କୃଷି ଆଇନକୁ ରଦ୍ଦ ବ୍ୟତୀତ ଆଉ ସବୁ ପାଇଁ ସରକାର ରାଜି ଥିବା କହିଲେ କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ପ୍ରାୟ ୨ ମାସ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ବୁଝାଇବାକୁ ପୁଣିଥରେ ପ୍ରୟାସ କରିଛନ୍ତି କେନ୍ଦ୍ର ସରକାର। ଚାଷୀମାନଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନୂଆ ଆଇନ ଦେଶରେ ଏବେ ଲାଗୁ ହେବନାହିଁ ବୋଲି କହିଛନ୍ତି। ଏସବୁ ଭିତରେ ଆସନ୍ତା ୧୯ ତାରିଖ(ମଙ୍ଗଳବାର) ପୁଣିଥରେ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ କେନ୍ଦ୍ର ସରକାର ବୈଠକ କରିବେ। ପୂର୍ବରୁ ଚାଷୀ ଓ ସରକାରଙ୍କ ମଧ୍ୟରେ ୯ଥର ବୈଠକ ହୋଇଥିଲେ ହେଁ […]

ftd

Hemant Lenka
  • Published: Sunday, 17 January 2021
  • , Updated: 17 January 2021, 05:34 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ପ୍ରାୟ ୨ ମାସ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ବୁଝାଇବାକୁ ପୁଣିଥରେ ପ୍ରୟାସ କରିଛନ୍ତି କେନ୍ଦ୍ର ସରକାର। ଚାଷୀମାନଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନୂଆ ଆଇନ ଦେଶରେ ଏବେ ଲାଗୁ ହେବନାହିଁ ବୋଲି କହିଛନ୍ତି।

ଏସବୁ ଭିତରେ ଆସନ୍ତା ୧୯ ତାରିଖ(ମଙ୍ଗଳବାର) ପୁଣିଥରେ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ କେନ୍ଦ୍ର ସରକାର ବୈଠକ କରିବେ। ପୂର୍ବରୁ ଚାଷୀ ଓ ସରକାରଙ୍କ ମଧ୍ୟରେ ୯ଥର ବୈଠକ ହୋଇଥିଲେ ହେଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଏବେ ୧୦ମ ଥର ବୈଠକରେ ସମାଧାନର ରାସ୍ତା ବାହାରିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଶା କରିଛନ୍ତି। ତେବେ ୧୦ମ ବୈଠକରେ କୃଷି ଆଇନକୁ ପ୍ରତ୍ୟାହାର ବା ରଦ୍ଦ କରିବା ବ୍ୟତୀତ ଆଉ ସବୁ ପ୍ରସଙ୍ଗରେ ସରକାର ଚାଷୀଙ୍କ ସହ ଆଲୋଚନା କରିବାକୁ ରାଜି ଥିବା ଶ୍ରୀ ତୋମାର କହିଛନ୍ତି।

ସେ କହିଛନ୍ତି, ଦେଶର ଅଧିକାଂଶ ଚାଷୀ ଓ ବିଶେଷଜ୍ଞମାନେ ନୂଆ କୃଷି ଆଇନକୁ ସମର୍ଥନ କରୁଛନ୍ତି। ତେବେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ବର୍ତ୍ତମାନ ଏହାକୁ ଦେଶରେ ଲାଗୁ କରାଯାଇ ପାରିବ ନାହିଁ। ଆମର ଆଶା ପୁଣିଥରେ ୧୯ ରିଖରେ ହେବାକୁ ଥିବା ବୈଠକରେ ଚାଷୀମାନେ କୃଷି ଆଇନର କ୍ଲଜ ୱାରି ଆଲୋଚନା କରିବାର ମନୋବୃତ୍ତି ନେଇ ଆସିବେ।

ସରକାର କ୍ଲଜ ୱାରି ଆଲୋଚନା କରିବାକୁ ରାଜି ଅଛନ୍ତି। କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିକୁ ଛାଡ଼ି ସରକାର ଚାଷୀ ସଂଗଠନ ଗୁଡ଼ିକ ଯାହା ଚାହୁଁଛନ୍ତି ସବୁ କିଛି ପରିବର୍ତ୍ତନ ଓ ବ୍ୟବସ୍ଥା କରିବାକୁ ରାଜି। ସରକାର ମଣ୍ଡି, ଟ୍ରେଡେର୍ସ ପଞ୍ଜୀକରଣ ଓ ଅନ୍ୟ ବିଷୟରେ ଆଲୋଚନା କରିବା ପାଇଁ ଗୋଟିଏ ପ୍ରସ୍ତାବ ଚାଷୀ ସଂଗଠନ ଗୁଡ଼ିକୁ ପଠାଇଥିଲେ। ଏଥିସହ ସହ ସରକାର ନଡ଼ା ଜାଳିବା ଓ ବିଜୁଳି କରଣ ସମ୍ପର୍କରେ ମଧ୍ୟ ଆଲୋଚନା କରିବାକୁ ରାଜି ଥିବା କହିଥିଲେ। ହେଲେ ଚାଷୀ ସଂଗଠନର ସଦସ୍ୟମାନେ କେବଳେ ଆଇନକୁ ପ୍ରତ୍ୟାହାର କରିବା ଜିଦ୍‌ରେ ଲାଗିଛନ୍ତି ବୋଲି ସେ କହିଛନ୍ତି।

Related story