ବିଗ୍‌ ବି ଅସୁସ୍ଥ

ମୁମ୍ୱାଇ: ଭେଟେରାନ ବଲିଉଡ୍ ଷ୍ଟାର ଅମିତାଭ୍ ବଚ୍ଚନ ଅସୁସ୍ଥ  ହୋଇପଡିଛନ୍ତି। ରାଜସ୍ଥାନର ଯୋଧପୁରରେ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ର ସୁଟିଂ ବେଳେ ବିଗ୍ ବି ଅସୁସ୍ଥ ହୋଇପଡ଼ି ଥିବା ନେଇ ଚର୍ଚ୍ଚା ହେଉଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସୁଟିଂ ଚାଲିଥିବା ବେଲେ ଅସୁସ୍ଥ ହୋଇ ପଡ଼ିଥିଲେ ୭୫ ବର୍ଷୀୟ ଅମିତାଭ। ଫଳରେ ସୁଟିଂକୁ ବନ୍ଦ କରାଯାଇଥିଲା। ଏହାପରେ ସେ ଯୋଧପୁରସ୍ଥିତ ହୋଟେଲକୁ ଫେରି ଆସିଥିଲେ। ବର୍ତ୍ତମାନ ସେ ନିଜ […]

amitav

Rakesh Mallick
  • Published: Tuesday, 13 March 2018
  • , Updated: 13 March 2018, 01:35 PM IST

ମୁମ୍ୱାଇ: ଭେଟେରାନ ବଲିଉଡ୍ ଷ୍ଟାର ଅମିତାଭ୍ ବଚ୍ଚନ ଅସୁସ୍ଥ  ହୋଇପଡିଛନ୍ତି। ରାଜସ୍ଥାନର ଯୋଧପୁରରେ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ର ସୁଟିଂ ବେଳେ ବିଗ୍ ବି ଅସୁସ୍ଥ ହୋଇପଡ଼ି ଥିବା ନେଇ ଚର୍ଚ୍ଚା ହେଉଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସୁଟିଂ ଚାଲିଥିବା ବେଲେ ଅସୁସ୍ଥ ହୋଇ ପଡ଼ିଥିଲେ ୭୫ ବର୍ଷୀୟ ଅମିତାଭ। ଫଳରେ ସୁଟିଂକୁ ବନ୍ଦ କରାଯାଇଥିଲା। ଏହାପରେ ସେ ଯୋଧପୁରସ୍ଥିତ ହୋଟେଲକୁ ଫେରି ଆସିଥିଲେ। ବର୍ତ୍ତମାନ ସେ ନିଜ ହୋଟେଲରେ ବିଶ୍ରାମ ନେଉଥିବା ଜଣାପଡିଛି।

ସେପଟେ ଅମିତାଭଙ୍କ ଚିକିତ୍ସା ପାଇଁ ମୁମ୍ବାଇରୁ ଏକ ଡାକ୍ତରୀ ଟିମ୍ ଏକ ସ୍ୱତନ୍ତ୍ର ବିମାନରେ ଯୋଧପୁରରେ ପହଞ୍ଚିଥିବା ସୂଚନା ମିଳିଛି। ଅମିତାଭ୍‌ଙ୍କ ପ୍ରାଥମିକ ସ୍ୱାସ୍ଥ ପରୀକ୍ଷା ହୋଇଛି। ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ର ଅମିତାଭଙ୍କ ବ୍ୟତୀତ ଆମିର ଖାନ, କ୍ୟାଟ୍ରିନା କୈଫ ପ୍ରମୁଖ ଅଭିନୟ କରୁଛନ୍ତି। ଆସନ୍ତା ଦୀପାବଳି ଅବସରରେ ଫିଲ୍ମ ରିଲିଜ ହେବ।

Related story