ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ୫୦୦୦ ଲୋକଙ୍କୁ ଯୋଗ ଶିଖାଇଲେ ରାମଦେବ, ମଞ୍ଚରେ ଉପସ୍ଥିତ ଥିଲେ ମୁସଲିମ୍ ଧର୍ମଗୁରୁ

ନୂଆଦିଲ୍ଲୀ: ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଚାଲିଛି ଜୋରଦାର ଆୟୋଜନ। ଜୁନ୍ ୨୧ ତାରିଖରେ ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ଯୋଗ ଗୁରୁ ବାବା ରାମଦେବ ରବିବାର ସକାଳେ ଏକ ଯୋଗାଭ୍ୟାସ ଶିବିରର ଆୟୋଜନ କରିଥିଲେ। ଜବାହାର ଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଶିବିରରେ ୫୦୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏଥିରେ ଛୁଆମାନେ ମଧ୍ୟ ଉପସ୍ଥିତ ଥିଲେ। ଉପସ୍ଥିତ […]

ramdev

ramdev

Rakesh Mallick
  • Published: Sunday, 14 June 2015
  • Updated: 14 June 2015, 10:23 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଚାଲିଛି ଜୋରଦାର ଆୟୋଜନ। ଜୁନ୍ ୨୧ ତାରିଖରେ ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ଯୋଗ ଗୁରୁ ବାବା ରାମଦେବ ରବିବାର ସକାଳେ ଏକ ଯୋଗାଭ୍ୟାସ ଶିବିରର ଆୟୋଜନ କରିଥିଲେ। ଜବାହାର ଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଶିବିରରେ ୫୦୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏଥିରେ ଛୁଆମାନେ ମଧ୍ୟ ଉପସ୍ଥିତ ଥିଲେ। ଉପସ୍ଥିତ ଲୋକଙ୍କୁ ଯୋଗ ଶିଖାଇବା ବେଳେ ବାବା ରାମ ଦେବ କହିଥିଲେ ଯେ ଯୋଗରୁ ସମସ୍ତଙ୍କୁ ଲାଭ ମିଳେ।

ରାମଦେବଙ୍କ ଏହି ପ୍ରଶିକ୍ଷଣ ଶିବିରରେ ଜଣେ ମୁସଲିମ୍ ଧର୍ମ ଗୁରୁଙ୍କୁ ବି ଦେଖିବାକୁ ମିଳିଥିଲା। ରାମଦେବଙ୍କ ସହିତ ମଞ୍ଚ ଉପରେ ସେ ବସିଥିଲେ। ଏହି ମୁସଲିମ୍ ଧର୍ମ ଗୁରୁଙ୍କ ମାଧ୍ୟମରେ ବାବା ରାମଦେବ ବାର୍ତା ଦେଇଥିଲେ ଯେ ଯୋଗ ସମସ୍ତଙ୍କ ପାଇଁ। ଯୋଗକୁ ନେଇ ହିନ୍ଦୁ-ମୁସଲିମ୍ ଭଳି ରହିଥିବା ବିବାଦକୁ ସେ ଦୂର କରିବାକୁ ଉଦ୍ୟମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos