ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ କଳାକାର ଅମିତାଭ ବଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ଗ୍ରହଣ କରିବା ପରେ ବିଗ୍ ବି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଫିଲ୍ମ ଲାଇନରେ ଜୀବନ ବ୍ୟାପୀ ସାଧନା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ସୋମବାର ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା। ହେଲେ ଅସୁସ୍ଥତା କାରଣରୁ ଅମିତାଭ ଏହି ପୁରସ୍କାର ଗ୍ରହଣ କରିପାରିନଥିଲେ। ତେଣୁ ଆଜି ଏକ ଛୋଟିଆ ସମାରୋହର ଆୟୋଜନ କରାଯାଇ ରାଷ୍ଟ୍ରପତି ଅମିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।