ପ୍ରଥମ ଥର ସାଂସଦଙ୍କ ଉପରେ ସମସ୍ତଙ୍କ ଆଖି

ନୂଆଦିଲ୍ଲୀ: ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଅଧିକ ରହିବାରୁ ୨୦୧୪ଠାରୁ ୨୦୧୯ ନିର୍ବାଚନରେ ଅଧିକ ସଫଳତା ପାଇଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ। ତେବେ ୧୭ତମ ଲୋକସଭାରେ ବେଶ କିଛି ପ୍ରଥମ ଥର ସାଂସଦ ଚର୍ଚ୍ଚାରେ ଅଛନ୍ତି। ଗଣତନ୍ତ୍ରର ମନ୍ଦିରରେ ସେମାନଙ୍କ ପ୍ରବେଶ ଏବଂ ଆଗାମୀ ଦିନରେ ସେମାନଙ୍କ କାର୍ଯ୍ୟକଳାପ କ’ଣ ରହିବ, ତାହା ଉପରେ ସମସ୍ତେ ନଜର ରଖିଛନ୍ତି। ଚନ୍ଦ୍ରାଣୀ ମୁର୍ମୂ- ଓଡ଼ିଶା କେଉଁଝରରୁ ବିଜୁ ଜନତା ଦଳର ସାଂସଦ ଚନ୍ଦ୍ରାଣୀ ମୁର୍ମୂ ଦେଶର ସର୍ବକନିଷ୍ଠ […]

mp

mp

Subrat Kumar Nayak
  • Published: Saturday, 01 June 2019
  • Updated: 01 June 2019, 08:08 PM IST

Sports

Latest News

ନୂଆଦିଲ୍ଲୀ: ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଅଧିକ ରହିବାରୁ ୨୦୧୪ଠାରୁ ୨୦୧୯ ନିର୍ବାଚନରେ ଅଧିକ ସଫଳତା ପାଇଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ। ତେବେ ୧୭ତମ ଲୋକସଭାରେ ବେଶ କିଛି ପ୍ରଥମ ଥର ସାଂସଦ ଚର୍ଚ୍ଚାରେ ଅଛନ୍ତି। ଗଣତନ୍ତ୍ରର ମନ୍ଦିରରେ ସେମାନଙ୍କ ପ୍ରବେଶ ଏବଂ ଆଗାମୀ ଦିନରେ ସେମାନଙ୍କ କାର୍ଯ୍ୟକଳାପ କ’ଣ ରହିବ, ତାହା ଉପରେ ସମସ୍ତେ ନଜର ରଖିଛନ୍ତି।

ଚନ୍ଦ୍ରାଣୀ ମୁର୍ମୂ- ଓଡ଼ିଶା କେଉଁଝରରୁ ବିଜୁ ଜନତା ଦଳର ସାଂସଦ ଚନ୍ଦ୍ରାଣୀ ମୁର୍ମୂ ଦେଶର ସର୍ବକନିଷ୍ଠ ସାଂସଦ। ଏହି ଆଦିବାସୀବହୁଳ ସଂସଦୀୟ କ୍ଷେତ୍ରରୁ ମାତ୍ର ୨୫ ବର୍ଷ ୧୧ ମାସ ବୟସରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ୬୬ ହଜାର ଭୋଟ୍‌ରେ ହରାଇ ସେ ସାଂସଦ ହୋଇଛନ୍ତି। ୨୦୧୭ ମସିହାରେ ବିଟେକ୍‌ ପାଶ୍‌ କରିବା ପରେ ସେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଲାଇଥିଲେ। ଯେତେବେଳେ ତାଙ୍କ ମାମୁଁ ହରମୋହନ ସୋରେନ୍‌ ତାଙ୍କୁ ପ୍ରଥମେ ନିର୍ବାଚନ ଲଢ଼ିବା କଥା କହିଥିଲେ, ସେ ସେତେବେଳେ ତା'କୁ ଗୁରୁତ୍ୱ ଦେଇନଥିଲେ। ଏବେ ଓଡ଼ିଶା ସମେତ ସାରା ଦେଶରେ ସେ ଚର୍ଚ୍ଚାରେ।

ଅପରାଜିତା ଷଡ଼ଙ୍ଗୀ- ଭୁବନେଶ୍ୱର ଲୋକସଭା ଆସନରେ ହୋଇଥିବା ରୋଚକପୂର୍ଣ୍ଣ ଲଢ଼େଇରେ ବିଜେପିରୁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ପୂର୍ବତନ ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନୀ କ୍ଷେତ୍ରରେ ମୁହାଁମୁହିଁ ହୋଇଥିଲେ ଦୁଇ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍ ଅଧିକାରୀ। ଅପରାଜିତା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ୨୩,୮୩୯ ଭୋଟ୍‌ରେ ହରାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ଲୋକସଭା କ୍ଷେତ୍ର ଅଧୀନରେ ଥିବା ୭ଟି ବିଧାନସଭା ଆସନରେ କେହି ବି ତାଙ୍କ ଦଳ (ବିଜେପି)ରୁ ଜିତିନଥିଲେ ମଧ୍ୟ ଅପରାଜିତା ଏଭଳି ସଫଳତା ପାଇଥିଲେ।

aprajita-21

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ- ଓଡ଼ିଶାର ବାଲେଶ୍ୱରରୁ ସେ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ବିଜୁ ଜନତା ଦଳର ରବୀନ୍ଦ୍ର ଜେନା ଏବଂ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ହରାଇ ସାଂସଦ ହୋଇଛନ୍ତି। ଏହି ଆରଏସ୍‌ଏସ୍‌ ଅନୁଗାମୀଙ୍କୁ ଜାତୀୟ ଗଣମାଧ୍ୟମ ‘ଓଡ଼ିଶାର ମୋଦି’ ବୋଲି ଅଭିହିତ କରିଛି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ଦୁଇଜଣ ମନ୍ତ୍ରୀ ହୋଇଥିବାବେଳେ ପ୍ରତାପ ଏଥିରୁ ଜଣେ। ତାଙ୍କୁ ଏମ୍‌ସ୍‌ଏମ୍‌ଇ ଏବଂ ପଶୁ ସମ୍ପଦ ଆଦି ବିଭାଗ ମିଳିଛି। ସେ ସୋଶାଲ ମିଡିଆରେ ବେଶ୍‌ କିଛି ଦିନ ଧରି ବେଶ୍‌ ଚର୍ଚ୍ଚିତ ଅଛନ୍ତି।

ମିମି ଚକ୍ରବର୍ତ୍ତୀ- ପଶ୍ଚିମବଙ୍ଗର ଜଣାଶୁଣା ସିନେ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ତୃଣମୂଳ କଂଗ୍ରେସ ଟିକେଟ୍‌ରୁ ଯାଦବପୁର ଆସନରୁ ବିଜୟୀ ହୋଇଛନ୍ତି। ୨୦୧୧ ମସିହାରେ ସେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ।

ନୁସରତ୍‌ ଜହାନ- ବଙ୍ଗଳା ଫିଲ୍ମ ଅଭିନେତ୍ରୀ ତଥା ମଡେଲ ନୁସରତା ଜହାନ ଟିଏମ୍‌ସି ଟିକେଟ୍‌ରେ ବସୀରହାଟରୁ ବିଜୟୀ ହୋଇଛନ୍ତି। ଏହି ଆସନରେ ବିଜେପି ସାୟନ୍ତନ ବସୁ ଏବଂ କଂଗ୍ରେସ କାଜୀ ଅବ୍ଦୁଲ ରହିମଙ୍କୁ ପ୍ରାର୍ଥୀ କରିଥିଲା। ୧୯୯୦ ମସିହାରେ ଜନ୍ମିତ ନୁସ୍‌ରତ୍‌ ୨୦୧୦ ମସିହାରେ ପଶ୍ଚିମବଙ୍ଗର ଏକ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ। ତାଙ୍କୁ ନେଇ ଲାଗିରହିଥିବା ଚର୍ଚ୍ଚା ତାଙ୍କ କାମରେ କେତେଦୂର ପ୍ରତିଫଳିତ ହୋଇପାରୁଛି ତାହା ଦେଖିବାକୁ ସମସ୍ତେ ଅପେକ୍ଷାରେ।

ତେଜସ୍ୱୀ ସୂର୍ଯ୍ୟ- ବିଜେପି ଟିକେଟ୍‌ରେ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ଜିତି ସେ ସାଂସଦ ହୋଇଛନ୍ତି। ସେ ମାତ୍ର ୨୮ ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି। ସେ ହେଉଛନ୍ତି ବିଜେପିର ସର୍ବକନିଷ୍ଠ ସାଂସଦ। ତାଙ୍କୁ 'ଭାରତରତ୍ନ' ଡଃ ସିଏନ୍‌ଆର ରାଓଙ୍କ ପରି ଅତି ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜଣାଇ ସାରିଛନ୍ତି। ସେ କର୍ଣ୍ଣାଟକ ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦାୟିତ୍ୱରେ ମଧ୍ୟ ଅଛନ୍ତି।

ଗୌତମ ଗମ୍ଭୀର- ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀ ଆସନରୁ ଜିତି ଲୋକସଭାକୁ ଯାଇଛନ୍ତି। ସେ ନିର୍ବାଚନ ପୂର୍ବରୁ ହିଁ ବିଜେପିରେ ମିଶିଥିଲେ ସୁଦ୍ଧା ବିଜେପି ପାଇଁ ତାଙ୍କର ବୈଚାରିକ ସମର୍ଥନ ପୂର୍ବରୁ ରହିଥିଲା। ସେ କଂଗ୍ରେସର ଅରବିନ୍ଦ ସିଂହ ଲଭଲୀ ଏବଂ ଆପ୍‌ର ଆତିଶୀଙ୍କୁ ହରାଇଛନ୍ତି। ନିର୍ବାଚନ ସମୟରେ ଆତିଶୀ ତାଙ୍କ ନାମରେ ବହୁ ଅଭିଯୋଗ ଆଣିଥିଲେ ମଧ୍ୟ ଏହା ଗମ୍ଭୀରଙ୍କ ଲୋକପ୍ରିୟତା ଆଗରେ ଫିକା ପଡ଼ିଯାଇଥିଲା।

ସନ୍ନି ଦେଓଲ- ହିନ୍ଦୀ ଫିଲ୍ମ ଅଭିନେତା ସନ୍ନି ଦେଓଲ ପଞ୍ଜାବର ଗୁରୁଦାସପୁରରୁ ଜିତିଛନ୍ତି। ସେ ମଧ୍ୟ ନିର୍ବାଚନ ପୂର୍ବରୁ ହିଁ ବିଜେପିରେ ମିଶିଥିଲେ। ସେ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖଡ଼ଙ୍କୁ ହରାଇ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos