କର୍ଣ୍ଣାଟକା ନାଟକ: ଇସ୍ତଫା ଦେଲେ ଆଉ ଦୁଇ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରକୁ ପୁଣି ଥରେ ଝଟକା ଲାଗିଛି। ଆଜି କଂଗ୍ରେସର ଆଉ ୨ ଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଫଳରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚି ଯାଇଛି। ପୂର୍ବରୁ କଂଗ୍ରେସର ୧୧ ଓ ଜେଡିଏସ୍‌ର ୩ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଜି କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଓ କେ ସୁଧାକର ବିଧାନସଭା ବାଚସ୍ପତି କେଆର […]

oi

Hemant Lenka
  • Published: Wednesday, 10 July 2019
  • , Updated: 10 July 2019, 05:45 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରକୁ ପୁଣି ଥରେ ଝଟକା ଲାଗିଛି। ଆଜି କଂଗ୍ରେସର ଆଉ ୨ ଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ଫଳରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚି ଯାଇଛି। ପୂର୍ବରୁ କଂଗ୍ରେସର ୧୧ ଓ ଜେଡିଏସ୍‌ର ୩ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଜି କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଓ କେ ସୁଧାକର ବିଧାନସଭା ବାଚସ୍ପତି କେଆର ରମେଶଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଉଭୟ ସେମାନଙ୍କ ହାତରେ ଲେଖା ହୋଇଥିବା ଇସ୍ତଫାପତ୍ର ପଠାଇଛନ୍ତି।

ପୂର୍ବରୁ ଇସ୍ତଫା ଦେଇଥିବା ୧୪ ଜଣ ବିଧାୟକଙ୍କ ମଧ୍ୟରୁ ବାଚସ୍ପତି ୮ ଜଣଙ୍କ ଇସ୍ତଫାପତ୍ର ନାକଚ କରିଦେଇ ଥିଲେ। ଅନୁମୋଦିତ ହୋଇଥିବା ୬ ଜଣ ବିଧାୟକଙ୍କ ମଧ୍ୟରେ ଦୁଇ ଜଣ ହାତଲେଖା ଚିଠି ମାଧ୍ୟମରେ ଇସ୍ତଫା ଦେଇଥିଲେ। ଏହାକୁ ବାଚସ୍ପତି ଗ୍ରହଣ କରିଥିଲେ। ତେଣୁ ସୁଧାକର ଓ ନାଗରାଜ ହାତ ଲେଖା ଇସ୍ତଫାପତ୍ର ଦେଇଥିବା ଜଣାପଡ଼ିଛି।

ଏହି ଦୁଇ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରଙ୍କ ଚିନ୍ତା ବହୂଗୁଣିତ ହୋଇଯାଇଛି।

Related story