ଯୋଗ୍ୟତା ନିର୍ଣ୍ଣୟ ପାଇଁ ହେଉଥିବା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବ ନାହିଁ। ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀମାନେ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବେ। ଆଜି ସୁପ୍ରିମକୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ(ସିଟିଇଟି) ୨୦୧୯ ପରୀକ୍ଷାରେ ଆର୍ଥିକ ପଛୁଆ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚରେ […]

sq

sq

Hemant Lenka
  • Published: Monday, 13 May 2019
  • Updated: 13 May 2019, 09:01 PM IST

Sports

Latest News

ନୂଆଦିଲ୍ଲୀ: ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବ ନାହିଁ। ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀମାନେ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବେ। ଆଜି ସୁପ୍ରିମକୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ(ସିଟିଇଟି) ୨୦୧୯ ପରୀକ୍ଷାରେ ଆର୍ଥିକ ପଛୁଆ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚରେ ଥିବା ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି,“ଯେକୌଣସି ଶ୍ରେଣୀ ପାଇଁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା କେବଳ ନାମଲେଖା କ୍ଷେତ୍ରରେ ଲାଗୁ ହୋଇପାରିବ। ଯୋଗ୍ୟତା ନିର୍ଣ୍ଣୟ କରିବାକୁ ହେଉଥିବା ପରୀକ୍ଷାରେ କୌଣସି ସଂରକ୍ଷଣ ବ୍ୟବସ୍ଥା ଗ୍ରହଣୀୟ ନୁହେଁ। ସିଟିଇଟି ହେଉଛି ଏକ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା। ତେଣୁ ଏ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ।”

ଏହି ସମୟରେ ଆବେଦକାରୀ ରଜନୀଶ କୁମାର ପାଣ୍ଡେ ଓ ଅନ୍ୟମାନଙ୍କ ପାଇଁ ମାମଲା ପରିଚାଳନା କରୁଥିବା ଓକିଲ ଜୁଲାଇ ୭ରେ ହେବାକୁ ଥିବା ସିଟିଇଟି ବିଜ୍ଞପ୍ତି କଥା ଉଠାଇଥିଲେ। ହେଲେ ଖଣ୍ଡପୀଠ ଏଥିରେ ବିରକ୍ତି ପ୍ରକାଶ କରିଥିଲେ। ଖଣ୍ଡପୀଠ କହିଥିଲେ, “ବିଜ୍ଞପ୍ତିରେ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିଜ୍ଞପ୍ତିରେ ଅନୁସୂଚିତ ଜାତି କିମ୍ବା ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବା କେଉଁଠି ବି ଉଲ୍ଲେଖ କରାଯାଇ ନାହିଁ।” ଖଣ୍ଡପୀଠ ପ୍ରଥମେ ଆବେଦନକୁ ଖାରଜ କରିଥିଲେ। ହେଲେ ଓକିଲ ଜଣଙ୍କ ବାରମ୍ବାର ବିଚାର କରିବାକୁ ନିବେଦନ କରିବାରୁ ଖଣ୍ଡପୀଠ ମେ’ ୧୬ରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ରାଜି ହୋଇଥିଲେ।

ଆବେଦନକାରୀ ଦର୍ଶାଇଥିଲେ ଯେ ସିବିଏସ୍‌ଇ ୨୦୧୯ ଜାନୁଆରୀ ୨୩ରେ ସିଟିଇଟି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। କିନ୍ତୁ ବିଜ୍ଞପ୍ତିରେ ଆର୍ଥିକ ପଛୁଆ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏଥିରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ। ଏସ୍‌ସି,ଏସ୍‌ଟି ଏବଂ ଓବିସି ବର୍ଗରଙ୍କୁ ସିଟିଇଟିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉଥିବା ବେଳେ ଆର୍ଥିକ ପଛୁଆ ବର୍ଗର ପରୀକ୍ଷାର୍ଥୀଙ୍କୁ କାହିଁକି ଏ ସୁବିଧାରୁ ବଞ୍ଚିତ କରାଯିବ ବୋଲି ପ୍ରଶ୍ନ କରି ଆବେଦନକାରୀ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଏର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story