ସରକାରୀ ହସ୍ପିଟାଲର ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ତିଆରି ହେବ ୧୬ଟି ମେଡିକାଲ କଲେଜ

ଅମରାବତୀ: ସରକାରୀ ହସ୍ପିଟାଲର ଉନ୍ନତିକରଣ କରି ସମସ୍ତଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର। କୋଭିଡ୍ ବେଳେ ଦେଶର ସରକାରୀ ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା ପଦାରେ ପଡ଼ିଛି। ଏହାପରେ ଆନ୍ଧ୍ର ପ୍ରଦେଶ ସରକାର ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟାବସ୍ଥାର ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ‘ନାଡୁ-ନେଡୁ’ ଯୋଜନା ଅନୁଯାୟୀ ୧୬ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ସମସ୍ତ ସରକାରୀ ହସ୍ପିଟାଲର ନବୀକରଣ ପାଇଁ ୧୭,୩୦୦ କୋଟି ଟଙ୍କା […]

YS-Jaganmohan-Reddy

YS-Jaganmohan-Reddy

Subhransu Sekhar
  • Published: Friday, 30 October 2020
  • Updated: 30 October 2020, 12:46 PM IST

Sports

Latest News

ଅମରାବତୀ: ସରକାରୀ ହସ୍ପିଟାଲର ଉନ୍ନତିକରଣ କରି ସମସ୍ତଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର। କୋଭିଡ୍ ବେଳେ ଦେଶର ସରକାରୀ ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା ପଦାରେ ପଡ଼ିଛି। ଏହାପରେ ଆନ୍ଧ୍ର ପ୍ରଦେଶ ସରକାର ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟାବସ୍ଥାର ପରିବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ଆନ୍ଧ୍ରପ୍ରଦେଶ ସରକାର 'ନାଡୁ-ନେଡୁ' ଯୋଜନା ଅନୁଯାୟୀ ୧୬ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ସମସ୍ତ ସରକାରୀ ହସ୍ପିଟାଲର ନବୀକରଣ ପାଇଁ ୧୭,୩୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ହସ୍ପିଟାଲରେ ନାଡୁ-ନେଡୁ ଯୋଜନାର ସମୀକ୍ଷା କରି ନୂଆ ମେଡିକାଲ୍ କଲେଜ ପ୍ରତିଷ୍ଠା ତଥା ଗାଁରେ କ୍ଲିନିକ୍, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମୀକ୍ଷା କରିଛନ୍ତି।

ପ୍ରଥମେ ନବୀକରଣ କାର୍ଯ୍ୟ ପାଇଁ ତୁରନ୍ତ ୫,୪୭୨ କୋଟି ଟଙ୍କା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିତ୍ତିଭୂମୀ ଏବଂ ଚିକିତ୍ସାର ଗୁଣବତ୍ତାରେ କୌଣସି ପ୍ରକାର ତ୍ରୁଟି ନରହିବା ଦରକାର ବୋଲି ଜଗନ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ଜାନୁଆରୀ ସୁଦ୍ଧା ନୂଆ ମେଡିକାଲ କଲେଜ ପାଇଁ ଟେଣ୍ଡର ଚୂଡ଼ାନ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ କଲେଜ ନିର୍ମାଣରେ ରାଜ୍ୟ ସରକାର ୭,୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଗାଁରେ ଓ୍ୱାଇଏସଆର ସ୍ୱାସ୍ଥ୍ୟ କ୍ଲିନିକ୍ ତିଆରି ନହେବା ଯାଏ ଆରୋଗ୍ୟଶ୍ରୀ ଗ୍ରାମ ପଞ୍ଚାୟତରେ ଅସ୍ଥାୟୀ ଭାବରେ କ୍ଲିନିକ୍ ସେବା ଯୋଗାଇବାକୁ ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos