ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ ଶାହ, ଚିକିତ୍ସା ପାଇଁ ଏମ୍ସରୁ ଯିବେ ଡାକ୍ତରୀ ଟିମ୍

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ କରୋନାରେ ସଂକ୍ରମିତ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏବେ ଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମ୍ସର ଏକ ଡାକ୍ତରୀ ଟିମ୍ ଯାଇ ତାଙ୍କୁ ଚିକିତ୍ସା କରିବେ ବୋଲି ଜଣାପଡ଼ିଛି।

ରବିବାର ଅପରାହ୍ନରେ ଶାହ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ‘ମୋର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ତୁମେ ସମସ୍ତେ, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ଦୟାକରି ନିଜକୁ ଅଲଗା କର ଏବଂ ତୁମର ସ୍ୱାସ୍ଥ୍ୟ ପରୀକ୍ଷା କରାଅ’।

କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଗାନ୍ଧୀନଗର ସାଂସଦ ସୂଚନା ଦେବା ପରେ ଅପରାହ୍ନ ୪ଟା ୨୪ ମିନିଟରେ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମେଦାନ୍ତ ହସ୍ପିଟାଲର ବରିଷ୍ଠ ଡାକ୍ତର ସୁଶୀଲା କାଟାରିଆଙ୍କ ନେତୃତ୍ୱରେ ଶାହଙ୍କ ଚିକିତ୍ସା ହେଉଥିବା ସୂଚନା ରହିଛି। ହସ୍ପିଟାଲର ୧୪ ତମ ମହଲାର ୪୩୧୯ କୋଠରୀରେ ଭର୍ତ୍ତି କରାଯାଇଛି।

ଏବେ ଅମିତ ଶାହାଙ୍କ ବାସଭବନରେ କାମ କରୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କ କରୋନା ଟେଷ୍ଟ ହେବ ବୋଲି ସୂଚନା ରହିଛି। ଏହା ସହିତ ସମସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କୁ ଘରେ ଅଲଗା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅମିତ ଶାହ ଅଗଷ୍ଟ ୪ କିମ୍ବା ୫ ରେ ଅଯୋଧ୍ୟା ଯିବାର ଥିଲା। ଏହା ପୂର୍ବରୁ ଶନିବାର ନିଜେ ଅମିତ ଶାହା କୌଣସି କାରଣରୁ ଅଯୋଧ୍ୟା ଯିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ସୂଚନା ରହିଛି। ଶାହା ଶନିବାର ଏକ ଆଇସିଆର ୱେବିନିନାର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଯେଉଁଠାରେ ଲୋକମଣି ତିଲକଙ୍କ ୧୦୦ ତମ ବାର୍ଷିକୀ ଅବସରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଠାରେ ବିନୟ ସହସ୍ରବୁଦେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗତକାଲି ସେହି କାର୍ଯ୍ୟକ୍ରମରୁ ଫେରିବା ପରେ ଶାହ ବୋଧହୁଏ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ସେ କରୋନା ପରୀକ୍ଷା କରାଇଥିଲେ।

ଆହୁରି ପଢ଼ନ୍ତୁ

୯ ଆତଙ୍କବାଦୀ ଗିରଫ, ବଡ଼ ଧରଣର ଆକ୍ରମଣ ପାଇଁ କରିଥିଲେ ଯୋଜନା

୧୯ ସେପ୍ଟେମ୍ବର, ଶନିବାର: ମନ ବିଚଳିତ ରହିବ

କୃଷି ବିଧେୟକ ବିଲ ଲୋକସଭାରେ ପାରିତ, ବିରୋଧ କରି ଫଶିଗଲା କଂଗ୍ରେସ!

ଅକାଳୀଙ୍କ ପଦକ୍ଷେପ ପରେ ବିଜେପିର ହରିୟାଣା ସହଯୋଗୀ ଜେଜେପି ଉପରେ ଚାପ

୧୮ସେପ୍ଟେମ୍ବର, ଶୁକ୍ରବାର: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ

ରାଜନୀତିର ଋତୁ ବସନ୍ତ ନୁହେଁ, ହନ୍ତସନ୍ତ

‘ଚୀନର କଥା ଏବଂ କାମରେ ପାର୍ଥକ୍ୟ ରହିଛି’

ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

୧୭ ସେପ୍ଟେମ୍ବର,ଗୁରୁବାର; ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ

ସ୍ୱତନ୍ତ୍ର କୋର୍ଟରେ ବିଚାର ହେବ ପୂର୍ବତନ ସାଂସଦ ଓ ବିଧାୟକଙ୍କ ଅପରାଧିକ ମାମଲା !

ଜୈବିକ ଯୁଦ୍ଧ ପାଇଁ ହାତ ମିଳାଇଛନ୍ତି ଚୀନ୍ ଆଉ ପାକିସ୍ତାନ!

ସ୍ୱଦେଶୀ ଆନ୍ଦୋଳନ ୨.୦ ର ନେତୃତ୍ୱ ନେବ ଅମୁଲ୍‌