ଏକଜିଟ ପୋଲ ରେଜଲ୍ଟ ପରେ ଦିଲ୍ଲୀ ସାଂସଦଙ୍କ ବୈଠକ ଡାକିଲେ ଶାହ

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି। ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ୭ ସାଂସଦଙ୍କୁ ନେଇ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ସହିତ ଦିଲ୍ଲୀ ବିଧାନସଭା ନିର୍ବାଚନ ଦାୟିତ୍ୱରେ ଥିବା ବିଜେପି ନେତା ମଧ୍ୟ ସାମିଲ୍ ଥିବା ସୂଚନା ରହିଛି। ଆଜି ଏକଜିଟ ପୋଲ୍ ରିପୋର୍ଟ ପ୍ରକାଶ ପ୍ରକାଶ ପାଇବା ପରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁଣି […]

amit-saha-1

Subhransu Sekhar
  • Published: Saturday, 08 February 2020
  • , Updated: 08 February 2020, 08:22 PM IST

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି। ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ୭ ସାଂସଦଙ୍କୁ ନେଇ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ସହିତ ଦିଲ୍ଲୀ ବିଧାନସଭା ନିର୍ବାଚନ ଦାୟିତ୍ୱରେ ଥିବା ବିଜେପି ନେତା ମଧ୍ୟ ସାମିଲ୍ ଥିବା ସୂଚନା ରହିଛି।

ଆଜି ଏକଜିଟ ପୋଲ୍ ରିପୋର୍ଟ ପ୍ରକାଶ ପ୍ରକାଶ ପାଇବା ପରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁଣି ଥରେ ଆମ୍ ଆଦମୀ ପାର୍ଟି କ୍ଷମତା ଦଖଲ କରିବ ବୋଲି ଜଣାପଡ଼ିଛି। ବିଜେପି ଯେଉଁ ଆକଳନ କରିଛି ତାହା ସଫଳ ହେବ ନାହିଁ ବୋଲି ଜଣାପଡ଼ିଛି। ହେଲେ ୨୦୧୫ ବିଧାନସଭା ନିର୍ବାଚନ ତୁଳନାରେ ଆଉ କିଛି ହାତ ଗଣତି ଆସନ ଅଧିକ ଜିତିବ ବୋଲି ପୋଲ୍ ଅଫ୍ ପୋଲରୁ ଆକଳନ କରାଯାଉଛି।

୨୦୧୫ରେ ଆପ୍ ୬୭ଟି ଆସନ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଥିଲା। ଚଳିତଥର ବିଭିନ୍ନ ସର୍ଭେ ସଂସ୍ଥାର ରିପୋର୍ଟ ଅନୁଯାୟୀ ଆପ୍ ହାରାହାରି ୫୨ଟି ଆସନରେ ଜିତିବ ବୋଲି ଆକଳନ କରାଯାଉଥିବା ବେଳେ ବିଜେପି ୧୫ଟି ଆସନରେ ଜିତିବ ବୋଲି ଆକଳନ କରାଯାଉଛି। ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ୧୧ରେ ବାହାରିବ। ମୋଟ ୭୦ଟି ଆସନରୁ ସରକାର ଗଢ଼ିବା ପାଇଁ ୩୧ ରହିଛି ମ୍ୟାଜିକ ନମ୍ୱର। ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଅନୁଯାୟୀ ବିଜେପି ଏଠାରେ ମୋଟ ୭ ଲୋକସଭା ଆସନରେ ବିଜୟୀ ହୋଇଛି।

Related story