‘କ୍ୟାମ୍ପସରେ ହିଂସା ପ୍ରଦର୍ଶନ କରିବା ନେତୃତ୍ୱର ପରିଚୟ ନୁହେଁ’

ନୂଆଦିଲ୍ଲୀ: ନେତୃତ୍ୱ ଏବଂ କ୍ଷମତାର ଅର୍ଥ ନୁହେଁ ଭୁଲ୍ କାହାକୁ ବାଟରେ ନେବା। ନେତୃତ୍ୱ ନେବା ଛୋଟିଆ କଥା ନୁହେଁ। ଏହା ଏକ ବଡ଼ କାମ। କାରଣ ଯିଏ ନେତୃତ୍ୱ ନିଏ ତା’ ପଛରେ ଅନେକ ଲୋକ ରହିଥାନ୍ତି। ଯେଉଁମାନେ କି ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ ଅନୁସରଣ କରୁଥାନ୍ତି। ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ବିରୋଧ ପ୍ରଦର୍ଶନ ଦେଶର ଅନେକ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ଦେଖିବାକୁ ମିଳିଛି। […]

bipin-rawat

Subhransu Sekhar
  • Published: Thursday, 26 December 2019
  • , Updated: 26 December 2019, 01:04 PM IST

ନୂଆଦିଲ୍ଲୀ: ନେତୃତ୍ୱ ଏବଂ କ୍ଷମତାର ଅର୍ଥ ନୁହେଁ ଭୁଲ୍ କାହାକୁ ବାଟରେ ନେବା। ନେତୃତ୍ୱ ନେବା ଛୋଟିଆ କଥା ନୁହେଁ। ଏହା ଏକ ବଡ଼ କାମ। କାରଣ ଯିଏ ନେତୃତ୍ୱ ନିଏ ତା’ ପଛରେ ଅନେକ ଲୋକ ରହିଥାନ୍ତି। ଯେଉଁମାନେ କି ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ ଅନୁସରଣ କରୁଥାନ୍ତି। ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ବିରୋଧ ପ୍ରଦର୍ଶନ ଦେଶର ଅନେକ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ଲକ୍ଷ୍ୟ କରି ସେନା ମୁଖ୍ୟ ବିପିନ ରାଓ୍ୱତ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି। ଏହି ଅଭାଭାଷଣ ବେଳେ କିନ୍ତୁ କୌଣସି ଛାତ୍ରର ନେତା କିମ୍ୱା ବିଶ୍ୱବିଦ୍ୟାଳୟର ନାମ ନେଇନଥିଲେ ସେନା ମୁଖ୍ୟ।


ଏହି ଅବସରରେ ପ୍ରବଳ ଥଣ୍ଡାରେ କିଭଳି ଦେଶର ଯବାନମାନେ ସିଆଚିନରେ ଡ୍ୟୁଟି କରୁଛନ୍ତି ବିପିନ ରାଓ୍ୱତ କହିଥିଲେ। ସିଆଚିନରେ -୧୦ରୁ -୪୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦେଶର ଯବାନମାନେ କଠିନ ପରିସ୍ଥିତିର ସାମ୍ନା କରି ନିଜ ନିଜର କାମ କରୁଛନ୍ତି ବୋଲି ବିପିନ ରାଓ୍ୱତ କହିଥିଲେ।

Related story