ପୁଅକୁ ଫ୍ୟାନ୍‌ରେ ଟଙ୍ଗାଇ ହତ୍ୟା କଲା ବାପା, ଝିଅ କଲା ଶୁଟିଂ

ବେଙ୍ଗାଲୁରୁ: ଚରମ ଆର୍ଥିକ ଦୁସ୍ଥିତି ଯୋଗୁ ଜଣେ ବାପା ତା’ର ନିଜର ୧୨ ବର୍ଷର ପୁଅକୁ ଫ୍ୟାନ୍‌ରେ ଟଙ୍ଗାଇ ହତ୍ୟା କରିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଅକୁ ହତ୍ୟା କରିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ମୋବାଇଲ୍‌ ଫୋନ୍‌ରେ ଏହାକୁ ରେକର୍ଡିଂ ମଧ୍ୟ କରିଛି। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଘଟଣାଟି ହାଲର ବିଭୂତିନଗର ଠାରେ ଘଟିଛି। ଉକ୍ତ ବ୍ୟକ୍ତି ଜଣଙ୍କ ନାଁ ସୁରେଶ ବାବୁ।  ପୁଲିସ୍‌ ସୁରେଶଙ୍କୁ ଗିରଫ […]

ww

Hemant Lenka
  • Published: Monday, 03 June 2019
  • , Updated: 03 June 2019, 06:08 PM IST

ବେଙ୍ଗାଲୁରୁ: ଚରମ ଆର୍ଥିକ ଦୁସ୍ଥିତି ଯୋଗୁ ଜଣେ ବାପା ତା’ର ନିଜର ୧୨ ବର୍ଷର ପୁଅକୁ ଫ୍ୟାନ୍‌ରେ ଟଙ୍ଗାଇ ହତ୍ୟା କରିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଅକୁ ହତ୍ୟା କରିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ମୋବାଇଲ୍‌ ଫୋନ୍‌ରେ ଏହାକୁ ରେକର୍ଡିଂ ମଧ୍ୟ କରିଛି। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଛନ୍ତି।

ଘଟଣାଟି ହାଲର ବିଭୂତିନଗର ଠାରେ ଘଟିଛି। ଉକ୍ତ ବ୍ୟକ୍ତି ଜଣଙ୍କ ନାଁ ସୁରେଶ ବାବୁ।  ପୁଲିସ୍‌ ସୁରେଶଙ୍କୁ ଗିରଫ କରିଛି। ସୁରେଶ ଏକ ଚିଟ୍‌ଫଣ୍ଡ ସଂସ୍ଥାରେ ସେଲ୍ସ ଏକଜ୍ୟୁକେଟିଭ୍‌ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଏହା ବନ୍ଦ ହୋଇଯିବାରୁ ତାଙ୍କ ଉପରେ ଋଣ ଭାର ବଢ଼ିଥିଲା। ଏଥିରୁ ମୁକ୍ତି ପାଇବା ପାଇଁ ସେ ପୂରା ପରିବାର ସହ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ପରିବାର ଲୋକ ମଧ୍ୟ ଏଥିରେ ରାଜି ହୋଇଥିଲେ।

ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ସୁରେଶ ଏକ ଛୋଟ ଟେବୁଲ୍‌ରେ ଛିଡ଼ା ହୋଇ ପ୍ରଥମେ ତାଙ୍କ ୧୨ ବର୍ଷର ପୁଅ ବରୁଣ ବେକରେ ଏକ ବେଡ୍‌ଶିଟ୍‌ ବାନ୍ଧି ଥିଲେ। ଏହାପରେ ଏହାକୁ ଫ୍ୟାନ୍‌ରେ ଟାଙ୍ଗି ଦେଇଥିଲେ।

ବରୁଣ ପ୍ରାଣ ହରାଇବା ଯାଏ ସୁରେଶ ବେଡ୍‌ଶିଟ୍‌କୁ ଜୋରରେ ଟାଣି ଧରିଥିଲେ। ଏହି ଭିଡିଓରେ ଜଣେ ମହିଳା (ବ୍ୟକ୍ତିଙ୍କ ପତ୍ନୀ) ଜଣଙ୍କ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ରାତି ବେଳା ଏହି ଘଟଣା ଘଟିଥିଲା। ସକାଳୁ ୧୭ ବର୍ଷୀୟ ଝିଅ ଏକଥା ପଡ଼ୋଶୀଙ୍କୁ କହିବା ପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସୁରେଶଙ୍କୁ ଗିରଫ କରିଛି।

Related story