ଏନ୍‌ଆଇଏ ସଂଶୋଧନ ବିଲ୍‌ ବେଳେ ଶାହ-ଓୱେସୀ କଥା କଟାକଟି

ନୂଆଦିଲ୍ଲୀ: ଆଜି ଲୋକସଭାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ସଂଶୋଧନ ବିଲ୍‌ ଉପରେ ଆଲୋଚନା ହୋଇଛି। ଏହି ଆଲୋଚନା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ହାଇଦ୍ରାବାଦ୍‌ ସାଂସଦ ତଥା ଏଆଇଏମଆଇଏମ୍‌ ନେତା ଅସାଦୁଦ୍ଦିନ ଓୱେସୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ବିଜେପିର ସତ୍ୟପାଲ ସିଂହ ଏନ୍‌ଆଇଏ ସଂଶୋଧିତ ବିଲ୍‌ ଉପରେ ନିଜର ମତ ରଖୁଥିବା ବେଳେ ଓୱେସୀଙ୍କ ସମେତ ବିରୋଧୀ ଦଳର ସଦସ୍ୟମାନେ ନାରାବାଜି କରିଥିଲେ। ଶ୍ରୀ ସିଂହ ଅଭିଯୋଗ କରିଥିଲେ ଯେ “ମୁଁ ମୁମ୍ବାଇ […]

rt

Hemant Lenka
  • Published: Monday, 15 July 2019
  • , Updated: 15 July 2019, 05:27 PM IST

ନୂଆଦିଲ୍ଲୀ: ଆଜି ଲୋକସଭାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ସଂଶୋଧନ ବିଲ୍‌ ଉପରେ ଆଲୋଚନା ହୋଇଛି। ଏହି ଆଲୋଚନା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ହାଇଦ୍ରାବାଦ୍‌ ସାଂସଦ ତଥା ଏଆଇଏମଆଇଏମ୍‌ ନେତା ଅସାଦୁଦ୍ଦିନ ଓୱେସୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି।

ବିଜେପିର ସତ୍ୟପାଲ ସିଂହ ଏନ୍‌ଆଇଏ ସଂଶୋଧିତ ବିଲ୍‌ ଉପରେ ନିଜର ମତ ରଖୁଥିବା ବେଳେ ଓୱେସୀଙ୍କ ସମେତ ବିରୋଧୀ ଦଳର ସଦସ୍ୟମାନେ ନାରାବାଜି କରିଥିଲେ। ଶ୍ରୀ ସିଂହ ଅଭିଯୋଗ କରିଥିଲେ ଯେ “ମୁଁ ମୁମ୍ବାଇ ପୁଲିସ୍‌ କମିଶନର ଥିବା ବେଳେ ତତ୍କାଳୀନ ହାଇଦ୍ରାବାଦ ପୁଲିସ୍‌ କମିଶନର ଏକ ବଡ଼ କଥା କହିଥିଲେ।

ହାଇଦ୍ରାବାଦ ପୁଲିସ୍‌ କମିଶନରଙ୍କୁ ସେଠାକାର ଜଣେ ରାଜନେତା ଏକ ନିର୍ଦ୍ଦିଷ୍ଟ ମାମଲାର ତଦନ୍ତ ପ୍ରକ୍ରିୟା ବଦଳାଇବାକୁ କହିଥିଲେ। ଯଦି ସେ ଏକଥା ନ ଶୁଣିବେ, ତା’ହେଲେ ତାଙ୍କର ବଦଳି ମଧ୍ୟ ହୋଇଯିବ ବୋଲି ରାଜନେତା ଜଣଙ୍କ ଧମକ ଦେଇଥିଲେ। ମୁଁ ମୁମ୍ବାଇ ପୁଲିସ୍‌ କମିଶନର ଭାବେ ଏକଥାକୁ ସେତେବେଳେ ଜାଣିଥିଲି।”

ତେବେ ଓୱେସୀ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ, ଯଦି ଶ୍ରୀ ସିଂହଙ୍କ ଅଭିଯୋଗର ସତ୍ୟତା ରହିଛି, ତା’ହେଲେ ସେ ପ୍ରମାଣ ଦିଅନ୍ତୁ। ଗୃହ ଆଗରେ ପୂରା ରେକର୍ଡ ସହ ତଥ୍ୟ ଉପସ୍ଥାପନ କରନ୍ତୁ।”

ବାସ୍‌ ଓୱେସୀଙ୍କ ଏଭଳି ବୟାନ ଶୁଣି ଅମିତ ଶାହ ନିଜ ଆସନରେ ଛିଡ଼ା ହୋଇ ଯାଇଥିଲେ। ସେ କହିଥିଲେ, “ସରକାରୀ ଦଳର ସାଂସଦମାନେ କେବେ ହେଲେ ବିରୋଧୀ ଦଳର ସଦସ୍ୟମାନେ କହୁଥିବା ବେଳେ ମଝିରେ ବିଶୃଙ୍ଖଳା ସୃଷ୍ଟି କରୁନାହାନ୍ତି। ହେଲେ ବିରୋଧୀ କାହିଁକି ମଝିରେ ଏଭଳି ବିଶୃଙ୍ଖଳା କରୁଛନ୍ତି? ତେଣୁ ବିରୋଧୀ ସରକାରୀ ଦଳର ସଦସ୍ୟଙ୍କ ଠାରୁ ଶିଖିବା ଦରକାର। ବିରୋଧୀ ଦଳର ସଦସ୍ୟମାନେ ଅନ୍ୟମାନଙ୍କ କଥାକୁ ମଧ୍ୟ ଧୈର୍ଯ୍ୟର ସହ ଶୁଣିବା ଦରକାର।”

ଏହା ଶୁଣି ଓୱେସୀ କହିଥିଲେ, “ଆପଣ ମୋତେ ଅଙ୍ଗୁଳି ଦେଖାନ୍ତୁ ନାହିଁ। ମୁଁ କାହାକୁ ଡରେନାହିଁ।”

ଏହାର ଜବାବ ଦେଇ ଶାହ କହିଥିଲେ, “ମୁଁ କାହାକୁ ଭୟଭୀତ କରାଉନାହିଁ। ମୁଁ କେବଳ ଅନ୍ୟମାନଙ୍କ ମତ ଶୁଣିବାକୁ କହୁଛି। କିନ୍ତୁ ଯଦି ଆପଣଙ୍କ ମନ ଓ ମୁଣ୍ଡରେ ଭୟ ରହିଛି, ତା’ହେଲେ ମୁଁ କ’ଣ କରିପାରିବି?”

Related story