ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ୨୧ ଜଣ ବିଧାୟକ ଅଯୋଗ୍ୟ ଘୋଷଣା ହୋଇ ପାରନ୍ତି। ଏହି ୨୧ ଜଣ ବିଧାୟକଙ୍କୁ ଗତବର୍ଷ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ସଂସଦୀୟ ସଚିବ ଭାବେ ନିଯୁକ୍ତ କରିଥିଲେ। ଏବେ ଏହି ବିଧାୟକମାନଙ୍କୁ ‘ଅଫିସ୍ ଅଫ୍ ପ୍ରଫିଟ୍’ ମାମଲାରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରେ।
ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିକଟରେ ମଧ୍ୟ ଗତବର୍ଷ ଜୁନରେ ଆବେଦନ କରାଯାଇଥିଲା। ନିର୍ବାଚନ ଅଧିକାରୀ ବିଧାୟକମାନଙ୍କୁ ୧୧ ଏପ୍ରିଲ୍ ମଧ୍ୟରେ ଏହା ଉପରେ ଜବାବ୍ ଦେବା ପାଇଁ ସମୟ ଦେଇଥିଲେ।
ତେବେ ବିଧାୟକମାନେ ଉତ୍ତର ଦେବାକୁ ଅଧିକ ୬ରୁ ୮ ସପ୍ତାହ ସମୟ ମାଗିଛନ୍ତି।