ସରକାରୀ ଅର୍ଥ ଖର୍ଚ୍ଚ ପାଇଁ ଆପ୍‌ ମାଗିଲା ଲୋକଙ୍କ ମତାମତ

ଦିଲ୍ଲୀ: ଦିଲ୍ଲୀରେ ସରକାରୀ ଅର୍ଥ କିପରି ଠିକ୍ ଭାବେ ଖର୍ଚ୍ଚ କରାଯାଇ ପାରିବ ସେନେଇ ଆମ୍‌ ଆଦ୍‌ମୀ ପାଟୀ(ଆପ୍‌) ଲୋକଙ୍କ ମତାମତ ଲୋଡିଛି। ଇ-ମେଲ୍‌ ମାଧ୍ୟମରେ ଲୋକେ ସେମାନଙ୍କ ମତାମତ ପଠାଇ ପାରିବେ। ସରକାରଙ୍କ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଛି। ଏହାକୁ ରୋକିବା ପାଇଁ ଦିଲ୍ଲୀର ଆପ୍‌ ସରକାର ଅଣ୍ଟା ଭିଡ଼ିଛି। ସରକାରଙ୍କ ଅନୁଦାନ କିପରି ଠିକ୍ ଭାବେ ଖର୍ଚ୍ଚ କରାଯିବ ସେଥିପାଇଁ ପ୍ରତି ନିର୍ବାଚନମଣ୍ଡଳୀକୁ ୪୦ରୁ ୫୦ଟି କ୍ଷେତ୍ରରେ ବିଭକ୍ତ କରାଯିବ। ପ୍ରତି କ୍ଷେତ୍ରରେ […]

arvind-kejariwal-cm

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 08:40 PM IST

ଦିଲ୍ଲୀ: ଦିଲ୍ଲୀରେ ସରକାରୀ ଅର୍ଥ କିପରି ଠିକ୍ ଭାବେ ଖର୍ଚ୍ଚ କରାଯାଇ ପାରିବ ସେନେଇ ଆମ୍‌ ଆଦ୍‌ମୀ ପାଟୀ(ଆପ୍‌) ଲୋକଙ୍କ ମତାମତ ଲୋଡିଛି। ଇ-ମେଲ୍‌ ମାଧ୍ୟମରେ ଲୋକେ ସେମାନଙ୍କ ମତାମତ ପଠାଇ ପାରିବେ।

ସରକାରଙ୍କ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଛି। ଏହାକୁ ରୋକିବା ପାଇଁ ଦିଲ୍ଲୀର ଆପ୍‌ ସରକାର ଅଣ୍ଟା ଭିଡ଼ିଛି। ସରକାରଙ୍କ ଅନୁଦାନ କିପରି ଠିକ୍ ଭାବେ ଖର୍ଚ୍ଚ କରାଯିବ ସେଥିପାଇଁ ପ୍ରତି ନିର୍ବାଚନମଣ୍ଡଳୀକୁ ୪୦ରୁ ୫୦ଟି କ୍ଷେତ୍ରରେ ବିଭକ୍ତ କରାଯିବ। ପ୍ରତି କ୍ଷେତ୍ରରେ ଏକ କମିଟି ଗଠନ କରାଯାଇ ସରକାରୀ ଅର୍ଥ ଖର୍ଚ୍ଚ ସଂକ୍ରାନ୍ତରେ ଆଲୋଚନା କରାଯିବ। କମିଟି ଚାହିଁଲେ ନିଜେ ନିଜ ଅଞ୍ଚଳର ଉନ୍ନୟନ କାମ କରିପାରିବ କିମ୍ବା ଠିକାଦାର ନିୟୋଜନ କରିପାରିବେ। ଯଦି ଠିକାଦାର କାମ ନକରିବ ବା ନିମ୍ନମାନର କାମ କରିବ ତାହା ବିରୋଧରେ ସରକାର ଗାଁ କମିଟି ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

Related story