୧୫ ଦିନ ପାଇଁ ଆନ୍ଦୋଳନ ପ୍ରତ୍ୟାହାର କଲେ ଚାଷୀ, କେନ୍ଦ୍ରକୁ ଦେଲେ ମହଲତ

ଅମୃତସର: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ପଞ୍ଜାବରେ ଶତାଧିକ ଚାଷୀ ଚଳାଇଥିବା ଆନ୍ଦୋଳନକୁ ସର୍ତ୍ତମୂଳକ ଭାବେ ପ୍ରତ୍ୟାହାର କରିଛନ୍ତି। ସେମାନେ ରେଳ ଧାରଣାରେ ବିକ୍ଷୋଭ କରୁଥିବାରୁ ଦୀର୍ଘ ଦିନ ହେଲା ସବୁ କିଛି ଠପ ହୋଇ ଯାଇଥିଲା। କିନ୍ତୁ ଏବେ ଚାଷୀମାନେ ରେଳ ଧାରଣରୁ ୧୫ ଦିନ ପାଇଁ ହଟି ଯାଇଛନ୍ତି। ଯଦି ୧୫ ଦିନ ଭିତରେ କେନ୍ଦ୍ର ସରକାର ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରି ସମାଧାନ ନ କରିବେ, ତା’ହେଲେ ସେମାନେ ପୁଣି […]

gs

Hemant Lenka
  • Published: Saturday, 21 November 2020
  • , Updated: 21 November 2020, 06:15 PM IST

ଅମୃତସର: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ପଞ୍ଜାବରେ ଶତାଧିକ ଚାଷୀ ଚଳାଇଥିବା ଆନ୍ଦୋଳନକୁ ସର୍ତ୍ତମୂଳକ ଭାବେ ପ୍ରତ୍ୟାହାର କରିଛନ୍ତି। ସେମାନେ ରେଳ ଧାରଣାରେ ବିକ୍ଷୋଭ କରୁଥିବାରୁ ଦୀର୍ଘ ଦିନ ହେଲା ସବୁ କିଛି ଠପ ହୋଇ ଯାଇଥିଲା। କିନ୍ତୁ ଏବେ ଚାଷୀମାନେ ରେଳ ଧାରଣରୁ ୧୫ ଦିନ ପାଇଁ ହଟି ଯାଇଛନ୍ତି। ଯଦି ୧୫ ଦିନ ଭିତରେ କେନ୍ଦ୍ର ସରକାର ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରି ସମାଧାନ ନ କରିବେ, ତା’ହେଲେ ସେମାନେ ପୁଣି ରେଳ ଧାରଣାରେ ବିକ୍ଷୋଭ ଆରମ୍ଭ କରିବେ ବୋଲି ଧମକ ଦେଇଛନ୍ତି।

ପଞ୍ଜାବ ଚାଷୀ ୟୁନିୟନ କହିଛି ଯେ ଆସନ୍ତା ୧୫ ଦିନ ଯାଏ ଟ୍ରେନ ଚଳାଚଳରେ କୌଣସି ପ୍ରକାରର ସମସ୍ୟା ଦେଖାଯିବ ନାହିଁ। ଏହି ସମୟ ସୀମା ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ବାଟ ବାହାର କରନ୍ତୁ। ଯଦି ଆଲୋଚନା ନ ହେବ, ତା’ହେଲେ ୧୫ ଦିନ ପରେ ପୁଣିଥରେ ଆନ୍ଦୋଳନ ଆରମ୍ଭ କରାଯିବ।

ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଟ୍ୱିଟ କରି କହିଛନ୍ତି, “କିଷାନ ୟୁନିୟନ ସହ ଆଲୋଚନା ସକାରାତ୍ମକ ରହିଛି। ସେମାନେ ରେଳ ଚଳାଚଳକୁ ୧୫ ଦିନ ପାଇଁ ଅନୁମତି ଦେବା ଏକ ଭଲ ଖବର। ମୁଁ ଏହାକୁ ସ୍ୱାଗତ କରୁଛି। ଟ୍ରେନ ଚଳାଚଳ ଦ୍ୱାରା ଆମ ଅର୍ଥନୀତି ସ୍ୱାଭାବିକ ଅବସ୍ଥାକୁ ଫେରିବ। କେନ୍ଦ୍ର ସରକାର ତୁରନ୍ତ ପଞ୍ଜାବକୁ ରେଳ ସେବା ଆରମ୍ଭ କରନ୍ତୁ ବୋଲି ମୁଁ ଦାବି କରୁଛି।”

ଚାଷୀମାନେ ସେପ୍ଟେମ୍ବର ୨୪ରୁ ରେଳ ଧାରଣାରେ ବସିଥିବାରୁ ୩,୮୫୦ଟି ମାଲଗାଡ଼ି ବାତିଲ ହୋଇଛି। ସେହିପରି ୨୩୫୨ଟି ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଛି ନଚେତ ଅନ୍ୟ ରାସ୍ତାରେ ଯିବା ଆସିବା କରିବାକୁ ଅନୁମତି ଦିଆଯାଇଛି।

Related story