ଭାରତ ବିରୋଧରେ ଲସ୍କରକୁ ସହଯୋଗ କରୁଥିଲା ଆମେରିକୀୟ ନାଗରିକ

ୱାଶିଂଟନ: ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଏ-ତାଇବା ପାଇଁ ସଦସ୍ୟ ସଂଗ୍ରହ କରୁଥିବା ଓ ଭାରତ ବିରୋଧରେ ଲଢ଼େଇ ପାଇଁ ସଂଗଠନକୁ ସମସ୍ତ ପ୍ରକାରର ସହଯୋଗ ଜଣେ ଆମେରିକୀୟ ନାଗରିକ କରୁଥିଲେ। ସେ ଏକଥା ଖୋଦ ଆମେରିକାର ଫେଡରାଲ କୋର୍ଟ ଆଗରେ ସ୍ୱୀକାର କରିଛନ୍ତି। ବ୍ୟକ୍ତି ଜଣଙ୍କ ଲସ୍କରକୁ ସହଯୋଗ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜାତୀୟ ସୁରକ୍ଷାର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ଜନ୍‌ ସି ଡେମେରସ୍‌ କହିଛନ୍ତି, “ଜେସୁସ ୱାଲଫ୍ରୋଡ ଏନକାରସି୍ରଆନ ଲସ୍କରକୁ ସହଯୋଗ କରିବା […]

evc

Hemant Lenka
  • Published: Thursday, 23 January 2020
  • , Updated: 23 January 2020, 12:31 PM IST

ୱାଶିଂଟନ: ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଏ-ତାଇବା ପାଇଁ ସଦସ୍ୟ ସଂଗ୍ରହ କରୁଥିବା ଓ ଭାରତ ବିରୋଧରେ ଲଢ଼େଇ ପାଇଁ ସଂଗଠନକୁ ସମସ୍ତ ପ୍ରକାରର ସହଯୋଗ ଜଣେ ଆମେରିକୀୟ ନାଗରିକ କରୁଥିଲେ। ସେ ଏକଥା ଖୋଦ ଆମେରିକାର ଫେଡରାଲ କୋର୍ଟ ଆଗରେ ସ୍ୱୀକାର କରିଛନ୍ତି। ବ୍ୟକ୍ତି ଜଣଙ୍କ ଲସ୍କରକୁ ସହଯୋଗ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଜାତୀୟ ସୁରକ୍ଷାର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ଜନ୍‌ ସି ଡେମେରସ୍‌ କହିଛନ୍ତି, “ଜେସୁସ ୱାଲଫ୍ରୋଡ ଏନକାରସି୍ରଆନ ଲସ୍କରକୁ ସହଯୋଗ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ସେ ନିଜକୁ ଜିହାଦୀ ସୈନ୍ୟ ବୋଲି କହୁଥିଲା। ସେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କରକୁ ସହଯୋଗ କରିବା ପାଇଁ ଏକାଧିକ ଦେଶକୁ ଯାଉଥିଲା ଏବଂ ସେଠାରେ ଜିହାଦୀଙ୍କ ସହ ମିଶୁଥିଲା।

ଏଥିସହ ସେ ତାଲିମ ମଧ୍ୟ ନେଇଥିଲା। ଲସ୍କର ବିଶ୍ୱର ଏକାଧିକ ସ୍ଥାନରେ ଆକ୍ରମଣ କରିଛି। ଏହା ମଧ୍ୟରେ ୨୬/୧୧ ମୁମ୍ବାଇ ଆକ୍ରମଣ ମଧ୍ୟ ରହିଛି। ଲସ୍କର ତାଙ୍କୁ ଭାରତ ବିରୋଧରେ କଥା କହି ନିଜ ସଂଗଠନରେ ସାମିଲ କରିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଜେସୁସ ଭାରତ ବିରୋଧରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ସେ ଭାରତୀୟଙ୍କ ମୁଣ୍ଡକାଟ କରିବାକୁ ମଧ୍ୟ ଚାହୁଁଥିଲା। ୨୦୧୮ ନଭେମ୍ବର ୫ରେ ଜେସୁସ ଏକ ଚିଠି ଲେଖିଥିଲା। ଯେଉଁଥିରେ ସେ କୁଖ୍ୟାତ ସଂଗଠନ ଆଇଏସଆଇଏସ୍‌ରେ ମିଶିବାକୁ ମଧ୍ୟ ଚାହିଁଥିଲା।

ଫେବୃଆରୀମାସରେ ସେ ଜେଏଫକେ ଏୟାରପୋର୍ଟରୁ ୟୁରୋପ ଦେଶ ଯିବାକୁ ଉଦ୍ୟମ କରୁଥିବା ବେଳେ ତା’କୁ ପୁଲିସ୍‌ ଗିରଫ କରିଥିଲା। ସେ ୟୁରୋପରୁ ପାକିସ୍ତାନ ଯାଇ ଲସ୍କର ସହ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା।

 

Related story