ଭାରତରେ କାମ ବନ୍ଦ କଲା ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ

ନୂଆଦିଲ୍ଲୀ: ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ (Amnesty International India) ଆଜିଠାରୁ ଭାରତରେ ସମସ୍ତ କାମ ବନ୍ଦ କରି ଦେଇଛି। ଅନ୍ତର୍ଜାତୀୟ ମାନବ ସଂଗଠନ Amnesty International India କହିଛି ଯେ ସରକାର ତାଙ୍କ କମ୍ପାନୀର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସିଲ୍ କରି ଦେଇଛନ୍ତି। ତେଣୁ କର୍ମଚାରୀ ଛଟେଇ କରିବାକୁ ପଡ଼ିଛି। ଏବେ ହାତରେ ପଇସା ନଥିବାରୁ କମ୍ପାନୀ ଭାରତରେ ତାର ସମସ୍ତ କାମ ବନ୍ଦ କରିବାକୁ ବାଧ୍ୟ ହେଉଛି ବୋଲି କହିଛି। ୧୦ ସେପ୍ଟେମ୍ବରରେ ବ୍ୟାଙ୍କ ଆକାଉଣ୍ଟକୁ […]

amnesty-international-india

Subhransu Sekhar
  • Published: Tuesday, 29 September 2020
  • , Updated: 29 September 2020, 02:12 PM IST

ନୂଆଦିଲ୍ଲୀ: ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ (Amnesty International India) ଆଜିଠାରୁ ଭାରତରେ ସମସ୍ତ କାମ ବନ୍ଦ କରି ଦେଇଛି। ଅନ୍ତର୍ଜାତୀୟ ମାନବ ସଂଗଠନ Amnesty International India କହିଛି ଯେ ସରକାର ତାଙ୍କ କମ୍ପାନୀର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସିଲ୍ କରି ଦେଇଛନ୍ତି। ତେଣୁ କର୍ମଚାରୀ ଛଟେଇ କରିବାକୁ ପଡ଼ିଛି। ଏବେ ହାତରେ ପଇସା ନଥିବାରୁ କମ୍ପାନୀ ଭାରତରେ ତାର ସମସ୍ତ କାମ ବନ୍ଦ କରିବାକୁ ବାଧ୍ୟ ହେଉଛି ବୋଲି କହିଛି। ୧୦ ସେପ୍ଟେମ୍ବରରେ ବ୍ୟାଙ୍କ ଆକାଉଣ୍ଟକୁ ଭାରତ ସରକାର ସିଲ୍ କରିଛନ୍ତି ବୋଲି ଆମନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ କହିଛି।

ସୂଚନାଯୋଗ୍ୟ, ଗତ କିଛି ମାସ ଧରି ବିଦେଶୀ ମୁଦ୍ରା ଠକେଇ ମାମଲାରେ ଆମନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ବିରୋଧରେ ଇଡି ତଦନ୍ତ କରୁଛି। କମ୍ପାନୀର ବାଙ୍ଗାଲୋର କାର୍ଯ୍ୟାଳୟରେ ମଧ୍ୟ ଇଡି ରେଡ୍ କରିଥିଲା।

ଏହି ଅନୁଷ୍ଠାନ ଦିଲ୍ଲୀ ଦଙ୍ଗାରେ ଦିଲ୍ଲୀ ପୁଲିସ ଏବଂ ଭାରତ ସରକାରଙ୍କ ଭୂମିକା ଏବଂ ଜମ୍ମୁ କଶ୍ମୀରରେ ମାନବିକ ଅଧିକାରର ଉଲ୍ଲଂଘନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା। ତେଣୁ ସରକାର ରାଗ ରଖି ଏଭଳି କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

Related story