ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତି, ଯିଏ ୬୭ ବର୍ଷ ହେଲା ଗାଧୋଇ ନାହାନ୍ତି

ନୂଆଦିଲ୍ଲୀ: ଶୀତ ଦିନେ ଗାଧୋଇବା ବେଶ କଷ୍ଟକର। ହେଲେ ଆପଣ କେତେ ଦିନ ନ ଗାଧୋଇ ରହିପାରିବେ? ଜଣେ ବ୍ୟକ୍ତି ଗୋଟିଏ ଦିନ କିମ୍ବା ଦୁଇ ଦିନ ନ ଗାଧୋଇ ରହି ଯାଇ ପାରନ୍ତି? ହେଲେ ଆଜି ଆମେ ବିଶ୍ୱର ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବୁ ଯିଏ ପ୍ରାୟ ୭ ଦଶନ୍ଧି ଧରି ନ ଗାଧୋଇ ବଞ୍ଚି ରହିଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତି ଭାବେ ମଧ୍ୟ ଗଣାଯାଉଛି। ଆପଣ ଏକଥା ଶୁଣି ନିଶ୍ଚିତ […]

fc

Hemant Lenka
  • Published: Saturday, 23 January 2021
  • , Updated: 23 January 2021, 08:45 PM IST

ନୂଆଦିଲ୍ଲୀ: ଶୀତ ଦିନେ ଗାଧୋଇବା ବେଶ କଷ୍ଟକର। ହେଲେ ଆପଣ କେତେ ଦିନ ନ ଗାଧୋଇ ରହିପାରିବେ? ଜଣେ ବ୍ୟକ୍ତି ଗୋଟିଏ ଦିନ କିମ୍ବା ଦୁଇ ଦିନ ନ ଗାଧୋଇ ରହି ଯାଇ ପାରନ୍ତି? ହେଲେ ଆଜି ଆମେ ବିଶ୍ୱର ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବୁ ଯିଏ ପ୍ରାୟ ୭ ଦଶନ୍ଧି ଧରି ନ ଗାଧୋଇ ବଞ୍ଚି ରହିଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତି ଭାବେ ମଧ୍ୟ ଗଣାଯାଉଛି।

ଆପଣ ଏକଥା ଶୁଣି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ସତରେ ଏମିତି ଘଟଣା ଘଟିଛି? ତେବେ ଇରାନର ଅମୋ ହାଜି ନାମକ ୮୭ ବର୍ଷୀୟ ବ୍ୟକ୍ତି ଦୀର୍ଘ ୬୭ ବର୍ଷ ହେଲା ଆଦୌ ଗାଧୋଇ ନାହାନ୍ତି। ସେ ଇରାନ୍‌ର କେରମାନଶାହ ପ୍ରଦେଶର ଦେଜଘାରେ ରହୁଛନ୍ତି।

ସେ ଦୀର୍ଘ ୬୭ ବର୍ଷ ହେଲା ଗାଧୋଇ ନଥିବାରୁ ଅତ୍ୟନ୍ତ ଭୟଙ୍କର ଦିଶୁଛନ୍ତି। ମୁହଁରେ ମାଟିର ଦାଗ ପଡ଼ିଥିବା ବେଳେ ମେଞ୍ଚାମେଞ୍ଚା ଦାଢ଼ି ରହିଛି। ସେହିପରି ସେ ସର୍ବଦା ଏକ ବିରାଟ ସିଗାର ମଧ୍ୟ ଟାଣୁଛନ୍ତି। ପାଣିକୁ ତାଙ୍କର ବହୁତ ଡର। ଏଥିପାଇଁ ସେ ଦୀର୍ଘ ୬୭ ବର୍ଷ ହେଲା ଗାଧୋଇ ନାହାନ୍ତି। ତାଙ୍କର ଧାରଣା ଅଛି ଯେ ସେ ଯଦି ଗାଧୋଇବେ, ତା’ହେଲେ ଅସୁସ୍ଥ ହୋଇ ପଡ଼ିବେ। ଏହି କାରଣରୁ ସେ ପାଣି ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ନିଜକୁ ଫିଟ ରଖିବା ପାଇଁ ମୃତ ପଶୁପକ୍ଷୀଙ୍କ ପୋଚାସଢ଼ା ମାଂସ ଖାଇଥାଆନ୍ତି। ସାହୀ ପଶୁର ମାଂସ ତାଙ୍କୁ ସବୁଠାରୁ ଅଧିକ ପସନ୍ଦ। ସେ ତାଙ୍କ ଯୁବାବସ୍ଥାରେ ଅନେକ ପ୍ରକାରର ଧୋକା ପାଇଥିଲେ।

ଏଥିପାଇଁ ସେ ସର୍ବଦା ଏକାକୀ ରହିବାକୁ ଭଲ ପାଆନ୍ତି ବୋଲି ଜଣାପଡ଼ିଛି। ହାଜି ସବୁବେଳେ ଅପରିଷ୍କାର ସ୍ଥାନରେ ରହିବାକୁ ଚାହାନ୍ତି। ଏଥିପାଇଁ ସେ ଜାଣିଶୁଣି ପଚରା ଓ ଅଳିଆ ଗଦାରେ ଶୋଇ ଥାଆନ୍ତି। ତାଙ୍କୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।

Related story