ମୁଥୁଟ ଫାଇନାନ୍ସରୁ ୨୫ କେଜି ସୁନା ଲୁଟିନେଲେ ଡକାୟତ

ଚେନ୍ନାଇ: ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସର ତାମିଲନାଡୁ ସ୍ଥିତ ହୋସୁର ବ୍ରାଞ୍ଚରେ ଆଜି ବଡ଼ ଧରଣର ଡକାୟତି ହୋଇଛି। ବନ୍ଧୁକଧାରୀ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଉକ୍ତ ବ୍ରାଞ୍ଚରୁ ୨୫ କେଜି ସୁନା ଓ ୯୬ ହଜାର ଟଙ୍କା ଲୁଟ କରିଛନ୍ତି। ଏହି ଲୁଟ ସୁନାର ମୂଲ୍ୟ ପ୍ରାୟ ୭.୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଆଜି ସକାଳ ୯.୩୦ରେ ବ୍ରାଞ୍ଚ ଖୋଲିଥିଲା। ଏହାର କିଛି ସମୟ ପରେ ହଠାତ୍‌ ହେଲମେଟ୍‌ […]

vd

Hemant Lenka
  • Published: Friday, 22 January 2021
  • , Updated: 22 January 2021, 06:48 PM IST

ଚେନ୍ନାଇ: ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସର ତାମିଲନାଡୁ ସ୍ଥିତ ହୋସୁର ବ୍ରାଞ୍ଚରେ ଆଜି ବଡ଼ ଧରଣର ଡକାୟତି ହୋଇଛି। ବନ୍ଧୁକଧାରୀ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଉକ୍ତ ବ୍ରାଞ୍ଚରୁ ୨୫ କେଜି ସୁନା ଓ ୯୬ ହଜାର ଟଙ୍କା ଲୁଟ କରିଛନ୍ତି। ଏହି ଲୁଟ ସୁନାର ମୂଲ୍ୟ ପ୍ରାୟ ୭.୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

ଆଜି ସକାଳ ୯.୩୦ରେ ବ୍ରାଞ୍ଚ ଖୋଲିଥିଲା। ଏହାର କିଛି ସମୟ ପରେ ହଠାତ୍‌ ହେଲମେଟ୍‌ ପିନ୍ଧି କିଛି ଦୁର୍ବୃତ୍ତ ଏଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ବନ୍ଧୁକ ଦେଖାଇ ବ୍ରାଞ୍ଚର କର୍ମଚାରୀଙ୍କୁ ପଣବନ୍ଦୀ କରି ଦେଇଥିଲେ। ଏହାପରେ ସେମାନେ ଲକ ଖୋଲି ସୁନା ଓ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।

ଖବର ପାଇ ହୋସୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏବେ ପୁଲିସ୍‌ ବିଭିନ୍ନ ସ୍ଥାନରେ କର୍ଡନ କରି ଲୁଟ ସାମଗ୍ରୀକୁ ଠାବ କରିବାକୁ ଚେଷ୍ଟା କରୁଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭକୁ ମଧ୍ୟ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ କରିଛି।

Related story