ପୂର୍ବତନ ପିଡିପି ନେତା ଗଢ଼ିଲେ ‘ଅପନୀ ପାର୍ଟି’

ନୂଆଦିଲ୍ଲୀ: ପୂର୍ବତନ ପିଡିପି ନେତା ଅଲତାଫ୍‌ ବୁଖାରୀ ଆଜି ନିଜ ଦଳ ‘ଜମ୍ମୁ କଶ୍ମୀର ଅପନୀ ପାର୍ଟି’ ବାବଦରେ ଘୋଷଣା କରିଛନ୍ତି। ଗତ ବର୍ଷ ଅଗଷ୍ଟ ୫ ପରଠାରୁ ହଇରାଣରେ ଥିବା ଲୋକଙ୍କ ପାଇଁ ସେ କାମ କରିବେ ବୋଲି କହିଛନ୍ତି। ଏହି ଦଳରେ କଂଗ୍ରେସ, ପିଡିପି, ଏନ୍‌ସି ଏବଂ ଡେମେକ୍ରାଟିକ୍‌ ପାର୍ଟି ନ୍ୟାସନାଲିଷ୍ଟ ଆଦି ଦଳର ୩୦ ସଦସ୍ୟ ରହିବେ। ଅଲତାଫ୍‌ଙ୍କ ଘୋଷଣା ଅନୁଯାୟୀ, ଦିଲାୱାର ମିର, ନୂର ମହମ୍ମଦ ଶେଖ୍‌, ୟୱାର ମିର, ଜାଫର […]

altaf

Subrat Kumar Nayak
  • Published: Sunday, 08 March 2020
  • , Updated: 08 March 2020, 05:29 PM IST

ନୂଆଦିଲ୍ଲୀ: ପୂର୍ବତନ ପିଡିପି ନେତା ଅଲତାଫ୍‌ ବୁଖାରୀ ଆଜି ନିଜ ଦଳ ‘ଜମ୍ମୁ କଶ୍ମୀର ଅପନୀ ପାର୍ଟି’ ବାବଦରେ ଘୋଷଣା କରିଛନ୍ତି। ଗତ ବର୍ଷ ଅଗଷ୍ଟ ୫ ପରଠାରୁ ହଇରାଣରେ ଥିବା ଲୋକଙ୍କ ପାଇଁ ସେ କାମ କରିବେ ବୋଲି କହିଛନ୍ତି।

ଏହି ଦଳରେ କଂଗ୍ରେସ, ପିଡିପି, ଏନ୍‌ସି ଏବଂ ଡେମେକ୍ରାଟିକ୍‌ ପାର୍ଟି ନ୍ୟାସନାଲିଷ୍ଟ ଆଦି ଦଳର ୩୦ ସଦସ୍ୟ ରହିବେ।

ଅଲତାଫ୍‌ଙ୍କ ଘୋଷଣା ଅନୁଯାୟୀ, ଦିଲାୱାର ମିର, ନୂର ମହମ୍ମଦ ଶେଖ୍‌, ୟୱାର ମିର, ଜାଫର ଇକବାଲ ମାନସ ଯୋଗଦେବେ। ସେହିଭଳି ପିଡିପିର ପୂର୍ବତନ ବିଧାୟକ ଉସମାନ ମାଜିଦ୍‌, ଐଜାଜ୍ ଖାନ୍‌, ମୁମତାଜ ଖାନ୍‌, ଶୋଏବ୍‌ ନବୀ ଲୋନ୍‌, କଂଗ୍ରେସରୁ ବିଜୟ ବକାୟା, ସୟଦ ଅସଗର ଅଲୀ ଏବଂ ଏନ୍‌ସିର କମାଲ ଆରୋରା ଏହି ନୂଆ ଦଳର ସଦସ୍ୟ ତାଲିକାରେ ଅଛନ୍ତି।

ସେ କହିଛନ୍ତି, ଅଗଷ୍ଟ ୫ ପରଠାରୁ ବହୁତ କିଛି ବଦଳିଛି। ଏତିପାଇଁ ଆହ୍ୱାନ ବହୁତ ରହିଛି। ପର୍ଯ୍ୟଟନ ଏକ ପ୍ରକାଣ ଶୂନକୁ ଚାଲିଆସିଛି ବୋଲି ସେ କହିଛନ୍ତି। ଅଲତାଫ କହିଛନ୍ତି, ବର୍ତ୍ତମାନ ପୂର୍ବସ୍ଥିତି କିଭଳି ଫେରି ଆସିପାରିବ ତାହା ବଡ଼ କଥା।

Related story