ଭାରତରେ କାରବାର ବଢ଼ାଇବ ଆମାଜନ, ଜାଣନ୍ତୁ କେତେ ଟଙ୍କା ନିବେଶ କଲା

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଭାରତରେ ଅନଲକ-୨ କାର୍ଯ୍ୟକାରୀ ହେଉଥିଲେ ହେଁ ଅନେକ ପ୍ରକାରର କଟକଣା ଏବେ ଜାରି ରହିଛି। ହାଟ, ବଜାର, ଶପିଂମଲ ଆଦି ଉପରେ ପ୍ରତିବନ୍ଧକ ଲାଗିଛି। ଗୋଟିଏ ସ୍ଥାନରେ ଏକତ୍ରିତ ନ ହେବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ କୁହାଯାଉଛି। ଏହି ସବୁ କାରଣରୁ ସାଧାରଣ ଲୋକ ଅନଲାଇନରେ ମିଳୁଥିବା ସାମଗ୍ରୀ ଓ ସେବା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅନ୍ୟତମ ବୃହତ ଅନଲାଇନ ସେବା ପ୍ରଦାନକାରୀ କମ୍ପାନୀ ଆମାଜନ୍ […]

u

Hemant Lenka
  • Published: Friday, 10 July 2020
  • , Updated: 10 July 2020, 12:45 PM IST

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଭାରତରେ ଅନଲକ-୨ କାର୍ଯ୍ୟକାରୀ ହେଉଥିଲେ ହେଁ ଅନେକ ପ୍ରକାରର କଟକଣା ଏବେ ଜାରି ରହିଛି। ହାଟ, ବଜାର, ଶପିଂମଲ ଆଦି ଉପରେ ପ୍ରତିବନ୍ଧକ ଲାଗିଛି। ଗୋଟିଏ ସ୍ଥାନରେ ଏକତ୍ରିତ ନ ହେବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ କୁହାଯାଉଛି।

ଏହି ସବୁ କାରଣରୁ ସାଧାରଣ ଲୋକ ଅନଲାଇନରେ ମିଳୁଥିବା ସାମଗ୍ରୀ ଓ ସେବା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅନ୍ୟତମ ବୃହତ ଅନଲାଇନ ସେବା ପ୍ରଦାନକାରୀ କମ୍ପାନୀ ଆମାଜନ୍ ଭାରତରେ ନିଜର ସାମଗ୍ରୀ ବିକ୍ରୀକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି।

ଆମାଜନର ମୂଳ କମ୍ପାନୀ ଭାରତ ୟୁନିଟ୍‌ରେ ସେଲ ସର୍ଭିସ ବୃଦ୍ଧି ପାଇଁ ୨୩.୧୦ ବିଲିୟନ ବା ୩୦୮.୦୨ ମିଲିୟନ ଡଲାର ବିନିଯୋଗ କରିଛି। ବ୍ୟବସାୟ ଇଣ୍ଟେଲିଜେନ୍ସ ଫାର୍ମ ଟଫଲର ତଥ୍ୟରୁ ଏହା ଜଣାପଡିଛି।

ଏହି କମ୍ପାନୀ ଅନଲାଇନ ସପିଙ୍ଗ ବୃଦ୍ଧି ପାଇଁ ଭାରତୀୟ ଶାଖାରେ ୫୦ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ମେ’ ମାସରେ ନିଯୁକ୍ତି ଦେଇଥିଲା। ଫ୍ଲିପକାର୍ଟଠାରୁ ଅଧିକ ବ୍ୟବସାୟ କରିବା ଲକ୍ଷ୍ୟରେ କମ୍ପାନୀ ଭରତରେ ଅଧିକ ଟଙ୍କା ବିନିଯୋଗ କରିଥିବା କୁହାଯାଉଛି।

ଲକଡାଉନ ସମୟରେ ଆମାଜନ ଦେଶରେ ଥିବା ଛୋଟ ଛୋଟ ଦୋକାନ ଗୁଡ଼ିକୁ ନିଜ ସହ ଯୋଡ଼ିବାକୁ ଚାହୁଁଛି। ଏହାର ବିକ୍ରି ପ୍ଲାଟଫର୍ମକୁ ବୃଦ୍ଧି କରି ଲୋକଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ୨୦୨୫ ସୁଦ୍ଧା ୧୦ ମିଲିୟନ ଛୋଟ ଦୋକାନୀଙ୍କୁ ନିଜ ସହ ଯୋଡ଼ିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

Related story