ଦିଲ୍ଲୀ, ହାଇଦ୍ରାବାଦ ପରେ ଜୟପୁରରେ କରୋନୀ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଇଟାଲୀ ପର୍ଯ୍ୟଟକ କରୋନା ଭାଇରସର ଶିକାର ହୋଇଛନ୍ତି। ରାଜସ୍ଥାନର ରାଜଧାନୀ ଜୟପୁରକୁ ଆସିଥିବାବେଳେ ଇଟାଲୀ ପର୍ଯ୍ୟଟକ ଜଣଙ୍କ କରୋନା ଆକ୍ରମଣର ଶିକାର ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଛି। ଏହାକୁ ମିଶାଇ ମୋଟ୍ ୬ ଜଣ ଭାରତରେ କରୋନା ଭାଇରସର ଶିକାର ହୋଇଛନ୍ତି। ଶନିବାର ପର୍ଯ୍ୟଟକଙ୍କଠାରୁ ସଂଗୃହିତ ପ୍ରଥମ ନମୁନାରୁ କରୋନା ଚିହ୍ନଟ ହୋଇନଥିଲା କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଏହାପରେ ଦ୍ୱିତୀୟ ଥର ଇଟାଲୀ […]

corona-viras

corona-viras

Subhransu Sekhar
  • Published: Tuesday, 03 March 2020
  • Updated: 03 March 2020, 08:45 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଇଟାଲୀ ପର୍ଯ୍ୟଟକ କରୋନା ଭାଇରସର ଶିକାର ହୋଇଛନ୍ତି। ରାଜସ୍ଥାନର ରାଜଧାନୀ ଜୟପୁରକୁ ଆସିଥିବାବେଳେ ଇଟାଲୀ ପର୍ଯ୍ୟଟକ ଜଣଙ୍କ କରୋନା ଆକ୍ରମଣର ଶିକାର ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଛି। ଏହାକୁ ମିଶାଇ ମୋଟ୍ ୬ ଜଣ ଭାରତରେ କରୋନା ଭାଇରସର ଶିକାର ହୋଇଛନ୍ତି।

ଶନିବାର ପର୍ଯ୍ୟଟକଙ୍କଠାରୁ ସଂଗୃହିତ ପ୍ରଥମ ନମୁନାରୁ କରୋନା ଚିହ୍ନଟ ହୋଇନଥିଲା କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଏହାପରେ ଦ୍ୱିତୀୟ ଥର ଇଟାଲୀ ପର୍ଯ୍ୟଟକଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସୋମବାର ନମୁନାର ରେଜଲ୍ଟ କରୋନା ପଜିଟିଭ୍ ବାହାରିଥିଲା।

ରିପୋର୍ଟରେ ଭିନ୍ନତା ଥିବାରୁ ନମୁନା ପରୀକ୍ଷା ପାଇଁ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) କୁ ପଠାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।

ପ୍ରଥମେ କେରଳର ତିନି ଜଣ କରୋନାର ଶିକାର ହୋଇଥିଲେ। ଏହାପରେ ସୋମବାର (ମାର୍ଚ୍ଚ ୨)ରେ ହାଇଦ୍ରାବାଦ ଏବଂ ଦିଲ୍ଲୀର ଦୁଇ ବ୍ୟକ୍ତି କରୋନାର ଆକ୍ରାନ୍ତ ହୋଇଛନ୍ତି। ଏହାପରେ ମଙ୍ଗଳବାର (ମାର୍ଚ୍ଚ ୩) ଜଣେ କରୋନାର ଶିକାର ହୋଇଛନ୍ତି। ମୋଟ୍ ୩ଟି ପର୍ଯ୍ୟାୟରେ ୬ ଜଣ ବ୍ୟକ୍ତି କରୋନାର ଶିକାର ହୋଇଛନ୍ତି। ତେବେ କେରଳର ତିନି କରୋନା ଆକ୍ରାନ୍ତ ସୁସ୍ଥ ହୋଇ ରବିବାର ଘରକୁ ଫେରିଥିବା ସୂଚନା ରହିଛି।

ଦିଲ୍ଲୀରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ନିକଟରେ ଇଟାଲୀ ଏବଂ ହାଇଦ୍ରାବାଦରେ ଚିହ୍ନଟ ହୋଇଥିବା କରୋନା ରୋଗୀ ଦୁବାଇ ଯାଇଥିବାର ପ୍ରମାଣ ମିଳିଛି। ଉଭୟ ରୋଗୀଙ୍କୁ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ସମଗ୍ର ବିଶ୍ୱରେ ୮୮,୦୦୦ ରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହି ଭାଇରସ ଦ୍ୱାରା ୩୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ସରକାର ଜରୁରୀକାଳୀନ ବୈଠକ କରିଛନ୍ତି। ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇ ସମସ୍ତ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି।

ଦେଶରେ ଦୁଇ ନୂଆ କରୋନା ଭାଇରସ ରୋଗୀ ଚିହ୍ନଟ ହେବା ପରେ ମଙ୍ଗଳବାର କେନ୍ଦ୍ର ସରକାର କରୋନା ଭାଇରସ୍ ସମ୍ବନ୍ଧରେ ଏକ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି। COVID19 ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ନଜରରେ ରଖି ପାଞ୍ଚଟି ଦେଶରୁ ସମସ୍ତ ଭିସା ଏବଂ ଇ-ଭିସା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ପାଞ୍ଚଟି ଦେଶ ହେଲା ଦକ୍ଷିଣ କୋରିଆ, ଚୀନ୍, ଇରାନ, ଇଟାଲୀ ଓ ଜାପାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos