ଜିତେନ୍ଦ୍ର ତ୍ୟାଗୀଙ୍କ ଗିରଫଦାରୀ ପରେ ନରସିଂହାନନ୍ଦ କହିଲେ, ସବୁ ମରିବ

ହରିଦ୍ୱାର:  ହରିଦ୍ୱାରରେ ଆୟୋଜିତ ତଥାକଥିତ ଧର୍ମ ସଂସଦରେ ଇସଲାମ ଧର୍ମ ବିରୋଧରେ ବିବାଦୀୟ ତଥା ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ଅଭିଯୋଗରେ ଜିତେନ୍ଦ୍ର ତ୍ୟାଗୀଙ୍କୁ ଆଜି ଗିରଫ କରିଛି ଉତ୍ତରାଖଣ୍ଡ ପୁଲିସ୍‌। ଉକ୍ତ ଧର୍ମ ସଂସଦର ଆୟୋଜକ ତଥା ସେଠାରେ ବିବାଦୀୟ ବୟାନ ଦେଇଥିବା ଅନ୍ୟତମ ଅଭିଯୁକ୍ତ  ୟାତି ନରସିଂହାନନ୍ଦ  ପୁଲିସ୍‌ କାର୍ଯ୍ୟାନୁଷ୍ଠାନରେ ଉତ୍ତ୍ୟକ୍ତ ହୋଇ ‘ତୁମେ ସବୁ ମରିବ’ ବୋଲି କହିବାକୁ ପଛାଇ ନାହାନ୍ତି।  ଉତ୍ତରାଖଣ୍ଡ ପୁଲିସ୍‌ ପକ୍ଷରୁ ୟାତି ନରସିଂହାନନ୍ଦ ଓ ଅନ୍ୟ ଆରୋପୀ […]

yati-narsinghanand

Niharika Rout
  • Published: Friday, 14 January 2022
  • , Updated: 14 January 2022, 02:23 PM IST

ହରିଦ୍ୱାର:  ହରିଦ୍ୱାରରେ ଆୟୋଜିତ ତଥାକଥିତ ଧର୍ମ ସଂସଦରେ ଇସଲାମ ଧର୍ମ ବିରୋଧରେ ବିବାଦୀୟ ତଥା ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ଅଭିଯୋଗରେ ଜିତେନ୍ଦ୍ର ତ୍ୟାଗୀଙ୍କୁ ଆଜି ଗିରଫ କରିଛି ଉତ୍ତରାଖଣ୍ଡ ପୁଲିସ୍‌। ଉକ୍ତ ଧର୍ମ ସଂସଦର ଆୟୋଜକ ତଥା ସେଠାରେ ବିବାଦୀୟ ବୟାନ ଦେଇଥିବା ଅନ୍ୟତମ ଅଭିଯୁକ୍ତ  ୟାତି ନରସିଂହାନନ୍ଦ  ପୁଲିସ୍‌ କାର୍ଯ୍ୟାନୁଷ୍ଠାନରେ ଉତ୍ତ୍ୟକ୍ତ ହୋଇ ‘ତୁମେ ସବୁ ମରିବ’ ବୋଲି କହିବାକୁ ପଛାଇ ନାହାନ୍ତି।  ଉତ୍ତରାଖଣ୍ଡ ପୁଲିସ୍‌ ପକ୍ଷରୁ ୟାତି ନରସିଂହାନନ୍ଦ ଓ ଅନ୍ୟ ଆରୋପୀ ସ୍ୱାଧୀ ଅନ୍ନପୂର୍ଣ୍ଣାଙ୍କୁ ନୋଟିସ ଜାରି କରି ହାଜର ହେବାକୁ କୁହାଯାଇଛି।

ଏନେଇ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଉକ୍ତ ଭିଡିଓରେ ତ୍ୟାଗୀଙ୍କ ଗିରଫଦାରୀ ସମୟରେ ପୁଲିସ୍‌ ନରସିଂହାନନ୍ଦଙ୍କୁ ସହଯୋଗ କରିବାକୁ କହୁଛନ୍ତି। ତ୍ୟାଗୀଙ୍କୁ କ’ଣ ପାଇଁ ଗିରଫ କରାଯାଉଛି ବୋଲି ଉକ୍ତ ସମୟରେ କାର୍‌ରେ ବସିଥିବା  ନରସିଂହାନନ୍ଦ ପୁଲିସ୍‌କୁ ପ୍ରଶ୍ନ ପଚାରୁଛନ୍ତି। ତ୍ୟାଗୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ସେ ଅବସ୍ଥାକୁ ବୁଝି ସହଯୋଗ କରୁଥିବା ଅଧିକାରୀମାନେ କହିଛନ୍ତି। ତେଣୁ    ନରସିଂହାନନ୍ଦ  ମଧ୍ୟ ସହଯୋଗ କରିବା ଉଚିତ ବୋଲି ପୁଲିସ୍‌ ଅଧିକାରୀ କହୁଥିବା ବେଳେ, ମୁଁ କିନ୍ତୁ ବୁଝି ପାରୁନି। ସେ ଆମ ସମର୍ଥନରେ ହିନ୍ଦୁ ହୋଇଥିଲେ। ସମୁଦାୟ ୩ଟି ମାମଲାରେ ମୁଁ ତାଙ୍କ ସହ ଥିଲି। ସେ ଏକୁଟିଆ ଏପରି କରି ନାହାନ୍ତି ବୋଲି କହିଛନ୍ତି।

ଏହାପରେ ଅଧିକାରୀମାନେ ନରସିଂହାନନ୍ଦଙ୍କୁ କାର୍‌ରୁ ବାହାରିବା ପାଇଁ କହିଥିବା ବେଳେ ସେ କିନ୍ତୁ ନିଜ ଜାଗାରୁ ହଟି ନ ଥିଲେ। ଏପରିକି ଉତ୍ତ୍ୟକ୍ତ ହୋଇ ସେ ପୁଲିସ୍‌ ଅଧିକାରୀଙ୍କୁ ତୁମେ ସବୁ ମରିବ, ତୁମ ଛୁଆ ବି ..... କହିବାକୁ ପଛାଇ ନାହାନ୍ତି।

ହରିଦ୍ୱାରରେ ଆୟୋଜିତ ତଥାକଥିତ ଧର୍ମ ସଂସଦରେ ହେଟ ସ୍ପିଚ୍‌ ମାମଲାରେ ପ୍ରାୟ ୧୦ ଜଣଙ୍କା ନାଁରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରୁ ତ୍ୟାଗୀଙ୍କୁ ଗିରଫ କରାଯାଇଥିବା ବେଳେ ନରସିଂହାନନ୍ଦ, ଅନ୍ନପୂର୍ଣ୍ଣା ପ୍ରମୁଖ ବି ସାମିଲ ଅଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସି ଯାଇଥିବା ଉତ୍ତରାଖଣ୍ଡ ପୁଲିସ୍‌ ଏହି ଘଟଣାରେ ଗିରଫଦାରୀ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଧର୍ମ ସଂସଦ ନାଁରେ ସଂ‌ଖ୍ୟାଲଘୁମାନଙ୍କୁ ହିନ୍ଦୁ ଧର୍ମର ତଥାକଥିତ ଗୁରୁମାନେ ଟାର୍ଗେଟ କରିଥିଲେ। ସେମାନେ ମୁସଲମାନଙ୍କ ନରସଂହାର କରିବାକୁ ଆହ୍ୱାନ ଦେବା ସହ ହିନ୍ଦୁ ରାଷ୍ଟ୍ର ଗଠନ କରିବାକୁ ଶପଥ ପାଠ କରାଇଥିଲେ। ଏହାର ଭିଡିଓ ଭାଇରାଲ ହେବାର ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ପୂରା ଘଟଣାରେ ଉତ୍ତରାଖଣ୍ଡ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଏହାପରେ ପୁଲିସ୍‌ ପକ୍ଷରୁ କିଛି ଦିନ ପୂର୍ବେ ମୁସଲିମ୍‌ ଧର୍ମ ତ୍ୟାଗ କରି ୱସିମ ରିଜଭିରୁ ଜିତେନ୍ଦ୍ର ସିଂ ନାରାୟଣ ତାଗି ହୋଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି।   

ସୂଚନାଯୋଗ୍ୟ,  ଜିତେନ୍ଦ୍ର ତ୍ୟାଗୀ ନିଜ ଭାଷଣ ମାଧ୍ୟମରେ ଇସଲାମ ଧର୍ମ ବିରୋଧରେ ବିବାଦୀୟ ବୟାନ ଦେଇଥିବା ବେଳେ ତାହାକୁ ଫେସବୁକରେ ଲାଇଭ ମଧ୍ୟ କରିଥିଲେ। ଏହି ଘଟଣା ପରେ ଗୁଲବହାର ଖାନ ହରିଦ୍ୱାର କୋଟୱାଲି ଥାନରେ ତ୍ୟାଗୀଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲେ। ଏହାପରେ ପୁଲିସ୍‌ ଭାଇରାଲ ଭିଡିଓକୁ ବିଚାରକୁ ନେଇ ଜିତେନ୍ଦ୍ର ତ୍ୟାଗୀ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Related story