ଯୋଗୀ ସରକାରଙ୍କ ରିକୋଭରୀ ନୋଟିସ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ପ୍ରୟାଗରାଜ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାର୍ବଜନୀନ ସମ୍ପତ୍ତି କ୍ଷତି କରିବା ମାମଲାରେ ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ଝଟକା। ବିଜନୋର ପ୍ରଶାସନ ନିକଟରେ ସାର୍ବଜନୀନ ସମ୍ପତ୍ତି କ୍ଷତିକରିଥିବା ଆନ୍ଦୋଳନକାରୀଙ୍କୁ ନୋଟିସ କରିଥିଲେ। ଏବେ ଏହି ନୋଟିସ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଫେବୃଆରୀ ୨୪ରେ ବିଜନୋର ଏଡିଏମ୍ ଏହି ନୋଟିସ୍ ଜାରି କରିଥିଲେ। ପ୍ରଶାସନର ଏହି ନୋଟିସକୁ ବିରୋଧ କରି ଜାଭେଦ ଆଫଫାବ ଏବଂ ଅନ୍ୟ ତିନିଜଣ ଆବେଦନକାରୀ ହାଇକୋର୍ଟରେ ଆବେଦନ କରିଥିଲେ। ରବିବାର ହାଇକୋର୍ଟ […]

allahabad-high-court

Subhransu Sekhar
  • Published: Sunday, 08 March 2020
  • , Updated: 08 March 2020, 06:12 PM IST

ପ୍ରୟାଗରାଜ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାର୍ବଜନୀନ ସମ୍ପତ୍ତି କ୍ଷତି କରିବା ମାମଲାରେ ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ଝଟକା। ବିଜନୋର ପ୍ରଶାସନ ନିକଟରେ ସାର୍ବଜନୀନ ସମ୍ପତ୍ତି କ୍ଷତିକରିଥିବା ଆନ୍ଦୋଳନକାରୀଙ୍କୁ ନୋଟିସ କରିଥିଲେ। ଏବେ ଏହି ନୋଟିସ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଫେବୃଆରୀ ୨୪ରେ ବିଜନୋର ଏଡିଏମ୍ ଏହି ନୋଟିସ୍ ଜାରି କରିଥିଲେ।

ପ୍ରଶାସନର ଏହି ନୋଟିସକୁ ବିରୋଧ କରି ଜାଭେଦ ଆଫଫାବ ଏବଂ ଅନ୍ୟ ତିନିଜଣ ଆବେଦନକାରୀ ହାଇକୋର୍ଟରେ ଆବେଦନ କରିଥିଲେ। ରବିବାର ହାଇକୋର୍ଟ ଏହି ଆବେଦନର ଶୁଣାଣି କରିଛନ୍ତି। ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଦୀପକ ବର୍ମାଙ୍କ ଏକ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଛନ୍ତି। ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଛନ୍ତି।

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନ ହୋଇଥିଲା। ଏହି ସମୟରେ ହିଂସା ହୋଇଥିଲା। ଯେଉଁମାନେ ହିଂସାବେଳେ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରିଥିଲେ ସେମାନଙ୍କ ପାଖରୁ କ୍ଷତି ଭରଣ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ଆନ୍ଦୋଳନାକାରୀଙ୍କ ନାମ, ଫଟୋ ଏବଂ ଠିକଣା ସହିତ ସହରର ଛକ ନିକଟରେ ହୋର୍ଡିଂ ମାରିଛି। ହୋର୍ଡିଂ ଅନୁଯାୟୀ, ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ ହେବା ପରେ ଯଦି ସମ୍ପୃକ୍ତ ବ୍ୟକ୍ତି ଧାର୍ଯ୍ୟ ତାରିଖ ସୁଦ୍ଧା ଜରିମାନା ନ ଦିଅନ୍ତି ତେବେ ତାଙ୍କର ସମ୍ପତ୍ତି ଜବତ ହେବ।

ତେବେ ସରକାରଙ୍କ ଏଭଳି ପଦକ୍ଷେପକୁ ବେଆଇନ ବୋଲି କଂଗ୍ରେସ କହିଛି। ସରକାର କେବଳ ଲୋକଙ୍କ ସ୍ୱାଧୀନତାକୁ ପରିହାସ କରୁନାହାଁନ୍ତି ବରଂ କୋର୍ଟଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରୁଛନ୍ତି ବୋଲି କଂଗ୍ରେସ କହିଛି।

Related story