳ ଦ୍ୱାରା ଆମେ ଏଲିଏନଙ୍କ ସମ୍ପର୍କରେ ତଥ୍ୟ ହାସଲ କରିପାରିବା ବୋଲି ସେ କହିଛନ୍ତି।

Related story