ଆନ୍ଧ୍ରପ୍ରଦେଶ: କେନାଲ୍‌ରେ ଖସି ପଡ଼ିଲା ବସ୍, ୧୪ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇଦ୍ରାବାଦରୁ ଏକ ଘରୋଇ ବସ୍‌ ପୂର୍ବ ଗୋଦାବରୀ କାକିନାଡା ଅଞ୍ଚଳକୁ ଯାଉଥିବା ବେଳେ ନାୟୁକାନାଗୁଡେମର ନାଗାର୍ଜୁନ ସାଗର ପ୍ରୋଜେକ୍ଟ କେନାଲକୁ ଖସି ପଡ଼ିବା ଫଳରେ ୧୪ ଯାତ୍ରୀଙ୍କର ମୃତ୍ୟୃ ଘଟିଛି। ବସ୍‌ରେ ଥିବା ବାକି ୧୨ଜଣ ଯାତ୍ରୀଙ୍କୁ ଅଗ୍ନିଶମ ବିଭାଗର ଅଧିକାରୀ ଉଦ୍ଧାର କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ […]

bus-accidnet

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 01:47 PM IST

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇଦ୍ରାବାଦରୁ ଏକ ଘରୋଇ ବସ୍‌ ପୂର୍ବ ଗୋଦାବରୀ କାକିନାଡା ଅଞ୍ଚଳକୁ ଯାଉଥିବା ବେଳେ ନାୟୁକାନାଗୁଡେମର ନାଗାର୍ଜୁନ ସାଗର ପ୍ରୋଜେକ୍ଟ କେନାଲକୁ ଖସି ପଡ଼ିବା ଫଳରେ ୧୪ ଯାତ୍ରୀଙ୍କର ମୃତ୍ୟୃ ଘଟିଛି। ବସ୍‌ରେ ଥିବା ବାକି ୧୨ଜଣ ଯାତ୍ରୀଙ୍କୁ ଅଗ୍ନିଶମ ବିଭାଗର ଅଧିକାରୀ ଉଦ୍ଧାର କରିଛନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ  ଯଥାସମ୍ଭବ ସାହାଯ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story